ETV Bharat / bharat

କୁଲଗାମରେ ଗୁଳିବିନିମୟ, ଜଣେ ଆତଙ୍କୀ ନିପାତ - କାଶ୍ମୀର ପୋଲିସ

ଜମ୍ମୁ କାଶ୍ମୀର କୁଲଗାମ ଜିଲ୍ଲାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଯୁଦ୍ଧରେ ଜଣେ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ଅଧିକ ପଢନ୍ତୁ...

ଜଣେ ଆତଙ୍କୀ ନିପାତ
ଜଣେ ଆତଙ୍କୀ ନିପାତ
author img

By

Published : Aug 13, 2021, 8:09 AM IST

Updated : Aug 13, 2021, 8:15 AM IST

ଶ୍ରୀନଗର: ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର କୁଲଗାମ ଜିଲ୍ଲାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଯୁଦ୍ଧରେ ଜଣେ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ଏହା ସହିତ ଏହି ଗୁଳି ବିନିମୟରେ ଦୁଇଜଣ ସାଧାରଣ ନାଗରିକ ଓ ଦୁଇଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି ।

ଆହତ ଦୁଇ ନାଗରିକ ହେଲେ ଅନନ୍ତନାଗର ସାହିଲ ୟାକୁବ ଭଟ୍ଟ ଏବଂ କୁଲଗାମର ସାହିଦ ଫାରୁକ ସେଖ । ଜଣେ ସିଆରପିଏଫ ଯବାନଙ୍କ ସହିତ ଜଣେ ଆର୍ମି ଯବାନ ଆହତ ହୋଇଥିବା ନେଇ ସୂଚନା ଦେଇଛନ୍ତି କାଶ୍ମୀର ଆଇଜିପି ବିଜୟ କୁମାର । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୁରକ୍ଷାକର୍ମୀଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି ଏବଂ ସାହିଲ ଭଟ୍ଟ ସ୍ବାସ୍ଥ୍ୟ ଗୁରୁତର ରହିଥିବା କହିଛନ୍ତି ଆଇଜିପି ।

ଲଗାତାର କିଛି ଦିନ ହେବ ସୀମାରେ ଆତଙ୍କରାଜ ଚଳାଇ ଆସୁଛନ୍ତି ଆତଙ୍କବାଦୀ । ପୂର୍ବରୁ ଲସ୍କର-ଏ-ତୋଏବାର ଦୁଇ ଆତଙ୍କୀ ମୀର ବଜାରରେ ବିଏସଏଫ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଚଳିତ ବର୍ଷ ପ୍ରାୟ 80ରୁ ଅଧିକ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ ଯାହା ଏକ ବଡ ସଫଳତା ବୋଲି କହିଛନ୍ତି ଆଇଜିପି ବିଜୟ କୁମାର ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Aug 13, 2021, 8:15 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.