ETV Bharat / bharat

2024 ପୂର୍ବରୁ ଖଡଗେଙ୍କ ନୂଆ ଟିମ୍‌ ପ୍ରସ୍ତୁତ: 12 ମହାସଚିବ ଓ 12 ପ୍ରଦେଶ ପ୍ରଭାରୀ ନିଯୁକ୍ତ, ରହିଛନ୍ତି ଉଭୟ ଯୁବ ଓ ଅନୁଭବୀ

author img

By ETV Bharat Odisha Team

Published : Dec 23, 2023, 10:52 PM IST

Mallikarjun Kharge Announces his new team: ସାଧାରଣ ନିର୍ବାଚନ ପୂର୍ବରୁ ଖଡେଗଙ୍କ ନୂଆ ଟିମ ପ୍ରସ୍ତୁତ । ଦଳ 12 ମହାସଚିବ ଓ 12 ପ୍ରଦେଶ ପ୍ରଭାରୀଙ୍କୁ ନିଯୁକ୍ତି ଦେଲା । ଉଭୟ ଯୁବ ଓ ଅନୁଭବୀଙ୍କ ମଧ୍ୟରେ ସନ୍ତୁଳନ ରଖିବାକୁ ପ୍ରୟାସ । ଅଧିକ ପଢନ୍ତୁ

2024 ପୂର୍ବରୁ ନୂଆ ଟିମ୍‌ ଗଢିଲେ ଖଡଗେ: ଯୁବ ଚେହେରାଙ୍କ ରହିଛନ୍ତି ଅନୁଭବୀ

ନୂଆଦିଲ୍ଲୀ: 3 ରାଜ୍ୟର ବିଧାନସଭା ନିର୍ବାଚନରେ ପରାଜିତ ହେବା ପରେ କଂଗ୍ରେସ ଏବେ 2024 ସାଧାରଣ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପାଇଁ ଅଣ୍ଟା ଭିଡିଛି । ଆଜି ଦଳର ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ନିଜ ଟିମ୍‌ର ସାଙ୍ଗଠନିକ ଅଦଳବଦଳ କରିବା ସହ ନୂଆ ଟିମ ଗଠନ କରିଛନ୍ତି । ନୂଆ ଟିମ ସମ୍ପର୍ଣ୍ଣ ଭାବେ 2024 ସାଧାରଣ ନିର୍ବାଚନ ରଣନୀତି ସହ ପ୍ରସ୍ତୁତ ହୋଇଛି । ଏଥିରେ ଉଭୟ ଯୁବ ଓ ଅନୁଭବୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଦଳ ମୋଟ 12 ମହାସଚିବ ଓ 12 ପ୍ରଦେଶ ପ୍ରଭାରୀଙ୍କୁ ନିଯୁକ୍ତି ଦେଇଛି ।

  • Congress leader Priyanka Gandhi Vadra has been relieved from the post of AICC in-charge of UP Congress. Sachin Pilot appointed as in-charge of Chhattisgarh Congress. Ramesh Chennithala appointed as AICC in-charge of Maharashtra. pic.twitter.com/rbmHumcBEa

    — ANI (@ANI) December 23, 2023 " class="align-text-top noRightClick twitterSection" data=" ">

ତେବେ 2024 ରେ ମୋଦି ଲହର ବିରୋଧରେ ଲଢିବାକୁ ଛିଡା ହୋଇଥିବା ‘ଇଣ୍ଡିଆ’ ମେଣ୍ଟର ନେତୃତ୍ବ ମଧ୍ୟ କଂଗ୍ରେସ ହାତରେ ରହିଛି । ତେଣୁ ଏକାଧିକ ରାଜ୍ୟରେ ସିଟ ସେୟାରିଂକୁ ସନ୍ତୁଳିତ କରି ମେଣ୍ଟର ଏକଜୁଟତା ବଜାୟ ରଖିବାରେ ମଧ୍ୟ ଦଳ ଆହ୍ବାନର ସମ୍ମୁଖୀନ ହୋଇପାରେ । ତେଣୁ ଏହି ନୂଆ ଟିମ ଦଳର ନିର୍ବାଚନୀ ରଣନୀତିର ମେରୁଦଣ୍ଡ ହେବା ନେଇ କୁହାଯାଉଛି । ସର୍ବାଧିକ ଲୋକସଭା ଆସନ ଥିବା ବିଜେପି ଶାସିତ ଉତ୍ତର ପ୍ରଦେଶରେ ଦଳ ସାଙ୍ଗଠନୀକ ପରିବର୍ତ୍ତନ କରିଛି । ତେଣୁ ରାଜ୍ୟରେ ଦଳର ପ୍ରଭାରୀ ଦାୟିତ୍ବରେ ଥିବା ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ ଦଳ ପରିବର୍ତ୍ତନ କରିବା ସହ ତାଙ୍କ ସ୍ଥାନରେ ଅବିନାଶ ପାଣ୍ଡେଙ୍କୁ ପ୍ରଭାରୀ କରିଛି । ଉତ୍ତର ପ୍ରଦେଶରେ ଅବିନାଶ ହିଁ ଅଖିଳେଶ, ମାୟାବତୀ ଓ ଜୟନ୍ତ ଚୌଧୁରୀଙ୍କ ସହ ଆସନ ବୁଝାମଣା ଅଙ୍କ ଛିଡାଇବେ ।

