ETV Bharat / bharat

ୟୁରୋପୀୟ ପରିଷଦରେ ମୋଦି, କୋରୋନା ବିରୋଧୀ ଲଢେଇରେ ମାଗିଲେ ସହଯୋଗ

author img

By

Published : May 9, 2021, 6:46 AM IST

ୟୁରୋପୀୟ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି । କୋଭିଡ ଲଢେଇ ପାଇଁ ମାଗିଲେ ସହଯୋଗ । ଅଧିକ ପଢନ୍ତୁ...

ୟୁରୋପୀୟ ପରିଷଦରେ ପ୍ରଧାନମନ୍ତ୍ରୀ, କୋରୋନା ବିରୋଧୀ ଲଢେଇ ପାଇଁ ମାଗିଲେ ସହଯୋଗ

ନୂଆଦିଲ୍ଲୀ: ୟୁରୋପୀୟ ପରିଷଦର ସଭାପତି ଚାର୍ଲ୍ସ ମିସେଲଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୟୁରୋପୀୟ ପରିଷଦର ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ କୋରୋନା ବିରୋଧୀ ଲଢେଇରେ ୟୁରୋପୀୟ ରାଷ୍ଟ୍ର ସମୂହଙ୍କ ସହଯୋଗ ଲୋଡିଛନ୍ତି । 27 ସଦସ୍ୟ ବିଶିଷ୍ଟ ୟୁରୋପୀୟ ପରିଷଦ ନେତାମାନେ କରୋନା ଭାଇରସର ଭୟଙ୍କର ଦ୍ବିତୀୟ ଲହରର ସହିତ ଲଢୁଥିବା ବେଳେ ଭାରତକୁ ସମର୍ଥନ କରିବେ ବୋଲି ନିଶ୍ଚିତ କରିଥିବା ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ଭାରତ ସହ ସମ୍ପର୍କକୁ ସୁଦୃଢୀକରଣ କରିବା ପାଇଁ ଜାରି ପ୍ରତିବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ମୋଦି ୟୁଏଇ ଏବଂ ଏହାର ସଦସ୍ୟ ରାଷ୍ଟ୍ରର ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଟ୍ବିଟ୍ କରି ମୋଦି କହିଛନ୍ତି ଯେ, କୋଭିଡ୍ -19 ମହାମାରୀକୁ ରୋକିବା ଆମର ସହଯୋଗ ଜରୁରୀ ।

ଭାରତ ସହ ସମ୍ପର୍କକୁ ମଜବୁତ କରିବା ପାଇଁ ଜାରି ପ୍ରତିବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ମୋଦି ୟୁଏଇ ଏବଂ ଏହାର ସଦସ୍ୟ ରାଷ୍ଟ୍ରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ପଦକ୍ଷେପ ପାଇଁ ବନ୍ଧୁ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟାପମଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି ଏବଂ ୟୁଏଇ ପରିଷଦର ପର୍ତ୍ତୁଗାଲ ରାଷ୍ଟ୍ରପତି ସମୟରେ ଭାରତକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି ବୋଲି ମୋଦି ଟ୍ବିଟ୍ କରି ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବା ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟାଙ୍କୁ ଟ୍ୟାଗ୍ କରିଛନ୍ତି।

ଏକ ଟ୍ବିଟ କରି ମୋଦି କହିଛନ୍ତି ଯେ, କୋଭିଡ-19 ମହାମାରୀକୁ ରୋକିବା ଏବଂ ଅଧିକ ଡିଜିଟାଲ ଏବଂ ସବୁଜ ଦୁନିଆରେ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ ପୁନରୁଦ୍ଧାର ସୁନିଶ୍ଚିତ କରିବା ପାଇଁ ଭାରତ-ୟୁରୋପୀୟ ସଂଘର ସହଯୋଗ ନିହାତି ଜରୁରୀ ଅଟେ। ସେ ଆହୁରି ମଧ୍ୟ କହିଛନ୍ତି ଲୋକଙ୍କ ପାଇଁ ଶାନ୍ତି ଏବଂ ସମୃଦ୍ଧତା ହାସଲ କରିବା ପାଇଁ ଆମର ଦୃଢ ସହଭାଗିତା ଜରୁରୀ ଅଟେ । ବାଣିଜ୍ୟ ଏବଂ ବିନିଯୋଗ ଚୁକ୍ତିନାମା ତଥା ଆମର ନୂତନ ଯୋଗାଯୋଗ ସହଭାଗିତା ପାଇଁ ଆଲୋଚନା ଆରମ୍ଭକୁ ଆମେ ସ୍ବାଗତ କରିଛୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.