ହାଇଦ୍ରାବାଦ: ଯୋଗଗୁରୁ ବାବା ରାମଦେବ ତାଙ୍କର ଯୋଗ କାର୍ଯ୍ୟକଳାପ ସହିତ ଅର୍ଥନୈତିକ ପ୍ରକ୍ରିୟା ପାଇଁ ଚର୍ଚ୍ଚାରେ ରହିଛନ୍ତି । ପତଞ୍ଜଳିଙ୍କୁ FMCG (Fast-Moving Consumer Goods) ରେ ଦେଶର ଦୁଇ ନମ୍ବର ବ୍ରାଣ୍ଡ କରିବା ପରେ ଏବେ ତାଙ୍କ ଆଖି ଏକ ନମ୍ବର ସ୍ଥାନରେ ରହିଛି । ତାଙ୍କ ବିବୃତ୍ତିରେ ସେ 2025 ମସିହାରେ ଏକ ନମ୍ବର ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ବୁଡ଼ି ଯାଉଥିବା କମ୍ପାନୀ ରୁଚି ସୋୟାକୁ କିଣି ଏହାକୁ ଦ୍ରୁତଗତିରେ ବୃଦ୍ଧି ପାଉଥିବା କମ୍ପାନୀରେ ପରିଣତ କରିବାର ଉଦ୍ୟମ ପାଇଁ ସେ ଏବେ ଚର୍ଚ୍ଚାରେ ରହିଛନ୍ତି । ବାବା ରାମଦେବ ଖୁବଶୀଘ୍ର ରୁଚି ସୋୟାର IPO(ଏକ ନୂତନ ଷ୍ଟକ ବୀମା ମାଧ୍ୟମରେ ଜନସାଧାରଣଙ୍କୁ ସେୟାର୍ସ ପ୍ରଦାନ କରିବାର ପ୍ରକ୍ରିୟା) ଆଣିବାକୁ ଯାଉଛନ୍ତି ।
ତାଙ୍କର ମାର୍କେଟିଂ କୌଶଳ, ଯୋଗ, ଆଧ୍ୟାତ୍ମିକତା ଠାରୁ ଶିଳ୍ପ ପର୍ଯ୍ୟନ୍ତ ଯାତ୍ରା ଏବଂ ଦେଶର ପରିସ୍ଥିତି ସମ୍ପର୍କରେ ସେ ଇଟିଭି ଭାରତ ସହ ସାକ୍ଷାତକାରରେ ଆଲୋଚନା କରିଛନ୍ତି । ତେବେ ଦେଖନ୍ତୁ ଟେଲିଫୋନ ଯୋଗେ ଯୋଗଗୁରୁ ବାବା ରାମଦେବଙ୍କ ସହ ଦିଲ୍ଲୀ ବ୍ୟୁରୋ ଚିଫ୍ ବିଶାଲ ସୂର୍ଯ୍ୟକାନ୍ତଙ୍କ ସ୍ବତନ୍ତ୍ର ସାକ୍ଷାତକାର...