ସେହିପରି ଅନ୍ୟତମ ଚର୍ଚ୍ଚିତ ରାଜ୍ୟ ରାଜସ୍ଥାନରେ ସଚିନ ପାଇଲଟ ଏବେ କଂଗ୍ରେସର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟିରେ ସାମିଲ ହୋଇଥିଲେ । ରାଜସ୍ଥାନର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଦଳର ମହାସଚିବ ଭାବେ ନିଯୁକ୍ତି ଦିଆଯିବା ସହିତ ଛତିଶଗଡର ଦାୟିତ୍ୱ ଦିଆଯାଇଛି । ମହାସଚିବ କୁମାରୀ ସେଲଜାଙ୍କୁ ଛତିଶଗଡ ପ୍ରଭାରୀରୁ ହଟାଇ ଦିଆଯାଇଛି ଓ ତାଙ୍କୁ ନୂତନ ଭାବେ ଉତ୍ତରାଖଣ୍ଡର ପ୍ରଭାରୀ ଦାୟିତ୍ବ ମିଳିଛି । ସୁଖଜିନ୍ଦର ସିଂ ରାନ୍ଧୱା ରାଜସ୍ଥାନର ଦାୟିତ୍ୱରେ ପୂର୍ବପରି ରହିବେ ।

ଏହା ମଧ୍ୟ ପଢନ୍ତୁ :- ବଦଳିଲେ ପିସିସି ପ୍ରଭାରୀ: ଚେଲ୍ଲା ଗଲେ, ଆସିଲେ ଅଜୟ

ଆସାମରେ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ମଧ୍ୟ ପ୍ରଦେଶର ପ୍ରଭାରୀ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । ସିଂ ଚଳିତ ନିର୍ବାଚନରେ ମଧ୍ୟ ପ୍ରଦେଶ ପାଇଁ ସ୍କ୍ରିନିଂ କମିଟି ମୁଖ୍ୟ ଭାବେ ଦାୟିତ୍ବ ତୁଲାଇଥିଲେ । ରଣଦ୍ବୀପ ସୂର୍ଯ୍ୟେଓ୍ବାଲା ପୂର୍ବରୁ ମଧ୍ୟ ପ୍ରଦେଶ ପ୍ରଭାରୀ ଦାୟିତ୍ବରେ ଥିଲେ । ମଧ୍ୟ ପ୍ରଦେଶର ଦାୟିତ୍ବ ରଣଦୀପ ସିଂ ସୁର୍ଯେୱାଲାଙ୍କଠାରୁ କାଢି ନିଆଯାଇଛି । ବର୍ତ୍ତମାନ ସେ କେବଳ କର୍ଣ୍ଣାଟକର ଦାୟିତ୍ୱରେ ରହିବେ । ତାଙ୍କ ସ୍ଥାନରେ ଜିତେନ୍ଦ୍ର ସିଂଙ୍କୁ ମଧ୍ୟ ପ୍ରଦେଶର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଜିତେନ୍ଦ୍ର ସିଂ ଆସାମର ପ୍ରଭାରୀ ଦାୟିତ୍ୱରେ ଅଛନ୍ତି । କେ.ସି ଭେନୁଗୋପାଲ କଂଗ୍ରେସରେ ସଂଗଠନର ସାଧାରଣ ସମ୍ପାଦକ ରହିବେ ଏବଂ ସାଧାରଣ ସମ୍ପାଦକ ଜୟରାମ ରମେଶ ମଧ୍ୟ ଦଳର ଯୋଗାଯୋଗ ବ୍ୟାପାର ବିଭାଗର ଦାୟିତ୍ୱରେ ରହିବେ । ଅଜୟ ମାକେନ୍ ପାର୍ଟି କୋଷାଧ୍ୟକ୍ଷ ଭାବରେ କାର୍ଯ୍ୟ ଜାରି ରଖିବେ। ତାଙ୍କ ସହ ଦୁଇ ନେତା ମିଲିନ୍ଦ ଦେଓରା ଓ ବିଜୟ ଇନ୍ଦର ସିଙ୍ଗାଲାଙ୍କୁ ମିଳିତ କୋଷାଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.