ETV Bharat / bharat

Bihar Hooch Tragedy: ୭୬ରେ ପହଞ୍ଚିଲାଣି ମୃତ୍ୟୁ ସଂଖ୍ୟା, ସରକାରୀ ରିପୋର୍ଟରେ ୩୮

author img

By

Published : Dec 19, 2022, 10:01 PM IST

ବିହାର ବିଷାକ୍ତ ମଦ ଜନିତ ମୃତ୍ୟୁ ସଂଖ୍ୟା ୭୬ରେ ପହଞ୍ଚିଛି (Bihar Hooch Tragedy ) । ତେବେ ସରକାରୀ ରିପୋର୍ଟ ଅନୁସାରେ ଏହି ସଂଖ୍ୟା ୩୮ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ସୁନୀଲ କୁମାର । ଅଧିକ ପଢନ୍ତୁ

Excise Minister Sunil Kumar on Hooch Tragedy
ମୃତ୍ୟୁକୁ ନେଇ ଅବକାରୀ ବିଭାଗ ମନ୍ତ୍ରୀ ସୁନୀଲ କୁମାରଙ୍କ ସୂଚନା

ପାଟନା: ବିହାର ଛପରା ଜିଲ୍ଲା ବିଷାକ୍ତ ମଦ ମୃତ୍ୟୁ ଘଟଣା (Bihar Hooch Tragedy )ରେ ପ୍ରତିକ୍ରିୟା ରଖିଛନ୍ତି ଅବକାରୀ ବିଭାଗ ମନ୍ତ୍ରୀ ସୁନୀଲ କୁମାର (Excise Minister Sunil Kumar ) । ସରକାରୀ ରିପୋର୍ଟ ଅନୁସାରେ ଏଯାବତ ରାଜ୍ୟରେ ୩୮ ଜଣଙ୍କ ମୃତ୍ୟୁ ଘଟିଛି । ମାତ୍ର ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ମୃତ୍ୟୁ ସଂଖ୍ୟା ୭୬ରେ ପହଞ୍ଚିଛି । ଏହି ରିପୋର୍ଟକୁ ମନ୍ତ୍ରୀ ଭୁଲ ବୋଲି କହିଛନ୍ତି ।

ସେ କହିଛନ୍ତି କାହା ଉପରେ ମିଥ୍ୟା ଆରୋପ ଲଗାଇବା ସହଜ । ସୋସିଆଲ ମିଡିଆ ଓ ଗଣମାଧ୍ୟମ ରିପୋର୍ଟରେ ମୃତ୍ୟୁସଂଖ୍ୟାକୁ ଯାଞ୍ଚ କରାଯାଉଛି । ଯଦି ଗଣମାଧ୍ୟମ ରିପୋର୍ଟ ଅନୁସାରେ ସେତିକି ସଂଖ୍ୟକ ମୃତକଙ୍କ ସୂଚନା ମିଳେ, ତେବେ ସେମାନଙ୍କୁ ତାଲିକାରେ ସାମିଲ କରାଯିବ । ମାତ୍ର ସରକାରୀ ରିପୋର୍ଟ ଅନୁସାରେ ମୃତକଙ୍କ ସଂଖ୍ୟା ୩୮ ବୋଲି ସେ କହିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିଷାକ୍ତ ମଦ ଜନିତି ମୃତ୍ୟୁ ସଂଖ୍ୟା ୭୬ରେ ପହଞ୍ଚିଛି । ଅନ୍ୟପଟେ ଛପରା ସଦର ଡାକ୍ତରଖାନାର ସୂତ୍ର ଅନୁଯାୟୀ କୌଣସି ବିଷାକ୍ତ ପାନୀୟ ପିଇବା ପରେ ୬୭ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଶ୍ନ ହେଉଛି, ଏହି ଆକଳନଗୁଡ଼ିକରେ ଏତେ ବଡ଼ ପାର୍ଥକ୍ୟ କିପରି ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହା ବି ପଢନ୍ତୁ- ବିହାରରେ ମଦ ଭଗବାନଙ୍କ ପରି, ସବୁଠି ଅଛି ହେଲେ ଦୃଶ୍ୟମାନ ହେଉନି: କେନ୍ଦ୍ରମନ୍ତ୍ରୀ ଗିରିରାଜ

ମଦ ପିଇବା ଏକ ଆଇନଗତ ଅପରାଧ । ଏହି କାରଣରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇପାରିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଏହି ଘଟଣାକୁ ନେଇ ବିହାର ବିଧାନସଭା ଗୃହରେ ଆଜି ବି ହଙ୍ଗାମା କରିଥିଲେ ବିରୋଧୀ । ବିରୋଧୀମାନେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଲାଗି ଦାବି କରିଥିଲେ । ମାତ୍ର ଗତ କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଥିଲେ ଯେ କୌଣସି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ନାହିଁ । ମଦ ପିଇବା ଅପରାଧିକ କାର୍ଯ୍ୟ । ସେମାନେ ମଦ ପିଇ ମୃତ୍ୟୁବରଣ କରିଥିବାରୁ ସେମାନଙ୍କୁ କ୍ଷତିପୂରଣ ଦିଆଯିବ ନାହିଁ ବୋଲି ସେ କହିଥିଲେ ।

ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଉପରେ ବିରୋଧୀ ବର୍ଷିଥିଲେ । ବିରୋଧଙ୍କ କହିବାନୁସାରେ ରାଜ୍ୟରେ ମଦ ଉପଲବ୍ଧ ଥିଲା ବୋଲି ଲୋକେ ପିଇଥିଲେ । ମଦ ନିଷେଧ ରାଜ୍ୟରେ କିପରି ମଦ ଉପଲବ୍ଧ ହେଉଥିଲା ସେ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ । ସେପଟେ ଆଜି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ବୟାନ ମଧ୍ୟ ଭାଇରାଲ ହୋଇଛି । ସେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏହି ଘଟଣା ନେଇ ଟାର୍ଗେଟ କରିଥିଲେ । ଆଉ କହିଥିଲେ ବିହାରରେ ମଦ ଭଗବାନଙ୍କ ପରି । ସବୁ ସ୍ଥାନରେ ଉପଲବ୍ଧ, ମାତ୍ର ଦୃଶ୍ୟମାନ ହୁଏ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.