ETV Bharat / bharat

କୁଲଗାମ ରେଡୱାନୀ ଅଞ୍ଚଳରେ ଏନକାଉଣ୍ଟର, ଜଣେ ଯବାନ ଆହତ

author img

By

Published : Aug 5, 2022, 12:51 PM IST

Updated : Aug 5, 2022, 2:32 PM IST

ସୀମାରେ ଆତଙ୍କୀଙ୍କ ଉତ୍ପାତ । ଜମ୍ମୁ କଶ୍ମୀର କୁଲଗାମର ରେଡୱାନୀ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଅଧିକ ପଢନ୍ତୁ

ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ
ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ

ଶ୍ରୀନଗର: ସୀମାରେ ଆତଙ୍କୀଙ୍କ ଉତ୍ପାତ । ଜମ୍ମୁ କଶ୍ମୀର କୁଲଗାମର ରେଡୱାନୀ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଛନ୍ତି । ପୋଲିସ ଓ ସୁରକ୍ଷାବଳଙ୍କ ମିଳିତ ଅପରେସନ ଜୋରଦାର ହୋଇଛି । ଧାରା ୩୭୦(Article 370) ଉଚ୍ଛେଦକୁ ୩ବର୍ଷ ହୋଇଥିବାବେଳେ ଆତଙ୍କବାତୀ ଉଗ୍ର ହୋଇଛନ୍ତି । ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳରେ ଆତଙ୍କୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ଖବର ମିଳିଥିଲା । ଏହାପରେ କଶ୍ମୀର ପୋଲିସ ଓ ସୁରକ୍ଷାବାହିନୀଙ୍କ ମିଳିତି ଅପରେସନ ଆରମ୍ଭ କରିଥିଲା ।

ବେଶ୍‌ କିଛି ସମୟ ଧରି ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ଥିବା ସୂଚନା ମିଳିଛି । ସମଗ୍ର ରେଡୱାନୀ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଛନ୍ତି ସୁରକ୍ଷାବାହିନୀ । କୁଲଗାମରେ ଶେଷଥର ପାଇଁ ଜୁଲାଇ ୨୭ରେ ମଧ୍ୟ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେଥିରେ ୨ ଆତଙ୍କୀ ନିପାତ ହୋଇଥିଲେ ।

ଏହା ବି ପଢନ୍ତୁ...କାଶ୍ମୀରରେ ଆତଙ୍କୀଙ୍କ ଗ୍ରେନେଡ ମାଡ, ଜଣେ ଅଣ ସ୍ଥାନୀୟ ଶ୍ରମିକ ମୃତ

ପ୍ରକାଶ ଥାଉ କି, ଗତକାଲି ପୁଲଓ୍ବାମାରେ ଆତଙ୍କବାଦୀ ଗ୍ରେନେଡ ମାଡ କରିଥିଲେ । ଏଥିରେ ଜଣେ ଅଣ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତକ ଜଣକ ବିହାରର ଓ ସେଠାରେ ଶ୍ରମିକ ଭାବେ କାର୍ଯ୍ୟରତ ଥିବା ପ୍ରାଥମିକ ଭାବେ ଜଣାପଡିଥିଲା । କାଶ୍ମୀରରେ ଧାରା-୩୭୦ ଉଚ୍ଛେଦର ୩ର୍ଥ ବର୍ଷ ପୂର୍ତ୍ତିରେ ଏହି ଆକ୍ରମଣ କରିଥିଲେ ଆତଙ୍କବାଦୀ ।

Last Updated : Aug 5, 2022, 2:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.