ETV Bharat / bharat

ଶିକ୍ଷା ସମାନ ଓ ସର୍ବାଙ୍ଗୀନ ହେଉ: ପ୍ରଧାନମନ୍ତ୍ରୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଶିକ୍ଷକ ପର୍ବ କଲକ୍ଲେଭର ଉଦଘାଟନ କରିଛନ୍ତି । ଶିକ୍ଷା କ୍ଷେତ୍ରରେ ଅନେକ ପ୍ରମୁଖ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
author img

By

Published : Sep 7, 2021, 2:07 PM IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଶିକ୍ଷକ ପର୍ବ କଲକ୍ଲେଭର ଉଦଘାଟନ କରିଛନ୍ତି । ଶିକ୍ଷା କ୍ଷେତ୍ରରେ ଅନେକ ପ୍ରମୁଖ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଶିକ୍ଷା ସବୁବେଳେ ସମାନ ହେବା ଦରକାର । ଦେଶର ବିକାଶ ପାଇଁ ଶିକ୍ଷା ସମାନ ଓ ସର୍ବାଙ୍ଗୀନ ହେବା ଉଚିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଶିକ୍ଷା ସମାନ ଓ ସର୍ବାଙ୍ଗୀନ ହେଉ: ପ୍ରଧାନମନ୍ତ୍ରୀ

ସେ ଆହୁରି କହିଛନ୍ତି ଶିକ୍ଷା କେବଳ ଅନ୍ତର୍ଭୁକ୍ତ ନ ହେଉ ସମାନ ହେଉ । ଶିକ୍ଷାର ବିକାଶ ହେଲେ ଦେଶର ବିକାଶ ହେବ । ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚିବା ଦରକାର । ତେବେ ଯାଇ ନୂଆ ଭାରତ ଗଠନ ହେବ ବୋଲି କହିଛନ୍ତି ମୋଦି । ବର୍ତ୍ତମାନ ନୂଆ ସଂକଳ୍ପ ନେଉଛି ନୂଆ ଭାରତ । ଭାରତରେ ଗୁଣାତ୍ମକ ଓ ନିରନ୍ତର ବିଦ୍ୟାଳୟ ଶିକ୍ଷା ଏବଂ ସୃଜନାତ୍ମକ ଶିକ୍ଷା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଓ ପ୍ରତ୍ୟେକ ସ୍ତରରେ ଶିକ୍ଷାର ଗୁଣାତ୍ମକ ମାନ ବଜାୟ ରଖିବା ପାଇଁ ଶିକ୍ଷକ ପର୍ବ-୨୦୨୧ ଆୟୋଜନ ହେଉଛି ।

କୋରୋନା ସମୟର ଚ୍ୟାଲେଞ୍ଜକୁ ଗ୍ରହଣ କରି ପିଲାଙ୍କୁ ପାଠ ପଢାଇ ଥିବା ସମସ୍ତ ଶିକ୍ଷକଙ୍କୁ ପ୍ରଶଂସା କରିଛନ୍ତି ମୋଦି । ନୂଆ ଜାତୀୟ ଶିକ୍ଷା ନୀତି ଭଳି ଶିକ୍ଷା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ନିର୍ଣ୍ଣୟ ନେଉଛି ଭାରତ । ଦେଶର ଅନେକ ସ୍କୁଲରେ ପିଲାଙ୍କୁ ଅସମାନତା ଶିକ୍ଷାର ଶିକାର ହେବାକୁ ପଡୁଛି । ବର୍ତ୍ତମାନ SQAAF ଏହି ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି ମୋଦି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ସାଙ୍କେତିକ ଭାଷା ଶବ୍ଦ କୋଷ (ଉଭୟ ଶ୍ରାବ୍ୟ ଓ ପୁସ୍ତକ ଆକାରରେ ସାଙ୍କେତିକ ଭାଷା କୋଷ, ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ କଥା ପୁସ୍ତକ, ଓ ଦୃଷ୍ଟିହୀନମାନଙ୍କ ନିମନ୍ତେ କଥା ପୁସ୍ତକ ସିବିଏସଇ, ଏନଆଇଏସଏଚଟିଏଚଏ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ, ଆକଳନ ପଦ୍ଧତି ଓ ଶିକ୍ଷା ସେବା ଇତ୍ୟାଦି ନିମନ୍ତେ ବିଦ୍ୟାଞ୍ଜଳି ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ କେନ୍ଦ୍ରମନ୍ତ୍ରୀ ଜତିନ ପ୍ରସାଦ ମଧ୍ୟ ଉପସ୍ଥିତ ଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.