ETV Bharat / bharat

ତାମିଲନାଡୁ ସ୍ବାସ୍ଥ୍ୟମନ୍ତ୍ରୀ ବିଜୟାଭାସ୍କରଙ୍କ ଘରେ ଚଢାଉ

author img

By

Published : Oct 18, 2021, 3:43 PM IST

ତାମିଲନାଡୁ ସ୍ବାସ୍ଥ୍ୟମନ୍ତ୍ରୀ ବିଜୟାଭାସ୍କରଙ୍କ ଘରେ ଚଢାଉ କରିଛି ଦୁର୍ନୀତି ନିବାରଣ ବିଭାଗ । ଅଧିକ ପଢନ୍ତୁ...

AIADMK ସ୍ବାସ୍ଥ୍ୟମନ୍ତ୍ରୀ ବିଜୟାଭାସ୍କରଙ୍କ ଘରେ ରେଡ

ଚେନ୍ନାଇ: ତାମିଲନାଡୁ ସ୍ବାସ୍ଥ୍ୟମନ୍ତ୍ରୀ ତଥା AIADMK ନେତା ସି.ବିଜୟାଭାସ୍କରଙ୍କ ବାସଭବନ ସମେତ ଅନ୍ୟ ସ୍ଥାନରେ ହୋଇଛି ଚଢାଉ । ତାମିଲନାଡୁର ଦୁର୍ନୀତି ନିବାରଣ ବ୍ୟୁରୋ ଭିଜିଲାନ୍ସ ଏବଂ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ(DVAC)ର ଅଧିକାରୀମାନେ ସୋମବାର ଏହି ଚଢାଉ କରିଛନ୍ତି । ତାଙ୍କ ନାମରେ 27.22 କୋଟି ଟଙ୍କା ଆୟବହିର୍ଭୁତ ସମ୍ପତ୍ତି ଠୁଳ ହୋଇଥିବା ଅଭିଯୋଗ ହୋଇଛି ।

ବିଭାଗର ସୂଚନା ମୁତାବକ ଚେନ୍ନାଇର ମୋଟ ୪୩ଟି ସ୍ଥାନ ଚେଙ୍ଗାଲପଟ୍ଟୁ, କାଞ୍ଚିପୁରମ, କୋଏମ୍ବାଟୁର, ତ୍ରିଚି ଓ ପୁଡୁକୋଟ୍ଟାଇ ଆଦି ଅଞ୍ଚଳରେ କରାଯାଇଛି ଚଢାଉ । ଏହି ସମସ୍ତ ସ୍ଥାନରେ ବିଜୟାଭାସ୍କରଙ୍କ ସମ୍ପର୍କୀୟଙ୍କ ସମେତ ବ୍ୟବସାୟିକ ସଂସ୍ଥାଗୁଡ଼ିକ ରହିଛି । ବିଜୟାଭାସ୍କରଙ୍କ ବ୍ୟବସାୟିକ ପ୍ରତିଷ୍ଠାନଙ୍କ ନାମରେ ପ୍ରାୟ 27.22 କୋଟି ଟଙ୍କା ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଛି । ବିଜୟଭାସ୍କର ଏବଂ ତାଙ୍କ ପତ୍ନୀ ରାମିଆଙ୍କ ବିରୋଧରେ DVAC FIR ଦାଏର କରିଥିଲା । ଏହାର ଗୋଟିଏ ଦିନ ପରେ ଏହି ଚଢାଉ କରାଯାଇଛି ।

ଏହି FIRରେ ଦର୍ଶାଯାଇଛି ଯେ ବିଜୟଭାସ୍କରଙ୍କ ସମ୍ପର୍କୀୟମାନଙ୍କ ଦ୍ବାରା ମଦର ଟେରେସା ଏଜୁକେସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ ନାମରେ ଏକ ସଂସ୍ଥା ରହିଛି । ଏହାସହିତ ସେ ଅନେକ ଶିକ୍ଷାନୁଷ୍ଠାନ ମଧ୍ୟ ଚଲାଉଛନ୍ତି । ଏହାରି ମାଧ୍ୟମରେ ସେ ଦୁର୍ନୀତି କରିଥିବା ଅଭିଯୋଗ କରିଛି ବିଭାଗ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.