ETV Bharat / bharat

Encounter in J&K: କୁଲଗାମରେ ୨ ଆତଙ୍କୀ ସଫା, ଅପରେସନ ଜାରି

ଦକ୍ଷିଣ କାଶ୍ମୀରର କୁଲଗାମରେ ଏନକାଉଣ୍ଟର ଜାରି । ଦୁଇ ଆତଙ୍କୀ ନିପାତ, ଏବେ ମଧ୍ୟ ଅପରେସନ ଜାରି ଥିବା ସ୍ଥାନୀୟ ପୋଲିସର ସୂଚନା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 4, 2023, 6:50 PM IST

Encounter in J&K: କୁଲଗାମରେ ୨ ଆତଙ୍କୀ ସଫା, ଅପରେସନ ଜାରି
Encounter in J&K: କୁଲଗାମରେ ୨ ଆତଙ୍କୀ ସଫା, ଅପରେସନ ଜାରି

ଶ୍ରୀନଗର: ଜାମ୍ମୁ କାଶ୍ମୀରର କୁଲଗାମରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ଆଜି ପୂର୍ବାହ୍ନରୁ ଜାରି ରହିଥିବା ଏହି ଏନକାଉଣ୍ଟରରେ ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସେନାକୁ ସଫଳତା ମିଳିଛି । ଆତଙ୍କୀ ଗତିବିଧି ନେଇ ଇନପୁଟ ସୂଚନା ଆଧାରରେ ସ୍ଥାନୀୟ ପୋଲିସ ଓ ସେନାର ମିଳିତ ଟିମ ଏହି ଅପରେସନ ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ଦୁଇ ଆତଙ୍କୀଙ୍କୁ ନିପାତ ହେବା ସହ ଅପରେସନ ଜାରି ରହିଥିବା କାଶ୍ମୀର ଜୋନ ପୋଲିସ ଟ୍ବିଟ୍‌ ମାଧ୍ୟମରେ ସୂଚନା ଦେଇଛି ।

  • J&K | An encounter breaks out at Kujjar area of Kulgam. Police and security forces are on the job. Further details shall follow: Kashmir Zone Police pic.twitter.com/hot1IjTU8S

    — ANI (@ANI) October 4, 2023 " class="align-text-top noRightClick twitterSection" data=" ">

‘ଏକ୍ସ’ରେ ଟ୍ବିଟ କରି କାଶ୍ମୀର ଜୋନ ପୋଲିସ କହିଛି, କୁଲଗାମର କୁଜ୍ଜର ଅଞ୍ଚଳରେ ସେନା ଓ ପୋଲିସର ମିଳିତ ଅପରେସନରେ ଦୁଇ ଆତଙ୍କୀ ନିପାତ ହୋଇଛନ୍ତି । ଏବେ ଘଟଣାସ୍ଥଳକୁ କର୍ଡନ କରାଯାଇ ଅପରେସନ ଜାରି ରହିଛି । ଅନ୍ୟ କିଛି ଆତଙ୍କୀ ଆତ୍ମଗୋପନ କରିଥିବା ସନ୍ଦେହ କରାଯାଉଛି । ଏବେ ମଧ୍ୟ ଗୁଳି ବିନିମୟ ଜାରି ରହିଛି । ତେବେ ଘାଟିରେ ନିୟମିତ ଆତଙ୍କୀ ନିରୋଧୀ ଅପରେସନ ସତ୍ତ୍ବେ ମଧ୍ୟ ବେଳେ ବେଳେ ଆତଙ୍କବାଦୀ ଆକ୍ରମଣ ଘଟଣା ସାମ୍ନାକୁ ଆସୁଛି । ଉଭୟ ସ୍ଥାନୀୟ ପୋଲିସ, ସେନା ଗୁଇନ୍ଦା ବିଭାଗର ଇନପୁଟ ସୂଚନା ଆଧାରରେ ନିୟମିତ ସର୍ଚ୍ଚ ଅପରେସନ ଓ ଏନକାଉଣ୍ଟର ଜାରି ରଖିଛନ୍ତି । ନିକଟରେ ଏକାଧିକ ଏନକାଉଣ୍ଟରରେ ମଧ୍ୟ ଆତଙ୍କୀଙ୍କୁ ନିପାତ କରିବାର ସଫଳତା ସେନା ହାତରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ:-Uri Encounter Ground Report: 3ଦିନ ଧରି ଜାରି ଏନକାଉଣ୍ଟର, ଆତଙ୍କୀ ଆଡ୍ଡା ଉପରେ ବୋମା ବର୍ଷାଉଛି ଡ୍ରୋନ

ମାତ୍ର ଗତମାସ (ସେପ୍ଟେମ୍ବର) ୧୬ ତାରିଖରେ ଜମ୍ମୁ-କାଶ୍ମୀର ବାରମୂଲା ଜିଲ୍ଲାର ଉରିରେ ଆତଙ୍କୀ ନିରୋଧୀ ଅପରେସନ ବେଳେ ସେନାର ୨ ଜଣ ଅଧିକାରୀ ଓ ସ୍ଥାନୀୟ ପୋଲିସର ଜଣେ ଅତିରିକ୍ତ ଏସପି ପାହ୍ୟାର ଅଧିକାରୀ ଆତଙ୍କୀଙ୍କ ଗୁଳିରେ ଶହୀଦ ହୋଇଥିଲେ । ପରେ ଅନ୍ୟ ଜଣେ ଯବାନଙ୍କୁ ମିଶାଇ ଶହୀଦଙ୍କ ସଂଖ୍ୟା ୪ରେ ପହଞ୍ଚିଥିଲେ । ସେନାର ଏକ ତାଲିମପ୍ରାପ୍ତ କୁକୁର ମଧ୍ୟ ଆତଙ୍କୀଙ୍କ ଗୁଳିରେ ଆଖି ବୁଜିଥିଲା । ଆତଙ୍କୀଙ୍କ ଗୁପ୍ତ ଆଡ୍ଡା ଚିହ୍ନଟ କରାଯାଇ ଡ୍ରୋନ ଯୋଗେ ବୋମା ବର୍ଷଣ କରିଥିଲା ସେନା । ସେନା ଏହି ଅପରେସନରେ ହେଲିକପ୍ଟର ମଧ୍ୟ ବ୍ୟବହାର କରିଥିଲା । ଉକ୍ତ ଅପରେସନରେ ଦୁଇ ଆତଙ୍କୀଙ୍କୁ ନିପାତ କରାଯାଇଥିଲା । ଚଳିତବର୍ଷ ଏହି ଅପରେସନ ସବୁଠୁ ଅଧିକ ସମୟ ଧରି ଚାଲିଥିବା ଅପରେସନ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.