ETV Bharat / bharat

ପିଲାମାନଙ୍କର ଦକ୍ଷତା ଠାରୁ ଅଧିକ ଆଶା ରଖିବା ଅନୁଚିତ: ପ୍ରଧାନମନ୍ତ୍ରୀ

author img

By

Published : Jan 27, 2023, 10:45 PM IST

ପରୀକ୍ଷା ପେ ଚର୍ଚ୍ଚାର ଷଷ୍ଠତମ ସଂସ୍କରଣରେ ଛାତ୍ରଛାତ୍ରୀଙ୍କୁ ସାମାଜିକ ଚାପରୁ ମୁକ୍ତ ରଖିବାକୁ ଅଭିଭାବକମାନଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢ଼ନ୍ତୁ

ଛାତ୍ରଛାତ୍ରୀଙ୍କୁ  ଚାପରୁ ମୁକ୍ତ ରଖିବାକୁ ସେ ଅନୁରୋଧ:  ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା'ର ଷଷ୍ଠତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ କହିଛନ୍ତି ଯେ ଜଣେ ବ୍ୟକ୍ତିଙ୍କ ଆଶା ତାଙ୍କ ଦକ୍ଷତା ସହିତ ମେଳ ହେବା ଉଚିତ। ଶୁକ୍ରବାର ଦିନ ବାର୍ଷିକ ‘ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମ କୁ ସମ୍ବୋଧିତ କରି ମୋଦି, ‘‘ଛାତ୍ରଛାତ୍ରୀଙ୍କୁ ସାମାଜିକ ଚାପରୁ ମୁକ୍ତ ରଖିବାକୁ ସେ ଅନୁରୋଧ କରିଛନ୍ତି।’’

ସେ କହିଛନ୍ତି, ପିଲାମାନଙ୍କୁ ଚାପଗ୍ରସ୍ତ ନ କରିବାକୁ ମୁଁ ପିତାମାତାଙ୍କୁ ଅନୁରୋଧ କରୁଛି। କିନ୍ତୁ, ଛାତ୍ରଛାତ୍ରୀମାନେ ମଧ୍ୟ ସେମାନଙ୍କ ସାମର୍ଥ୍ୟକୁ ହେୟଜ୍ଞାନ ନ କରିବା ଉଚିତ। ପିଲାମାନଙ୍କଠାରୁ ଅନେକ ଆଶା କରିବା ପରିବାର ଲୋକଙ୍କ ପକ୍ଷେ ସ୍ବାଭାବିକ। ଏଥିରେ କିଛି ଭୁଲ୍‌ ନହିଁ। କିନ୍ତୁ, ପରିବାର ଲୋକେ ଯଦି ସାମାଜିକ ପ୍ରତିପତ୍ତି ନିମନ୍ତେ ଏଭଳି ଆଶା କରୁଥାଆନ୍ତି, ତେବେ ତାହା ଚିନ୍ତାର କାରଣ ପାଲଟିଯାଏ। ପରିବାରମାନଙ୍କ ପାଇଁ ସେମାନଙ୍କ ପିଲାମାନଙ୍କଠାରୁ ଆଶା ରହିବା ସ୍ୱାଭାବିକ, କିନ୍ତୁ ଯଦି ଏହା କେବଳ ସାମାଜିକ ସ୍ଥିତି ବଜାୟ ରଖିବା, ତେବେ ଏହା ବିପଜ୍ଜନକ । ପିତାମାତା, ଶିକ୍ଷକ ଏବଂ ସମାଜ ଦ୍ୱାରା ପିଲାମାନଙ୍କ ଉପରେ ହେଉଥିବା ଚାପକୁ ଅନୁଭବ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏହି ଦ୍ୱନ୍ଦ୍ୱର ସମାଧାନ ପାଇଁ ଆମଙ୍କୁ ଏହି ଟିପ୍ସ ବାଣ୍ଟିଛନ୍ତି ।

ଏହାସହ ଶିକ୍ଷକମାନଙ୍କୁ ଶିକ୍ଷାଦାନ ମନ୍ତ୍ର ପ୍ରଦାନ କରି ପ୍ରଧାନମନ୍ତ୍ରୀ ଶିକ୍ଷକମାନଙ୍କୁ ସେମାନଙ୍କ ଛାତ୍ରମାନଙ୍କ ସହିତ ଏକ ଦୃଢ଼ ବନ୍ଧନ ସ୍ଥାପନ କରିବାକୁ କହିଛନ୍ତି। ସେ କହିଛନ୍ତି, ଯଦି ଜଣେ ଛାତ୍ର ପ୍ରଶ୍ନ ପଚାରୁଛନ୍ତି ଏହାର ଅର୍ଥ ହେଉଛି ସେ ଆଗ୍ରହୀ ଏବଂ ଶିକ୍ଷକମାନେ ସର୍ବଦା ସେମାନଙ୍କ ଆଗ୍ରହକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରିବା ଉଚିତ୍।

ସୂଚନାନୁଯାୟୀ ନୂଆଦିଲ୍ଲୀସ୍ଥିତି 'ତାଲକଟୋରା ଇନ୍‌ଡୋର୍‌ ଷ୍ଟାଡିୟମ୍‌'ରେ ଆୟୋଜିତ ହୋଇଛି । 'ପରୀକ୍ଷା ପେ ଚର୍ଚ୍ଚା'ର ୬ଷ୍ଠ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିଥିଲେ। ଏଥିରେ ଅଂଶଗ୍ରହଣ କରିବା ଲାଗି ୩୮ ଲକ୍ଷ ଶିକ୍ଷାର୍ଥୀ ନାମ ପଞ୍ଜୀକରଣ କରିଥିଲେ। ସେଥିରୁ ୧୬ ଲକ୍ଷରୁ ଅଧିକ ଥିଲେ ବିଭିନ୍ନ ରାଜ୍ୟ ବୋର୍ଡର ଶିକ୍ଷାର୍ଥୀ। ଏହାସହ ୫.୬ ଲକ୍ଷ ଶିକ୍ଷକ ଏବଂ ୧.୯୫ ଲକ୍ଷ ପିତାମାତା ଅଛନ୍ତି।

ପୂର୍ବରୁ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ରାଜ୍ୟ ବୋର୍ଡ, ସିବିଏସ୍ଇ, କେଭିଏସ୍, ଏନଭିଏସ୍ ଏବଂ ଅନ୍ୟାନ୍ୟ ବୋର୍ଡର ଛାତ୍ର, ଶିକ୍ଷକ ଏବଂ ଅଭିଭାବକମାନେ ଉତ୍ସାହର ସହିତ ପଞ୍ଜୀକରଣ କରିଥିଲେ । ପଞ୍ଜୀକରଣ ପାଇଁ ନଭେମ୍ବର ୨୫ ରୁ ୩୦ ମଧ୍ୟରେ ପଞ୍ଜୀକୃତ ସମୟ ଦିଆଯାଇଥିଲା ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.