ETV Bharat / bharat

India must call for ceasefire: ଭାରତ ଅସ୍ତ୍ରବିରତି ପ୍ରସ୍ତାବ ସହ ମଧ୍ୟସ୍ଥତା କରୁ କହିଲେ ପାଲେଷ୍ଟାଇନ ରାଷ୍ଟ୍ରଦୂତ

author img

By ETV Bharat Odisha Team

Published : Nov 6, 2023, 10:43 PM IST

ଇସ୍ରାଏଲର ଆକ୍ରମଣ ରୋକିବା ପାଇଁ ଭାରତର ପଦକ୍ଷେପ ନେଇ ଆଶାବାଦୀ ପାଲେଷ୍ଟାଇନ । ଦିଲ୍ଲୀରେ ଅବସ୍ଥାପିତ ରାଷ୍ଟ୍ରଦୂତ କହିଲେ, 10 ହଜାର ଲୋକଙ୍କ ପ୍ରାଣ ଗଲାଣି । ଏବେ ଭାରତ ଅସ୍ତ୍ରବିରତି ପ୍ରସ୍ତାବ ସହ ମଧ୍ୟସ୍ଥତା କରୁ । ଅଧିକ ପଢନ୍ତୁ

India must call for ceasefire: ଭାରତ ଅସ୍ତ୍ରବିରତି ପ୍ରସ୍ତାବ ସହ ମଧ୍ୟସ୍ଥତା କରୁ କହିଲେ ପାଲେଷ୍ଟାଇନ ରାଷ୍ଟ୍ରଦୂତ
India must call for ceasefire: ଭାରତ ଅସ୍ତ୍ରବିରତି ପ୍ରସ୍ତାବ ସହ ମଧ୍ୟସ୍ଥତା କରୁ କହିଲେ ପାଲେଷ୍ଟାଇନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଇସ୍ରାଏଲ ଗାଜାରେ ଚଳାଇଥିବା ସାମରିକ ଅପରେସନ ଏକ ମାସରେ ପହଞ୍ଚିଛି । ଏବେ ସୁଦ୍ଧା ଇସ୍ରାଏଲର ଆକ୍ରମଣରେ ଗାଜାରେ ପ୍ରାୟ 10 ରୁ ଅଧିକ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଗାଜା ଏବେ ଧ୍ବଂସସ୍ତୂପରେ ପରିଣତ ହୋଇ ସାରିଲାଣି । ପ୍ରାୟ ସମସ୍ତ ପଶ୍ଚିମ ରାଷ୍ଟ୍ର ଇସ୍ରାଏଲକୁ ସହଯୋଗ କରୁଥିବାରୁ ଜାତିସଂଘରେ ପାରିତ ଅସ୍ତ୍ରବିରତି ପ୍ରସ୍ତାବ ମଧ୍ୟ ନିଷ୍ଫଳ ହେବା ପରି ଦୃଶ୍ଯମାନ ହେଉଛି । ଏପରି ସମୟରେ ଭାରତର ଭୂମିକାକୁ ନେଇ ଆଶା ପ୍ରକାଶ କରିଛି ପାଲେଷ୍ଟାଇନ । ଏହି ପ୍ରସଙ୍ଗରେ ତୁରନ୍ତ ଅସ୍ତ୍ରବିରତି ପାଇଁ ଭାରତ ପଦକ୍ଷେପ ଗ୍ରହଣ କରିବା ସହ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ ପାଇଁ ପ୍ରୟାସ କରୁ ବୋଲି କହିଛନ୍ତି ନୂଆଦିଲ୍ଲୀରେ ଅବସ୍ଥାପିତ ପାଲେଷ୍ଟାଇନ ରାଷ୍ଟ୍ରଦୂତ ଅଦନାନ ଅବୁ ଆହ୍ଲାଇଜା (Adnan Abu Alhaija) । ‘ଇଟିଭି ଭାରତ’କୁ ସ୍ବତନ୍ତ୍ର ସାକ୍ଷାତକାରେ ପାଲେଷ୍ଟାଇନ ରାଷ୍ଟ୍ରଦୂତ ଏହି ଆଶାବ୍ୟକ୍ତ କରିଛନ୍ତି ।

