ETV Bharat / bharat

ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ପୂର୍ବତନ ସାଂସଦ - ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଶାଳୀନ

ବିଧାନସଭା ନିର୍ବାଚନକୁ ନେଇ ସରଗରମ କେରଳ ରାଜନୀତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ଓ ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ଇଡ୍ଡୁକି ପୂର୍ବତନ ସାଂସଦ । ଅଧିକ ପଢନ୍ତୁ...

ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ପୂର୍ବତନ ସାଂସଦ

author img

By

Published : Mar 30, 2021, 1:46 PM IST

ଇଡ୍ଡୁକି: ବିଧାନସଭା ନିର୍ବାଚନକୁ ନେଇ ସରଗରମ କେରଳ ରାଜନୀତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ଓ ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ଇଡ୍ଡୁକି ପୂର୍ବତନ ସାଂସଦ । ରାହୁଲ ଗାନ୍ଧୀଙ୍କ କେରଳ ମହିଳା ମହାବିଦ୍ୟାଳୟ ଗସ୍ତକୁ ନେଇ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ବିଧାୟକ ଜୋସି ଜର୍ଜ ।

ଜର୍ଜ କହିଥିଲେ ଯେ, ରାହୁଲ ଗାନ୍ଧୀ କେବଳ ମହିଳା କଲେଜକୁ ଗସ୍ତ କରନ୍ତି । ଯେତେବେଳେ କୌଣସି ଛାତ୍ରୀ କଂଗ୍ରେସ ନେତାଙ୍କ ସଂସ୍ପର୍ଶରେ ଆସୁଛନ୍ତି ସେତେବେଳେ ସତର୍କ ରହିବା ଜରୁରୀ । ଝିଅମାନେ କେବେ ମଧ୍ୟ ଗାନ୍ଧୀ ନିକଟରେ ତଳକୁ ନଇଁବା କଥା ନୁହେଁ । ଯେହେତୁ ସେ ଅବିବାହିତ ସମସ୍ୟା ଦେଖାଦେଇପାରେ ।

ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ । ଏଲଡିଏଫ ଗାନ୍ଧୀଙ୍କ ପ୍ରତି ହୋଇଥିବା ବ୍ୟକ୍ତିଗତ ଆକ୍ରମଣକୁ ସମର୍ଥନ କରେ ନାହେଁ । ସାଂସଦଙ୍କ ମନ୍ତବ୍ୟକୁ ବ୍ୟକ୍ତିଗତ ନୁହେଁ ରାଜନୈତିକ ସ୍ତରରେ ବିରୋଧ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ବିରୋଧୀ ରାମେଶ ଚେନ୍ନିତାଲା ଗାନ୍ଧୀ ବିରୋଧରେ ଦିଆଯାଇଥିବା ଆପତ୍ତିଜନକ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ଓ ଗ୍ରହଣ ନୁହେଁ ବୋଲି କହିଛନ୍ତି । ଜର୍ଜଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରିବା ଦରକାର ବୋଲି ରମେଶ ଦାବି କରିଛନ୍ତି ।

ସାଂସଦ ତଥା ଯୁବ କଂଗ୍ରେସ ନେତା ଡିନ କୁରିଆସକୋସ ପୂର୍ବତନ ବିଧାୟକ ନିନ୍ଦା କରିଛନ୍ତି । ଗାନ୍ଧୀଙ୍କ ବିରୋଧରେ ତାଙ୍କର ଏଭଳି ଚିନ୍ତାଧାରକୁ ତାଙ୍କର ଚରିତ୍ରକୁ ଦର୍ଶାଇଛି । ଗାନ୍ଧୀଙ୍କୁ ସମାଲୋଚନା କରିବାର ତାଙ୍କ ପାଖରେ କଣ ଯୋଗ୍ୟତା ରହିଛି । ବିବାଦୀୟ ଓ ଅଶାଳୀନ ମନ୍ତବ୍ୟ ଦେବାରେ ସାଂସଦ ମନ୍ତ୍ରୀ ଏମଏମ ମଣିଙ୍କ ଅନୁସରଣ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଡିନ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.