ETV Bharat / bharat

ସ୍ବାଧୀନ ଭାରତର ପ୍ରଥମ ମତଦାତା ଶ୍ୟାମ ଶରଣ ନେଗିଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

author img

By

Published : Jan 17, 2021, 7:30 PM IST

ସ୍ବାଧୀନ ଭାରତର ପ୍ରଥମ ମତଦାତା ହିମାଚଳପ୍ରଦେଶର ମାଷ୍ଟର ଶ୍ୟାମ ଶରଣ ନେଗିଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର କରିଛି 'ଇଟିଭି ଭାରତ' । ପଢନ୍ତୁ ଅଧିକ....

ସ୍ବାଧୀନ ଭାରତର ପ୍ରଥମ ମତଦାତା ଶ୍ୟାମ ଶରଣ ନେଗି

ସିମଲା: ସ୍ବାଧୀନ ଭାରତର ପ୍ରଥମ ମତଦାତା ହିମାଚଳପ୍ରଦେଶର ମାଷ୍ଟର ଶ୍ୟାମ ଶରଣ ନେଗିଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର କରିଛି ଇଟିଭି ଭାରତ । ଏହି ସ୍ବତନ୍ତ୍ର ସାକ୍ଷାତକାରରେ ନେଗି କହିଛନ୍ତି ଯେ ସେ ଶେଷ ନିଶ୍ବାସ ପର୍ଯ୍ୟନ୍ତ ପ୍ରତ୍ୟେକ ନିର୍ବାଚନରେ ଅଂଶଗ୍ରହଣ କରି ସେ ତାଙ୍କର ସାମ୍ବିଧାନିକ ମତଦାନ ଅଧିକାର ସାବସ୍ତ୍ୟ କରିବେ । ମାଷ୍ଟର ଶ୍ୟାମ ଶରଣ ନେଗି ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଅସୁସ୍ଥତା ହେତୁ ତାଙ୍କ ନାତି ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ତାଙ୍କ ପାଇଁ ଭୋଟ ଦେବେ । ଆଜି ବି ସେ ସ୍ବାଧୀନ ଭାରତର ପ୍ରଥମ ଭୋଟର ହୋଇଥିବା ଯୋଗୁ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ନେଗି ।

ହିନ୍ଦୀ ଚଳଚ୍ଚିତ୍ର ‘ସନମ ରେ’ ରେ ମଧ୍ୟ ଏକ ଅତିଥି କଳାକାର ଭାବେ ନେଗି ଅଭିନୟ ମଧ୍ୟ କରିସାରିଛନ୍ତି । ନେଗି କହିଛନ୍ତି ଯେ ସ୍ବାଧୀନତା ପରଠାରୁ ପଞ୍ଚାୟତ ନିର୍ବାଚନ ହେଉ କି ବିଧାନସଭା ଓ ଲୋକସଭା ନିର୍ବାଚନ, ସେ କେବେ ବି ଭୋଟ୍ ଦେବାରୁ ବଞ୍ଚିତ ହୋଇନାହାଁନ୍ତି ।

ଦେଶର ପ୍ରଥମ ଭୋଟରଙ୍କୁ ତାଙ୍କ ବାସଭବନରୁ ମତଦାନ ବୁଥକୁ ନେବା ପାଇଁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଥିଲା । ରେଡ୍ କାର୍ପେଟରେ ନେଗିଙ୍କୁ ସ୍ବାଗତ କରିଥିଲା ଜିଲ୍ଲା ପ୍ରଶାସନ । ଶ୍ୟାମ ସରନ ନେଗି ବୃଦ୍ଧାବସ୍ଥାରେ ମଧ୍ୟ ପ୍ରତ୍ୟେକ ନିର୍ବାଚନରେ ​​କେବଳ ଭୋଟଦାନ କରିନଥାନ୍ତି, ବରଂ ଦେଶର ଯୁବପିଢିଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାକୁ ନ ଭୁଲିବା ପାଇଁ ପ୍ରେରଣା ମଧ୍ୟ ଦିଅନ୍ତି । ତାଙ୍କୁ ଏଥିପାଇଁ 2019 ନିର୍ବାଚନରେ ସରକାର ବ୍ରାଣ୍ଡ ଆମ୍ବାସଡର ଭାବେ ସମ୍ମାନିତ କରିଥିଲେ ।

ନେଗି 1917 ଜୁଲାଇ 1ରେ ଜନ୍ମ ଗ୍ରହଣ କରିଥିଲେ। ପରେ ଜଣେ ସରକାରୀ ସ୍କୁଲରେ ଶିକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ତେଣୁ ତାଙ୍କୁ ମାଷ୍ଟର ନେଗି ବୋଲି ମଧ୍ୟ ସମ୍ବୋଧନ କରନ୍ତି ସ୍ଥାନୀୟ ବାସିନ୍ଦା । ସେ 100 ବର୍ଷରେ ପାଦ ଦେଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ପ୍ରଥମ ନିର୍ବାଚନ ଓ ସେଥିରେ ତାଙ୍କର ମତଦାନକୁ ସେ ସ୍ପଷ୍ଟ ଭାବେ ମନେ ରଖିଛନ୍ତି । ନେଗି କହିଛନ୍ତି ଯେ ଭାରତର ପ୍ରଥମ ନିର୍ବାଚନ 1952 ମସିହା ଫେବୃଆରୀରେ ଅନୁଷ୍ଠିତ ହୋଇଥିଲା, କିନ୍ତୁ ହିମାଚଳ ପ୍ରଦେଶର ପ୍ରବଳ ଥଣ୍ଡା କାରଣରୁ ଆଗୁଆ 5 ମାସ ପୂର୍ବରୁ ଅର୍ଥାତ 23 ଅକ୍ଟୋବର 1951ରେ ଅନୁଷ୍ଠିତ ହୋଇଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.