ETV Bharat / bharat

Kulgam Encounter: ସୁରକ୍ଷାକର୍ମୀ ଗୁଳିରେ ଜଣେ ଆତଙ୍କୀ ନିପାତ

author img

By

Published : Oct 27, 2022, 6:12 PM IST

କୁସାରନାଗ ଅଞ୍ଚଳର ଅଷ୍ଠାନ ମାର୍ଗରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଜଣେ ଆତଙ୍କବାଦୀ ନିପାତ ହୋଇଥିବା କାଶ୍ମୀର ଜୋନ ପୋଲିସ ତରଫରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ସୁରକ୍ଷାକର୍ମୀ ଗୁଳିରେ ଜଣେ ଆତଙ୍କୀ ନିପାତ
ସୁରକ୍ଷାକର୍ମୀ ଗୁଳିରେ ଜଣେ ଆତଙ୍କୀ ନିପାତ

ଶ୍ରୀନଗର: ପୁଣି ସୀମାରେ ଫୁଟିଲା ଗୁଳି, ଜମ୍ମୁ କାଶ୍ମୀରର ଗୁଲଗାମରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି(Encounter between security force and terrorist) । ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । କୁଲଗାମର କୁସାରନାଗ ଅଞ୍ଚଳର ଅଷ୍ଠାନ ମାର୍ଗରେ ଏନକାଉଣ୍ଟର(encounter breaks out in Asthan Marg) ଆରମ୍ଭ ହୋଇଥିବାବେଳେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା କାଶ୍ମୀର ଜୋନ ପୋଲିସ ତରଫରୁ ଟ୍ବିଟ ଯୋଗେଁ ସୂଚନା ପ୍ରଦାନ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, କୁଲଗାମାମ ଜିଲ୍ଲାର ଅଷ୍ଠାନ ମାର୍ଗରେ ଆତହ୍କୀ ଲୁଚି ରହିଥିବା ନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ସୁରକ୍ଷା ବାହିନୀ । ଏନେଇ ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ଏହି ସମୟରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲା । ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ବର୍ତ୍ତମାନ ଅଷ୍ଠାନ ମାର୍ଗରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Hate Speech Case: ଆଜମ ଖାନଙ୍କୁ ୩ ବର୍ଷ ଜେଲଦଣ୍ଡ

ବୁଧବାର ଉତ୍ତର ଜମ୍ମୁ କାଶ୍ମୀର କୁପୱାଡା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଲଓସିରେ ସୁରକ୍ଷାକର୍ମୀ ଆରମ୍ଭ କରିଥିବା ଅପରେସନରେ ସଫଳ ହୋଇଥିଲେ । ସେନା ଗୁଳିରେ ଜଣେ ବିଦେଶୀ ଆତଙ୍କୀ ନିପାତ ହୋଇଥିବା ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ନିହତ ଆତଙ୍କୀଠୁ ଅସ୍ତ୍ରଶସ୍ତ୍ର ସହ ଦସ୍ତାବିଜ ଜବତ ହୋଇଥିଲା ।

ଗତ କିଛି ଦିନ ମଧ୍ୟରେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ କ୍ରମାଗତ ବଢିବାରେ ଲାଗିଛି । ପୋଲିସ, ସୁରକ୍ଷାବଳର କ୍ୟାମ୍ପ ସହିତ ସାଧାରଣ ଜନତା ଓ ଅଣସ୍ଥାନୀୟଙ୍କୁ ଟାର୍ଗେଟ ହତ୍ୟା କରିବା ପାଇଁ ଆକ୍ରମଣ କରିବାରେ ଲାଗିଛନ୍ତି ଆତଙ୍କୀ । ସୁରକ୍ଷାବଳ ମଧ୍ୟ ସେମାନଙ୍କୁ ନିପାତ କରିବା ପାଇଁ ‘ଆଣ୍ଟି ଟେରର ଅପରେସନ’କୁ ଜୋରଦାର କରିଛି । ନିକଟରେ ହୋଇଥିବା ଏକାଧିକ ଏନକାଉଣ୍ଟରରେ ମଧ୍ୟ ସୁରକ୍ଷାବଳକୁ କ୍ରମାଗତ ସଫଳତା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.