ETV Bharat / bharat

ଘାଟିରେ ଏନକାଉଣ୍ଟର ଆରମ୍ଭ, ଆତଙ୍କୀଙ୍କୁ କର୍ଡନ କରିଛି ସୁରକ୍ଷାବଳ

କୁଲଗାମରେ ଏନକାଉଣ୍ଟର ଆରମ୍ଭ (Encounter started at Samno)। କାଶ୍ମୀର ଜୋନ ପୋଲିସ ଦେଲା ସୂଚନା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 16, 2023, 5:33 PM IST

ଘାଟିରେ ଏନକାଉଣ୍ଟର ଆରମ୍ଭ, ଆତଙ୍କୀଙ୍କୁ ଜବାବ ଦେଉଛି ସୁରକ୍ଷାବଳ

ଶ୍ରୀନଗର: ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ଏଚ.ଡି ପୁରା ଅନ୍ତର୍ଗତ ସାମନୋ ଏରିଆରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ଗୁଇନ୍ଦା ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ମିଳିତ ଭାବେ ଏହି ଅପରେସନ ଆରମ୍ଭ କରିଥିବା କାଶ୍ମୀର ଜୋନ ପୋଲିସ ‘ଏକ୍ସ’ରେ ସୂଚନା ଦେଇଛି । ଆଜି (ଗୁରୁବାର) ଅପରାହ୍ନରେ ଏକାଧିକ ଆତଙ୍କୀ ଉକ୍ତ ସ୍ଥାନରେ ଆତ୍ମଗୋପନ କରିଥିବା ସୂଚନା ମିଳିଥିଲା । ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରିଛି ସୁରକ୍ଷା ବଳ । ଗୁଳି ବିନିମୟ ଜାରି ରହିଛି । ଏ ପର୍ଯ୍ୟନ୍ତ ମୃତାହତଙ୍କ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି । ସଂଧ୍ୟା ସୁଦ୍ଧା ସୁରକ୍ଷାବଳକୁ ସଫଳତା ମିଳିବା ନେଇ ଆଶା କରାଯାଉଛି ।

ନିକଟରେ କାଶ୍ମୀରରେ କାର୍ଯ୍ୟରତ ଏକାଧିକ ଅଣସ୍ଥାନୀୟଙ୍କୁ ଘାଟିରେ ଆତଙ୍କୀଙ୍କ ଦ୍ବାରା ଟାର୍ଗେଟ କରାଯାଇଛି । ଜଣେ ପୋଲିସ ଅଧିକାରୀ ମଧ୍ୟ କ୍ରିକେଟ ଗ୍ରାଉଣ୍ଡରେ ପ୍ରାକ୍ଟିସ କରୁଥିବା ବେଳେ ଆତଙ୍କୀଙ୍କ ଆକ୍ରମଣର ଶିକାର ହୋଇଥିଲେ । ସୁରକ୍ଷାବଳ ଘାଟିରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିଲା । ଅନ୍ୟପଟେ ଶୀତ ଋତୁରେ ପାକିସ୍ତାନ ପଟୁ ଭାରତୀୟ ସୀମାରେ ଆତଙ୍କବାଦୀ ଅନୁପ୍ରବେଶ କରିବାର ଯଥେଷ୍ଟ ଆଶଙ୍କା ରହିଥାଏ । ଏହାକୁ ପ୍ରତିହତ କରିବା ଲାଗି ସୀମାସୁରକ୍ଷା ବଳ ମଧ୍ୟ ନିୟନ୍ତ୍ରଣ ରେଖାରେ ସୁରକ୍ଷା ଓ ପାଟ୍ରୋଲିଂକୁ ବୃଦ୍ଧି କରିଛି । ଗତ ଦୁଇ ଦିନ ତଳେ ଜଣେ ଅନୁପ୍ରବେଶକାରୀ ସୀମା ସୁରକ୍ଷା ବଳର ଗୁଳିରେ ନିପାତ ମଧ୍ୟ ହୋଇଛି ।

ଏହା ମଧ୍ଯ ପଢନ୍ତୁ :- ଘାଟିରେ ଏନକାଉଣ୍ଟର ଆରମ୍ଭ, ଜାରି ରହିଛି ଗୁଳି ବିନିମୟ

ଘାଟିରେ ଚଳିତବର୍ଷ ଆରମ୍ଭରେ ଏକାଧିକ ଟାର୍ଗେଟ କିଲିଂ ମାମଲା ସାମ୍ନାକୁ ଆସିଥିଲା । ଆତଙ୍କବାଦୀମାନେ ସ୍ଥାନୀୟ କାଶ୍ମୀର ପଣ୍ଡିତ ଓ ଅଣସ୍ଥାନୀୟ ଶ୍ରମିକଙ୍କୁ ଟାର୍ଗେଟ କରି ହତ୍ୟା କରିଥିଲେ । ଫଳରେ ପୁଣି ଥରେ ଘାଟିରେ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଥିଲା । ସେମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ସହ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲେ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଚିନ୍ତାବ୍ୟକ୍ତ କରିଥିଲା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଅତିରିକ୍ତ 25 କମ୍ପାନୀ ସିଆରପିଏଫ୍‌ ଘାଟିରେ ନିୟୋଜିତ କରାଯାଇଥିଲା । ଏବେ ସୂଚନା ମିଳିବା ମାତ୍ରେ ଆତଙ୍କୀ ନିରୋଧୀ ଅପରେସନ ଆରମ୍ଭ କରାଯାଉଛି । ଇନପୁଟ୍‌ ସୂଚନା ଅନୁସାରେ ସେନା ଓ ସ୍ଥାନୀୟ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ନିକଟରେ ହୋଇଥିବା ଏକାଧିକ ଏନ୍‌କାଉଣ୍ଟରରେ ମଧ୍ୟ ସେନାକୁ କ୍ରମାଗତ ସଫଳତା ମିଳିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.