ଶ୍ରୀନଗର: ସୀମାରେ ଥମୁନି ଏନକାଉଣ୍ଟର। ଚାଲିଛି ଆତଙ୍କୀ ନିପାତ ଅଭିଯାନ। ଗୁରୁବାର ରାତିରୁ ଜମ୍ମୁକାଶ୍ମୀର ସୋପିଆନରେ ଆତଙ୍କୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟରେ 3 ଆତଙ୍କୀ ନିପାତ ହୋଇଛି। ଏନେଇ ଜାମ୍ମୁକାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି।
ଏହାସହ 2 ପୋଲିସ ଅଫିସର ଶହୀଦ ହୋଇଛନ୍ତି। ଶହୀଦ ପୋଲିସଙ୍କ ନାମ ଅଲତାଫ ଅହମ୍ମଦ ଓ ଆହତ ଜଣକ ହେଲେ ମାନଜୁର୍ ଅହମ୍ମଦ ବୋଲି ଜଣାପଡିଛି। ତେବେ ମିଳିତ ବାହିନୀ ଆତଙ୍କୀ ଲୁଚିଥିବା ସ୍ଥାନକୁ ଯିବା ବେଳେ ସେମାନେ ଗୁଳି ଚଳାଇଥିଲେ।
ସୂଚନା ଥାଉକି, ଗୁରୁବାର ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହାସହ ଗୁଳିବିନିମୟ ଆରମ୍ଭ ହେବା ସହ ଉକ୍ତ ଅଞ୍ଚଳକୁ କର୍ଡନ କରାଯାଇଥିଲା।
ପୋଲିସର ଖବର ଅନୁସାରେ, ସୋପିଆନର ବଡଗାମରେ ଏନକାଉଣ୍ଟର ଆରମ୍ଭ ହୋଇଛି। ପୋଲିସ ଏବଂ ସୁରକ୍ଷା ବାହିନୀ ଏହି ସର୍ଚ୍ଚ ଅପରେସନ କାର୍ଯ୍ୟରେ ନିୟୋଜିତ ଅଛନ୍ତି।