ETV Bharat / bharat

ସମୟର ଖେଳ, ଇଣ୍ଡୋ-ଚାଇନା ଯୁଦ୍ଧର ଯୋଦ୍ଧା ଏବେ ଅଟୋ ଚାଳକ - ଅଟୋ ଚଲାଉଛନ୍ତି ସେନା ଅଧିକାରୀ

ନଅ ବର୍ଷ ଧରି ଦେଶ ସେବାରେ ନିଜକୁ ସମର୍ପିତ କରିଥିବା ସେନା ଅଧିକାରୀ ବଞ୍ଚିବା ପାଇଁ ଏବେ ସଂଘର୍ଷ କରୁଛନ୍ତି । ପରିବାରର ଆବଶ୍ୟକତା ପାଇଁ ଏବେ ଅଟୋ ଚଲାଉଛନ୍ତି । ଅଧିକ ପଢନ୍ତୁ...

ଇଣ୍ଡୋ-ଚାଇନା ଯୁଦ୍ଧର ଯୋଦ୍ଧା ଏବେ ଅଟୋଚାଳକ
ଇଣ୍ଡୋ-ଚାଇନା ଯୁଦ୍ଧର ଯୋଦ୍ଧା ଏବେ ଅଟୋଚାଳକ
author img

By

Published : Mar 3, 2021, 10:00 AM IST

ହାଇଦ୍ରାବାଦ: ଦେଶ ସେବା ପାଇଁ ନିଜକୁ ନିୟୋଜିତ କରିଥିବା ସେନା ଅଧିକାରୀ ବର୍ତ୍ତମାନ ଅସହାୟ । 1971 ଇଣ୍ଡୋ-ଚାଇନା ଯୁଦ୍ଧରେ ଷ୍ଟାର ମେଡାଲ ଜିତିଥିବା ଅବସରପ୍ରାପ୍ତ କର୍ମଚାରୀ ବର୍ତ୍ତମାନ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ବଞ୍ଚିବା ପାଇଁ ସେ ଏବେ ଅଟୋ ଚଲାଉଛନ୍ତି । ସାହାଯ୍ୟ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।

ସେଖ୍ ଅବଦୁଲ କରିମ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ । 1971 ଇଣ୍ଡୋ- ଚାଇନା ଯୁଦ୍ଧରେ ନିଜର ଅବଦାନ ପାଇଁ ତାଙ୍କୁ ସ୍ବତନ୍ତ୍ର ଷ୍ଟାର ମେଡାଲରେ ସମ୍ମାନିତ କରାଯାଇଥିଲା । କରିମଙ୍କ ବାପାଙ୍କ ଦେହାନ୍ତ ପରେ ସେ 1964ରେ ଭାରତୀୟ ସେନାରେ ଯୋଗ ଦେଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସେ 1971ରେ ହୋଇଥିବା ଇଣ୍ଡୋ-ଚାଇନା ଯୁଦ୍ଧରେ ଅଶଂଗ୍ରହଣ କରିଥିଲେ । ଏହା ପରେ ସେ ଲାହୋର ଅଞ୍ଚଳରେ ନିଯୁକ୍ତ ହୋଇଥିଲେ । ସେ ଆହୁରୀ କହିଛନ୍ତି ଇନ୍ଦିରା ଗାନ୍ଧୀ ଇସ୍ତଫା ଦେବା ପରେ ଏନେକ ସେନା ଅଧିକାରୀଙ୍କୁ ଅପସାରଣ କରାଯାଇଥିଲା ମୁଁ ସେମାନଙ୍କ ମଧ୍ୟରୁ ଜଣେ ବୋଲି କହିଛନ୍ତି କରିମ ।

ସେ ସେନା ବିଭାଗରୁ ଅପସାରିତ ହେବା ପରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ରହିବା ପାଇଁ ତାଙ୍କ ପାଖରେ ଖଣ୍ଡିଏ ଘରଟିଏ ବି ନାହିଁ । 20ବର୍ଷ ପରେ ତାଙ୍କୁ ମିଳିଥିବା 5ଏକର ଜମିକୁ ସାତଜଣ ଗାଁ ଲୋକଙ୍କ ଭିତରେ ବାଣ୍ଟି ଦିଆଯାଇଛି । ବଞ୍ଚିବା ପାଇଁ 71 ବର୍ଷ ବୟସରେ ପରିବାର ଚଳାଇବାକୁ ବର୍ତ୍ତମାନ ସେ ଅଟୋ ଚଲାଉଛନ୍ତି ।

ସେ ନିଜକୁ ସେନା ଅଧିକାରୀ ଭାବରେ ନଅ ବର୍ଷ ଧରି ଦେଶ ସେବାରେ ସମର୍ପିତ କରିଛନ୍ତି । ଦେଲେ ନିଜ ପରିବାର ସେବା ପାଇଁ ସେ ଅଟୋ ଚଲାଉଛନ୍ତି । ପରିଣତ ବୟସରେ ଏପରି ସଙ୍ଘର୍ଷ ତାଙ୍କ ପାଇଁ କଷ୍ଟକର ହୋଇପଡିଛି । ଚାକିରିରୁ ଅବସର ନେବା ପରେ ସେ କୌଣସି ଭତ୍ତା ମଧ୍ୟ ପାଇ ନଥିବା କହିଛନ୍ତି । ପରିବାର ଚଳାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଲୋଡିଛନ୍ତି ଅବସରପ୍ରାପ୍ତ ସେନାଅଧିକାରୀ ସେଖ ଅବଦୁଲ କରିମ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.