ନୂଆଦିଲ୍ଲୀ: ଆସାମ ବୈଭବ ସମ୍ମାନ ୨୦୨୧ରେ ସମ୍ମାନୀତ ହେବେ ଉଦ୍ୟୋଗୀ ରତନ ଟାଟା । ଆସାମ ସରକାରଙ୍କ ପକ୍ଷରୁ ତାଙ୍କୁ ଏହି ସମ୍ମାନ ଦିଆଯିବ । ଏହାକୁ ନେଇ ଟାଟା ପକ୍ଷରୁ ଏକ ଧନ୍ୟବାଦ ପତ୍ର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କୁ ଲେଖିଛନ୍ତି ରତନ ଟାଟା ।
ଧନ୍ୟବାଦ ପତ୍ରରେ ଲେଖା ଅଛି ଯେ, ଆସାମ ସରକାରଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ମୋତେ ଆସାମ ବୈଭବ ସମ୍ମାନ ୨୦୨୧ରେ ସମ୍ମାନୀତ କରିଥିବାରୁ କୃତଜ୍ଞତା ଜ୍ଞାପନ କରୁଛି । ଆସାମର ଲୋକଙ୍କ ପାଇଁ ମୁଁ ସବୁବେଳେ ସୁଚିନ୍ତା କରିବା ଜାରି ରଖିବି । ଏଭଳି ଏକ ସମ୍ମାନରେ ସମ୍ମାନିତ ହେବା ମୋ ପାଇଁ ଗୌରବର ବିଷୟ ।
ଟାଟା ପକ୍ଷରୁ ହିମନ୍ତ ବିଶ୍ବ ଶର୍ମାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ଏଥିରେ ଲେଖାଅଛି ଯେ, ରତନ ଟାଟାଙ୍କ ନିଜେ ଏହି ସମ୍ମାନ ଗ୍ରହଣ କରି ପାରିବେ ନାହିଁ । ତାଙ୍କ ଶାରୀରିକ ଅବସ୍ଥା ଠିକ୍ ନାହିଁ । ଇଚ୍ଛା ଥିଲେ ମଧ୍ୟ ସେ ଜାନୁଆରୀ ୨୪ ତାରିଖରେ ଗୌହାଟିରେ ଆୟୋଜନ ହେବାକୁ ଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ ନାହିଁ । ପରବର୍ତ୍ତୀ ସମୟରେ ତାଙ୍କୁ ମୁମ୍ବାଇରେ ଏକି ସମ୍ମାନ ପ୍ରଦାନ କରାଯିବ । ସେପଟେ ରତନ ଟାଟାଙ୍କ ଧନ୍ୟବାଦ ପତ୍ର ପାଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ମଧ୍ୟ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
@ANI