ETV Bharat / bharat

ହିମସ୍ଖଳନରେ ନିଖୋଜ ଋଷିଗଙ୍ଗା ପ୍ରୋଜେକ୍ଟ GM, ବାପାଙ୍କୁ ଖୋଜିବାକୁ ଚାମୋଲିରେ ପହଞ୍ଚିଲା ପୁଅ - ଋଷିଗଙ୍ଗା ପ୍ରୋଜେକ୍ଟ ଜେନେରାଲ ମ୍ୟାନେଜର

ହିମସ୍ଖଳନ ଘଟଣାରେ ଋଷିଗଙ୍ଗା ପ୍ରୋଜେକ୍ଟର ଜେନେରାଲ ମ୍ୟାନେଜର ତଥା କାଶ୍ମୀର ବାସିନ୍ଦା ବଶାରତ ଜରଗର ଏବେ ବି ନିଖୋଜ ରହିଛନ୍ତି । ବାପାଙ୍କୁ ଖୋଜିବା ପାଇଁ ଚାମୋଲିସ୍ଥିତ ରୈଣୀ ଗାଁରେ ପହଞ୍ଚିଛନ୍ତି ବଶାରତଙ୍କ ପୁଅ ସାଲିକ । ଅଧିକ ପଢନ୍ତୁ...

ହିମସ୍ଖଳନରେ ନିଖୋଜ ଋଷିଗଙ୍ଗା ପ୍ରୋଜେକ୍ଟ GM, ବାପାଙ୍କୁ ଖୋଜିବାକୁ ଚାମୋଲି ପହଞ୍ଚିଲା ପୁଅ

author img

By

Published : Feb 9, 2021, 7:23 PM IST

ଡେରାଡୁନ: ନନ୍ଦାଦେବୀ ନ୍ୟାସନାଲ ପାର୍କକୁ ଉତ୍ପତି ହୋଇଥିବା ଋଷିଗଙ୍ଗାର ଉପର ମୁଣ୍ଡରେ ହିମସ୍ଖଳନ ଯୋଗୁଁ ଦେବଭୂମିରେ ଦେଖାଦେଇଥିଲା ଜଳ ପ୍ରଳୟ । ଏବେସୁଦ୍ଧା ୩୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇସାରିଥିବା ବେଳେ ଅନେକ ଏବେ ବି ନିଖୋଜ ରହିଛନ୍ତି । ହିମସ୍ଖଳନ ଯୋଗୁଁ ଋଷି ଗଙ୍ଗା ଓ ଧଉଳି ଗଙ୍ଗା ସଙ୍ଗମ ସ୍ଥଳରେ ଅବସ୍ଥିତ ରୈଣୀ ଗାଁ ନିକଟରେ ଥିବା ଋଷି ଗଙ୍ଗା ଜଳବିଦ୍ୟୁତ ପ୍ରୋଜେକ୍ଟ ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ ।

ହିମସ୍ଖଳନ ଘଟଣାରେ ପ୍ରୋଜେକ୍ଟର ଜେନେରାଲ ମ୍ୟାନେଜର ତଥା କାଶ୍ମୀର ବାସିନ୍ଦା ବଶାରତ ଜରଗର ଏବେ ବି ନିଖୋଜ ରହିଛନ୍ତି । ବାପାଙ୍କୁ ଖୋଜିବା ପାଇଁ ଚାମୋଲିସ୍ଥିତ ରୈଣୀ ଗାଁରେ ପହଞ୍ଚିଛନ୍ତି ବଶାରତଙ୍କ ପୁଅ ସାଲିକ ଜରଗର । ତେବେ ଖୁବ ଶୀଘ୍ର ତାଙ୍କ ବାପା ମିଳିବା ନେଇ ପ୍ରଶାସନ ପ୍ରତିଶ୍ରୁତି ଦେଇଛି ।

ମୁଖ୍ୟତଃ ଶ୍ରୀନଗରରେ ରହୁଥିବା ବଶାରତ ଜରଗର ଗତ ସପ୍ତାହରେ ଜେନେରାଲ ମ୍ୟାନେଜର ଭାବରେ ଡ୍ୟୁଟି ପାଇଁ ଋଷିଗଙ୍ଗାରେ ପହଞ୍ଚିଥିଲେ । ବିପର୍ଯ୍ୟୟ ପରେ ଚିନ୍ତିତ ପରିବାର ଲୋକେ ମଙ୍ଗଳବାର ସକାଳେ ଚାମୋଲି ପହଞ୍ଚିଯାଇଛନ୍ତି ।

ଶ୍ରୀନଗରରେ ଥିବା ବଶରତ ଅହମ୍ମଦ ଜରଗରଙ୍କ ଭାଇ ଶବୀର କହିଛନ୍ତି ଯେ ହିମସ୍ଖଳନ ଘଟଣାର କିଛି ମିନିଟ ପୂର୍ବରୁ ରବିବାର ସକାଳ 10ଟା ପର୍ଯ୍ୟନ୍ତ ସେ ପରିବାର ସହ ଯୋଗାଯୋଗରେ ଥିଲେ। ହ୍ବାଟସଆପରେ ମଧ୍ୟ ସକାଳ ୧୦ଟା ୨୫ ପର୍ଯ୍ୟନ୍ତ ଅନଲାଇନ ରହିଥିଲେ । ପରିବାରର କହିବାନୁସାରେ, ଜରଗର ଆଲାକାନନ୍ଦା ନଦୀର ଉପରମୁଣ୍ଡରେ ଅବସ୍ଥିତ ଋଷି ଗଙ୍ଗା ବିଦ୍ୟୁତ ପ୍ରକଳ୍ପରେ କାମ କରୁଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.