ମୁମ୍ବାଇ : ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ପାଇଁ ବଢିଲା ଅଡୁଆ । ପୂର୍ବତନ କମିଶନରଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ନୋଟିସ ଜାରି କରାଯାଇଛି । ବଟି ଅସୁଲି ମାମଲାରେ ମହାରାଷ୍ଟ୍ର ଥାନେ ପୋଲିସ ପକ୍ଷରୁ ଏ ନୋଟିସ ଜାରି କରାଯାଇଛି। ଲୁକ ଆଉଟ ନୋଟିସ ଜାରି ହୋଇଥିବାରୁ ଦେଶ ଛାଡି ଯାଇପାରିବେନ ପରମବୀର । ଏନେଇ ଥାନେ ପୋଲିସ କମିଶନର ଜୟଜିତ ସିଂସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଜୁଲାଇରେ ବ୍ୟବସାୟୀ କେତନ ତନ୍ନାଙ୍କ ଥାନେ ପୋଲିସ ଷ୍ଟେସନର ପରମ ବୀରଙ୍କ ସମେତ ୨୭ ଜଣଙ୍କ ନାଁରେ ଏତଲା ଦେଇଥିଲେ । ବଟି ଆଦାୟ କରିବା ଅଭିଯୋଗରେ ଏମାନଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା । ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି ।
ଜାନୁଆରୀ 2018 ରୁ ଫେବୃଆରୀ 2019 ମଧ୍ୟରେ ଥାନେ ପୋଲିସ୍ କମିଶନର ଭାବରେ କାର୍ଯ୍ୟ କରିଥିଲେ ପରମବୀର । ବଟି ଆଦାୟ ମାମଲାରେ ପରମବୀରଙ୍କ ସମେତ ଅନ୍ୟ କେତେକ ଅଫିସରଙ୍କ ସମ୍ପୃକ୍ତି ରହିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏଥିମଧ୍ୟରେ ଡେପୁଟି କମିଶନର ଦୀପକ ଦେଓରାଜ, ସହକାରୀ ପୋଲିସ କମିଶନର ନିବୃତି କଦମ, ତତ୍କାଳୀନ ଆଣ୍ଟି ଏକ୍ସଟୋରସନ୍ ସେଲ୍ (ଏଇସି) ବରିଷ୍ଠ ଇନ୍ସପେକ୍ଟର ପ୍ରଦୀପ ଶର୍ମା ଏବଂ ଇନ୍ସପେକ୍ଟର ରାଜକୁମାର କୋଥମିର ସାମିଲ ରହିଛନ୍ତି ।