ETV Bharat / bharat

Sri Lanka Crisis: ଆର୍ଥିକ ସଙ୍କଟରୁ ରାଜନୈତିକ ଅଚଳାବସ୍ଥା, ବାହାରି ପାରୁନି ସମାଧାନର ସୂତ୍ର

author img

By

Published : Apr 6, 2022, 4:26 PM IST

ଶ୍ରୀଲଙ୍କାରେ ଦେଖାଯାଇଥିବା ଉତ୍କଟ ଆର୍ଥିକ ସଙ୍କଟ ଏବେ ରାଜନୈତିକ ଅଚଳାବସ୍ଥାକୁ ଜନ୍ମ ଦେବାରେ ଲାଗିଛି । ସଂଖ୍ୟା ଗରିଷ୍ଠତା ହରାଇ ସାରିଲାଣି ସରକାର । ବିଭିନ୍ନ ରାଜନୈତିକ ସୁଧାର ନେଇ ଜାରିରହିଛି ସର୍ବଦଳୀୟ ବୈଠକ । ଏକାଧିକ ପ୍ରସ୍ତାବ ପରେ ମଧ୍ୟ ବାହାରି ପାରୁନି ସମାଧାନ । ଅଧିକ ପଢନ୍ତୁ

Sri Lanka Crisis: ଆର୍ଥିକ ସଙ୍କଟରୁ ରାଜନୈତିକ ଅଚଳାବସ୍ଥା, ବାହାରି ପାରୁନି ସମାଧାନର ସୂତ୍ର
Sri Lanka Crisis: ଆର୍ଥିକ ସଙ୍କଟରୁ ରାଜନୈତିକ ଅଚଳାବସ୍ଥା, ବାହାରି ପାରୁନି ସମାଧାନର ସୂତ୍ର

କଲୋମ୍ବୋ: ପଡୋଶୀ ଶ୍ରୀଲଙ୍କାରେ ଦେଖାଯାଇଥିବା ଉତ୍କଟ ଆର୍ଥିକ ସଙ୍କଟ ଏବେ ରାଜନୈତିକ ଅଚଳାବସ୍ଥାକୁ ମଧ୍ୟ ଜନ୍ମ ଦେଇସାରିଲାଣି । ଯଦି ଏପରି ରାଜନୈତିକ ଅସ୍ଥିରତା ଲାଗି ରହେ ତେବେ ଏହି ସଙ୍କଟରେ ସୁଧାର ଆସିବା ପରିବର୍ତ୍ତେ ଆହୁରି ଉତ୍କଟ ହେବାର ଆଶଙ୍କାକୁ ଏଡାଯାଇ ନପାରେ । ଏପରି ସମୟରେ ବର୍ତ୍ତମାନର କ୍ଷମତାସୀନ ସରକାର ସଂଖ୍ୟା ଗରିଷ୍ଠତା ହରାଇ ଅଳ୍ପମତକୁ ଆସି ସାରିଲାଣି ।

ଦେଶରେ ବର୍ତ୍ତମାନ ଏକ ଝୁଲା ସରକାର ଶାସନରେ ଥିବାବେଳେ ଦେଶବ୍ୟାପୀ ସ୍ଥିତି ଅଣାୟତ ହେବାରେ ଲାଗିଛି । ବିଭିନ୍ନ ରାଜନୈତିକ ଦଳମାନେ ବର୍ତ୍ତମାନର ଜାରି ରାଜନୈତିକ ସଙ୍କଟର ସମାଧାନ ପାଇଁ ସେମାନଙ୍କ ବିଚାର ସାର୍ବଜନୀନ କରିଛନ୍ତି । ଗତକାଲି (ଏପ୍ରିଲ 5) ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ ଏନେଇ ଆଲୋଚନା ହୋଇଥିଲା ।

