ETV Bharat / bharat

ତାମିଲନାଡୁର ଦୁଇଟି ବାଣ କାରଖାନାରେ ବିସ୍ଫୋରଣ: 11 ମୃତ, 15ରୁ ଊର୍ଦ୍ଧ୍ବ ଗୁରୁତର

author img

By ETV Bharat Odisha Team

Published : Oct 17, 2023, 4:38 PM IST

Updated : Oct 17, 2023, 6:28 PM IST

ତାମିଲନାଡୁରେ ଦୀପାବଳି ପୂର୍ବରୁ ବଡ ଅଘଟଣ । ବାଣ କାରଖାନାରେ ବିସ୍ଫୋରଣ ଘଟି 11 ଜଣଙ୍କ ମୃତ୍ୟୁ । 15ରୁ ଅଧିକ ଗୁରୁତର । ଅଧିକ ପଢନ୍ତୁ

Explosion in firecracker factory at 2 places in Sivakasi

ଚେନ୍ନାଇ: ତାମିଲନାଡୁରେ ଦୁଇଟି ସ୍ଥାନରେ ବାଣ କାରଖାନାରେ ବିସ୍ଫୋରଣ ଘଟି 11 ଜଣଙ୍କ ମୃତ୍ୟୁ ହୋଇଛି । ଶିବକାଶୀ ଜିଲ୍ଲାରେ ଦୁଇଟି ପୃଥକ ପୃଥକ ସ୍ଥାନରେ ବିସ୍ଫୋରଣରେ ମୋଟ 11 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 15ରୁ ଅଧିକ ଆହତ ହୋଇଛନ୍ତି । ଅନ୍ୟ 15 ରୁ ଅଧିକ ଶ୍ରମିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆହତଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛି । ପୋଲିସ ଓ ଅଗ୍ନିଶମ ଟିମ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଆଜି (ମଙ୍ଗଳବାର) ପୂର୍ବାହ୍ନରେ ଏମ.ବୁଦ୍ଧୁପାଟୀ ରେଙ୍ଗପାଲାୟମ୍ ଅଞ୍ଚଳରେ ଥିବା ଏକ ବାଣ କାରଖାନାରେ ପ୍ରଥମ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ କାରଖାନାରେ ନିଆଁ ଲାଗିଯାଇଥିଲା । ସେତେବେଳେ 15ରୁ ଅଧିକ ଶ୍ରମିକ କାରଖାନାରେ କାର୍ଯ୍ୟରତ ଥିଲେ । ସୂଚନା ପାଇଁ ଅଗ୍ନିଶମ ବାହିନୀ ନିଆଁ ଆୟତ୍ତ କରିବା ସହ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିଥିଲା । ମାତ୍ର ସେଥିମଧ୍ୟରୁ 11 ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଉଭୟ ମହିଳା ଓ ପୁରୁଷ ଶ୍ରମିକ ରହିଛନ୍ତି । ମୃତକମାନେ ସମସ୍ତେ କାରଖାନାର ଶ୍ରମିକ ଓ ସେମାନେ ଭ୍ୟାକମ (35), ମହାଦେବୀ (50), ପଞ୍ଚଭର୍ନମ (35), ବାଲାମୁରୁଗନ (30), ତାମିଲଚେଲଭି (55), ମୁନେଶ୍ୱରୀ (32), ଥାଙ୍ଗମଲାଇ (33), ଅନୀତା (40) ଭାବେ ଚିହ୍ନଟ ହୋଇଛନ୍ତି ।

ସେହିପରି ତାର ମାତ୍ର କିଛି ଘଣ୍ଟା ମଧ୍ୟରେ ରେଡ୍ଡିପାଟୀ ଅଞ୍ଚଳରେ ମୁଥୁ ବିଜୟ ନାମକ ଜଣେ ବ୍ୟକ୍ତିଙ୍କ ମାଲିକାନାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ସମୟରେ ଏକାଧିକ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଭେମ୍ବୁ ନାମକ ଜଣେ କର୍ମଚାରୀ ଭାବେ ଚିହ୍ନଟ ହୋଇଛନ୍ତି । ଦୁଇଟି ବିସ୍ଫୋରଣରେ ପ୍ରାୟ 15ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି । ପୋଲିସ ସମସ୍ତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପଇଁ ପଠାଇଛି । ଦୁଇଟି ଭିନ୍ନ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ବାଣ କାରଖାନାର ଲାଇସେନ୍ସ ଓ ଏହାର ସମସ୍ତ ନିରାପତ୍ତା ପ୍ରୋଟୋକଲ ନେଇ ତଦନ୍ତ ହେଉଛି ।

ଏହା ମଧ୍ୟ ପଢନ୍ତୁ :- ବେଙ୍ଗାଲୁରୁରେ ବାଣ ଗୋଦାମରେ ବିସ୍ଫୋରଣ ଘଟି 12 ମୃତ, ଏକାଧିକ ଆହତ

ଚଳିତ 7 ତାରିଖରେ ବେଙ୍ଗାଲୁରୁରେ ଏକ ବାଣ ଗୋଦାମରେ ଅଗ୍ନିକାଣ୍ଡ ଓ ପରେ ବିସ୍ଫୋରଣ ଘଟି 12 ଜଣଙ୍କ ମୃତ୍ୟୁ ହୋଇଥିଲା । ଏକାଧିକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ବେଙ୍ଗାଲୁରୁ-ହସୁର ଜାତୀୟ ରାଜପଥର ଅଟ୍ଟିବିଲେ ନିକଟରେ ଥିବା ଏହି ବାଣ ଗୋଦାମରେ ବିସ୍ଫୋରଣ ହୋଇଥିଲା । ଏକ ଟ୍ରକରେ ବାଣ ଲୋଡ କରାଯାଉଥିବା ବେଳେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିବା ପରେ ପୁରା ବାଣ ଗୋଦାମ ଓ ଟ୍ରକ ଜଳିଯାଇଥିଲା ।

Last Updated : Oct 17, 2023, 6:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.