ଆହ୍ଲାଇଜା କହିଛନ୍ତି,‘‘ଆମେ ଏବେ ମଧ୍ୟ ଆଶାବାଦୀ ଯେ, ଭାରତ ଏହି ଆକ୍ରମଣକୁ ନିନ୍ଦା କରିବା ସହ ତୁରନ୍ତ ସିଜଫାଏର ପାଇଁ ପ୍ରୟାସ ଆରମ୍ଭ କରୁ । ଭାରତ ମଧ୍ୟସ୍ଥତା ପାଇଁ ମଧ୍ୟ ହସ୍ତକ୍ଷେପ କରିବା ଆବଶ୍ୟକ ମଧ୍ଯ । ଏବେ ଗାଜାରେ ସ୍ଥିତି ସାଙ୍ଘାତିକ ରହିଛି । ପାଲେଷ୍ଟାଇନବାସୀ ଗମ୍ଭୀର ସଙ୍କଟର ସାମ୍ନା କରୁଛନ୍ତି । 2.2 ମିଲିୟନ ନାଗରିକ ପାଣି, ବିଜୁଳି ଓ ଇନ୍ଧନ ଅଭାବରେ ଅଛନ୍ତି । ଇସ୍ରାଏଲ ସେନା ଏବେ ଶରଣାର୍ଥୀ କ୍ୟାମ୍ପ ଉପରେ ଆକ୍ରମଣ କରୁଛି । ନିରୀହ ଲୋକଙ୍କ ଜୀବନ ଯାଉଛି ।’’

‘‘ ଆମେରିକା ସମେତ ଅନ୍ୟ କିଛି ସାମ୍ରାଜ୍ୟବାଦୀ ଦେଶ ଇସ୍ରାଏଲର ପୃଷ୍ଠପୋଷକତା କରୁଛନ୍ତି । ଭାରତ ଜାତିସଂଘ ମହାସଭା ଅଧିବେଶନରେ ଭୋଟ ଦେବାରୁ ବିରତ ରହିଲା । ଅନ୍ତତଃପକ୍ଷେ ଭାରତ ପକ୍ଷରୁ ସିଜଫାଏର ପ୍ରସ୍ତାବକୁ ସମର୍ଥନ କରାଯିବା ନେଇ ଆମେ ଆଶା କରୁଥିଲୁ । ଏବେ 10 ହଜାରରୁ ଅଧିକ ଲୋକେ ମଲେଣି । ଏବେ ଭାରତ ଏଥିରେ ହସ୍ତକ୍ଷେପ କରୁ । ଏହି ଆକ୍ରମଣକୁ ନିନ୍ଦା କରିବା ସହ ତୁରନ୍ତ ଯୁଦ୍ଧ ବନ୍ଦ ଘୋଷଣା କରିବା ପାଇଁ ଦାବି କରୁ । ଉଭୟ ଦେଶ ମଧ୍ୟରେ ମଧ୍ୟସ୍ଥତା ମାଧ୍ୟମରେ ସାମାଧାନ କରିବା ପାଇଁ ପ୍ରୟାସ କରୁ । ’’

ଏହା ମଧ୍ୟ ପଢନ୍ତୁ:- Israel-Gaza war: ଓ୍ବେଷ୍ଟବ୍ୟାଙ୍କରେ ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କୁ ଭେଟିଲେ ଆମେରିକା ବିଦେଶ ସଚିବ

ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଏବେ ସୁଦ୍ଧା ଗାଜାରେ ପ୍ରାୟ 10 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ସେମାନଙ୍କ ମଧ୍ୟରେ 4,100 ଶିଶୁ ରହିଥିବା ବେଳେ 2,640 ମହିଳା ରହିଛନ୍ତି । ଏବେ ସୁଦ୍ଧା ଅନେକ ଆତଙ୍କବାଦୀଙ୍କୁ ନିପାତ କରାଗଲାଣି ବୋଲି ଇସ୍ରାଏଲ କହୁଥିବା ବେଳେ ଗାଜା ହଜାର ହଜାର ସାଧାରଣ ଲୋକଙ୍କ ହତ୍ୟା ପାଇଁ ଇସ୍ରାଏଲକୁ ଯୁଦ୍ଧ ଅପରାଧୀ ଘୋଷଣା କରିବାକୁ ଦାବି କରିଛି ପାଲେଷ୍ଟାଇନ । ଏ ସମସ୍ତ ସ୍ଥିତି ସତ୍ତ୍ବେ ମଧ୍ୟ ଇସ୍ରାଏଲ କୌଣସି ପରିସ୍ଥିତିରେ ଗ୍ରାଉଣ୍ଡ ଅପରେସନ ବନ୍ଦ କରିବ ନାହିଁ ବୋଲି ସ୍ପଷ୍ଟ କରିଛି । ସମସ୍ତ ବନ୍ଧକ ଇସ୍ରାଏଲୀ ନାଗରିକଙ୍କୁ ମୁକ୍ତ କରିବା ସହ ହମାସ ଆତଙ୍କୀଙ୍କୁ ସମୂଳେ ନାଶ କରିବା ପରେ ଅପରେସନ ‘ଆଇରନ ସୋର୍ଡ’ ବନ୍ଦ ହେବା ନେଇ ଟେଲ-ଆଭିଭ ବାରମ୍ବାର କହୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.