2020 ମସିହା ଅଗଷ୍ଟ 5 ତାରିଖରେ ଶ୍ରୀଲଙ୍କାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥଲା । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ନିର୍ବାଚିତ ସରକାର 5 ବର୍ଷ ତଥା 2025 ପର୍ଯ୍ୟନ୍ତ କାର୍ଯ୍ୟ କରିବା କଥା । ଶ୍ରୀଲଙ୍କାର ସାମ୍ଭିଧାନିକ ବ୍ୟବସ୍ଥା ଅନୁସାରେ ଯଦି ପୂର୍ଣ୍ଣକାଳ ପୂର୍ବରୁ ସଂସଦ ଭଙ୍ଗ କରିବାର ଆବଶ୍ୟକତା ପଡେ, ତେବେ ରାଷ୍ଟ୍ରପତି ଅଢେଇ ବର୍ଷ ପରେ ସଂସଦ ଭଙ୍ଗ କରିପାରିବେ। ଏପରି ସ୍ଥଳେ 2023 ପରେ ଏହା ସମ୍ଭବ ହୋଇପାରିବ । ଦେଖାଯାଇଥିବା ସଙ୍କଟର ସମାଧାନ ପାଇଁ ବାଚସ୍ପତି ମହିଦା ୟାପ୍ପାଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ଏନେଇ ସମସ୍ତ ଦଳଙ୍କ ସହ ଆଲୋଚନା ମଧ୍ୟ ହୋଇଥିଲା । ଏଥିରେ ରାଜନୈତିିକ ଦଳମାନେ ସୁଧାର ଓ ଗଠନମୂଳକ ବିଚାର ଉପସ୍ଥାପନ କରିଥିଲେ ।

ବୈଠକରେ ପ୍ରସ୍ତାବ ମଧ୍ୟରେ ପ୍ରଥମତଃ ରାଷ୍ଟ୍ରପତିଙ୍କ ଇସ୍ତଫା କଥା ଉଠିଥିବା ବେଳେ ବାଚସ୍ପତି ଏହାକୁ ଗ୍ରହଣ କରି ନଥିଲେ । ବାଚସ୍ପତି ରାଷ୍ଟ୍ରପତିଙ୍କୁ ଇସ୍ତାଫା ପାଇଁ ନିର୍ଦ୍ଦେଶ ଦେଇପାରିବା ନେଇ ସାମ୍ବିଧାନିକ ବ୍ୟବସ୍ଥା ନଥିବା ଦର୍ଶାଇ ବାଚସ୍ପତି ଏପରି କରାଯାଇ ପାରିବ ନାହିଁ ବୋଲି ସର୍ବଦଳୀୟ ବୈଠକରେ ସ୍ପଷ୍ଟ କରିଥିଲେ । ଅନ୍ୟ ଏକ ପ୍ରସ୍ତାବ ଆଧାରରେ ଦେଶରେ ଆର୍ଥିକ ସଙ୍କଟରେ ସୁଧାର ନଆସିବା ଯାଏ ବା ସ୍ଥିତି ସ୍ବାଭାବିକ ନହେବା ଯାଏ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପାଇଁ ମତ ପ୍ରକାଶ ପାଇଥିଲା ।

କେବଳ ଏତିକି ନୁହେଁ, 25 ବିଶେଷଜ୍ଞକୁ ସଂସଦରେ ସଦସ୍ୟ ଭାବେ ମନୋନୀତ କାରଯାଇ ପାରିବ ଓ ସେମାନଙ୍କ ପରାମର୍ଶରେ ଦେଶରେ ଜାରି ରିହଥିବା ସଙ୍କଟରେ ସୁଧାର ଆଣିବା ପାଇଁ ପ୍ରୟାସ କରିବା ପାଇଁ ଭିନ୍ନ ଏକ ପ୍ରସ୍ତାବ ମଧ୍ୟ ସାମ୍ନାକୁ ଆସିଥିଲା । ତେବେ ଏହି ତୃତୀୟ ପ୍ରସ୍ତାବରେ ମଧ୍ୟ କିଛି ସମସ୍ୟା ସାମ୍ନାକୁ ଆସିଛି । ଯାହାକି ସେହି 25 ନିର୍ବାଚିତ ସଦସ୍ୟଙ୍କୁ ଇସ୍ତାଫା ଦେବାକୁ ପଡିବ ।

ତେବେ ଏପରି ସ୍ଥଳେ କେଉଁ ନିର୍ଦ୍ଦିଷ୍ଟ ପ୍ରସ୍ତାବରେ ସହମତି ପ୍ରକାଶ ପାଇପାରି ନାହିଁ । ବର୍ତ୍ତମାନ ସମୟରେ ରାଜନୈତିକ ଅଚଳାବସ୍ଥା ଦୂର ନହେଲେ ଦେଶର ଆର୍ଥିତ ସଙ୍କଟ ସ୍ଥିତି ଆହୁରି ଅଣାୟତ ହେବା ଆଶଙ୍କାକୁୁ ମଧ୍ୟ ଏଡାଇ ଦିଆଯାଇନପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.