ETV Bharat / bharat

Pulwama Encounter Update: ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କୀ ସଫା

ପୁଲଓ୍ବାମା ଏନକାଣ୍ଟରରେ ୨ ଆତଙ୍କୀ ନିପାତ କରିବାରେ ସଫଳ ହୋଇଛି ସେନା । ଏବେବି ଗୁଳି ବିନିମୟ ଜାରି ରହିଛି । ଅଧିକ ପଢନ୍ତୁ

Pulwama Encounter Update:ଦୁଇ ଆତଙ୍କୀ ସଫା, ଗୁଳି ବିନିମୟ ଜାରି

author img

By

Published : May 30, 2022, 8:05 AM IST

Updated : May 30, 2022, 11:00 AM IST

ଶ୍ରୀନଗର: ସେନାକୁ ଲଗାତାର ସଫଳତା । ପୁଲଓ୍ବାମା ଏନକାଣ୍ଟରରେ ଦୁଇ ଆତଙ୍କୀକୁ ନିପାତ କରିଛି ସୁରକ୍ଷା ବାହିନୀ । ଘଟଣାସ୍ଥଳରୁ ୦୨ ଏକେ ରାଇଫଲ (02 AK rifles recovered) ଜବତ ହୋଇଛି । ଏବେବି ଏପରେସନ ଜାରି ରହିଥିବା ସୂଚନା ଦେଇଛି କଶ୍ମୀର ଜୋନ ପୋଲିସ । ରବିବାର ଅପରାହ୍ନରେ ପୁଲଓ୍ବାମାର ଗୁଣ୍ଡିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଘଟଣାସ୍ଥଳରେ ଆତଙ୍କୀ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସେନା ଓ ସ୍ଥାନୀୟ ପୋଲିସର ମିଳିତ ଟିମ । ପରେ ସେନାର ଘେରାବନ୍ଦୀରେ ଦୁଇ JEM ଆତଙ୍କୀ ଫସି ରହିଥିଲେ।

ସେମାନଙ୍କ ମଧ୍ୟରେ ଶହୀଦ କନଷ୍ଟେବଳ ରେୟାଜ ଅହମ୍ମଦଙ୍କ ହତ୍ୟାକାରୀ ଥିଲେ । ଜୈସ-ଏ-ମହମ୍ମଦ ଆତଙ୍କବାଦୀ ଅବିଦ ଶାହା ଗତ 13 ତାରିଖରେ ଜଣେ ପୋଲିସ କର୍ମୀଙ୍କୁ ହତ୍ୟା କରିଥିଲେ । ଚଳିତ ସପ୍ତାହରେ ସୁରକ୍ଷା ବଳ କ୍ରମାଗତ ଭାବେ ଆତଙ୍କୀ ବିରୋଧୀ ଅଭିଯାନ ଜାରି ରଖିଛି ।

Last Updated : May 30, 2022, 11:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.