ମୁମ୍ବାଇ: ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂଙ୍କ ନାମରେ ଏତଲା ଦାୟର । ପୂର୍ବତନ କମିଶନରଙ୍କ ନାମରେ ଦାଦା ବଟି ମାଗିବା ଅଭିଯୋଗ ହୋଇଛି । ପରମବୀରଙ୍କ ସହ ମାମଲାରେ ଅନ୍ୟ ପୋଲିସ ଜଡିତ ଥିବା ସୂଚନା ।
ଆଜି(ଗୁରୁବାର) ମୁମ୍ବାଇର ମେରାଇନ ଡ୍ରାଇଭ ପୋଲିସ ଷ୍ଟେସନରେ ମୁମ୍ବାଇ ପୂର୍ବତନ ପୋଲିସ କମିଶନର ପରମବୀରଙ୍କ ନାମରେ FIR ଦାୟର ହୋଇଛି । ଜଣେ ବ୍ୟବସାୟୀ ତାଙ୍କ ନାମରେ ଦାଦା ବଟି ମାଗୁଥିବା ଅଭିଯୋଗ କରିଥିବା ଜଣାପଡିଛି । ତେବେ ଏଥିରେ ପରମବୀରଙ୍କ ସହ ୮ ଜଣଙ୍କ ନାମ ରହିଛି । ସେମାନଙ୍କ ମଧ୍ୟରୁ ୬ ଜଣ ପୋଲିସ କର୍ମଚାରୀ ସାମିଲ ଅଛନ୍ତି । ଏହି ମାମଲାରେ ମୁମ୍ବାଇ ପୋଲିସ ୨ ଜଣ ନାଗରିକଙ୍କୁ ଗିରଫ କରିଥିବା ଜଣାପଡିଛି । ମାମଲାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