ETV Bharat / bharat

Kulgam Encounter: ସେନାର ଆତଙ୍କୀ ନିପାତ ଅଭିଯାନ

author img

By

Published : Jan 9, 2022, 7:48 PM IST

ପୁଣି ଅଶାନ୍ତ ସୀମା । ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାର ହାସନପୋରାରାରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

Kulgam Encounter : ଆତଙ୍କୀଙ୍କୁ ନିପାତ କରିବା ପାଇଁ ସୁରକ୍ଷାବାହିନୀଙ୍କ ଏନକାଉଣ୍ଟର

ଶ୍ରୀନଗର: ପୁଣି ଅଶାନ୍ତ ସୀମା । ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାର ହାସନପୋରାରାରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଛି । ଆତଙ୍କବାଦୀଙ୍କୁ ସଫା କରିବା ପାଇଁ କୁମ୍ବିଂକୁ ଜୋରଦାର କରୁଛନ୍ତି ସେନା । ସୂଚନା ଅନୁସାରେ,ଜମ୍ମୁ କାଶ୍ମୀର କୁଲଗାମ ଜିଲ୍ଲାର ହାସାନପୋରାରାରେ ଲୁଚି ରହିଥିଲେ ଆତଙ୍କୀ । ଏନେଇ ବିଶେଷ ସୂତ୍ରରୁ ସୁରକ୍ଷାବାହିନୀଙ୍କୁ ଖବର ମିଳିଥିଲା ।

ପରେ ଆତଙ୍କୀଙ୍କୁ ନିପାତ କରିବା ପାଇଁ ଆରମ୍ଭ କରିଥିଲେ ଅପରେସନ । ହାସାନପୋରାକୁ ସୁରକ୍ଷାବାହିନୀ ପକ୍ଷରୁ ପୁରା ଘେରାବନ୍ଦୀ କରାଯାଇଥିଲା । ହେଲେ ଆତଙ୍କୀଙ୍କ ପକ୍ଷରୁ ସୁରକ୍ଷା ବାହିନୀଙ୍କ ଉପରକୁ ଗୁଳି ବର୍ଷଣ କରାଯାଇଥିଲା । ଯାହାର ପ୍ରତି ଜବାବ ଦେଉଛି ସେନା । ଏବେବି ସେନା ପକ୍ଷରୁ ଅପରେସନ ଜାରି ରହିଛି । ଏନେଇ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.