ETV Bharat / bharat

ଆଜିଠୁ ଦୁଇ ଦିନିଆ ଭାରତ ଗସ୍ତରେ ୟୁରୋପୀୟ ଆୟୋଗ ଅଧ୍ୟକ୍ଷା

author img

By

Published : Apr 24, 2022, 11:27 AM IST

ଆଜିଠୁ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ୟୁରୋପୀୟ ଆୟୋଗ (European Commission) ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲାଏନ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ସହ ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ୟୁରୋପୀୟ ଆୟୋଗ ଅଧ୍ୟକ୍ଷା । ଅଧିକ ପଢନ୍ତୁ

ଆଜିଠୁ ଦୁଇ ଦିନିଆ ଭାରତ ଗସ୍ତରେ ୟୁରୋପୀୟ ଆୟୋଗ ଅଧ୍ୟକ୍ଷା
ଆଜିଠୁ ଦୁଇ ଦିନିଆ ଭାରତ ଗସ୍ତରେ ୟୁରୋପୀୟ ଆୟୋଗ ଅଧ୍ୟକ୍ଷା

ନୂଆଦିଲ୍ଲୀ: ଆଜିଠୁ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ୟୁରୋପୀୟ ଆୟୋଗ (European Commission) ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲାଏନ । ଆୟୋଗର ଅଧ୍ୟକ୍ଷା ଭାବେ ଦାୟିତ୍ବ ନେବା ପରେ ଉର୍ସୁଲା ଭନ୍ ଡେର୍ ଲେନଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ । ଏନେଇ ବୈଦେଶୀକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ ଯୋଗେ ସ୍ବାଗତ ଜଣାଯାଇଛି ।

ଏହି ଗସ୍ତରେ ଉର୍ସୁଲା ଭନ୍ ଡେର୍ ଲାଏନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ହ୍ରାସ, ଡିଜିଟାଲ ଟ୍ରାଜାକ୍ସନ, ସୁରକ୍ଷା ଏବଂ ପ୍ରତିରକ୍ଷା ସମ୍ବନ୍ଧରେ ଦିଲ୍ଲୀରେ ଆଲୋଚନା କରିବେ । ସେହିପରି ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ମଧ୍ୟ ଆଲୋଚନା ହେବ ।

ଗସ୍ତ ସମୟରେ ୟୁରୋପୀୟ ଆୟୋଗ ଅଧ୍ୟକ୍ଷା TERI( The Energy and Resources Institute ) କ୍ୟାମ୍ପସ ପରିଦର୍ଶନ କରିବେ । ସେଠାରେ ସେ ଯୁବଗୋଷ୍ଠୀଙ୍କ ସହ ଆଲୋଚନା କରିବେ । ଏହାପରେ ଆନ୍ତର୍ଜାତୀୟ ସୋଲାର ଆଲିଆନ୍ସରେ ସମ୍ବୋଧନ କରିବେ । ତେବେ ସହ ଶକ୍ତି କ୍ଷେତ୍ରରେ ଯୋଗାଣ ସୁରକ୍ଷାକୁ ନେଇ ଭାରତୀୟ ଏବଂ EU କମ୍ପାନୀଗୁଡିକ ସହ ଆଲୋଚନା ମଧ୍ୟ ହେବ ।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଉଭୟ ୟୁରୋପୀୟ ୟୁନିୟନ ଓ ଭାରତ ମଧ୍ୟରେ ଦୃଢ ପାରସ୍ପରିକ ଭାଗିଦାରୀ ରହି ଆସିଛି । ରାଜନୈତିକ, ରଣନୀତିକ, ବାଣିଜ୍ୟ, ଜଳବାୟୁ ପରବର୍ତ୍ତନ, ଡିଜିଟାଲ, ପ୍ରଯୁକ୍ତିବିଦ୍ୟା ଓ ନିରନ୍ତର ବିକାଶ କ୍ଷେତ୍ରରେ ଗଭୀର ଭାବେ ସହଯୋଗ ମଧ୍ୟ ରହିଆସିଛି । ଆସନ୍ତାକାଲି ରାଇସିନା ଡାଇଲଗର ଉଦଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିବେ ଉର୍ସୁଲା ଭନ୍ ଡେର୍ ଲାଏନ।

ବୈଦେଶିକ ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି, 2021 ମସିହାରେ ଭାରତ-ୟୁରୋପୀୟ ପରିଷଦ କନେକ୍ଟିଭିଟି ପାର୍ଟନରସିପ୍ ଆରମ୍ଭ ହେବା ନିଷ୍ପତ୍ତି ଏକ ମାଇଲଖୁଣ୍ଟ ଥିଲା । ଏବେ ୟୁରୋପୀୟ ଆୟୋଗ ଅଧ୍ୟକ୍ଷା ଭାରତ ଗସ୍ତରେ ଆସିଥିବା ବେଳେ ୟୁରୋପୀୟ ପରିଷଦ ଓ ଭାରତ ମଧ୍ୟରେ ସମ୍ପର୍କରେ ଆହୁରି ଦୃଢତା ଆସିବା ନେଇ ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.