ETV Bharat / bharat

ବାରମୁଲା-ରଜୌରୀରେ ଏନକାଉଣ୍ଟର: ୨ ଆତଙ୍କୀ ନିପାତ

ଜମ୍ମୁ-କାଶ୍ମୀରର ବାରମୁଲା ଓ ରଜୌରୀରେ ଜାରି ରହିଛି ଏନକାଉଣ୍ଟର । ଭାରତୀୟ ସେନାରେ ଗୁଳିରେ ବାରମୁଲାରେ ଟଳିଲେ ଦୁଇ ଆତଙ୍କୀ । ଅଧିକ ପଢନ୍ତୁ

author img

By

Published : May 6, 2023, 7:33 AM IST

Updated : May 6, 2023, 10:08 AM IST

ବାରମୁଲା-ରଜୌରୀରେ ଏନକାଉଣ୍ଟର
ବାରମୁଲା-ରଜୌରୀରେ ଏନକାଉଣ୍ଟର

ଶ୍ରୀନଗର: ଅଶାନ୍ତ ଜମ୍ମୁ-କାଶ୍ମୀର । ପୁଣି ମୁହାଁମୁହିଁ ହେଲେ ସେନା-ଆତଙ୍କୀ । ଆଜି ସକାଳୁ ପୁଣି ଜମ୍ମୁ-କାଶ୍ମୀରର ବାରମୁଲା ଓ ରଜୌରୀରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ବାରମୁଲା ଠାରେ ସେନା ଗୁଳିରେ ଜଣେ ଆତଙ୍କୀ ନିପାତ ହୋଇଛି । ମୃତ ଆତଙ୍କୀ ଲସ୍କର ଏ ତୋଇବା ସଂଗଠନର ସଦସ୍ୟ ଓ ତା'ର ନାମ ଅବିଦ୍ ୱାନି ବୋଲି ପରିଚୟ ମିଳିଛି । ତା' ନିକଟରୁ ଗୋଟିଏ ଏକେ ୪୭ ରାଇଫଲ ସହିତ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି । ସୁରକ୍ଷାକର୍ମୀ ସମଗ୍ର ଅଞ୍ଚଳକୁ ଘେରବନ୍ଦୀ କରି ଅପରେସନ ଚଳାଇଛନ୍ତି । ଏନେଇ କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ରଜୌରୀ ସେକ୍ଟର କାଣ୍ଡି ଜଙ୍ଗଲରେ ମଧ୍ୟ ଗୁଳି ବିନିମୟରେ ଜଣେ ଆତଙ୍କୀ ଟଳିଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ବାରମୁଲା ସେକ୍ଟର କରହାମା କୁଞ୍ଜର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ସେନାକୁ ସୂଚନା ମିଳିଥିଲା । ସୂଚନାକ୍ରମେ ସୁରକ୍ଷାବଳ ସମଗ୍ର ଅଞ୍ଚଳକୁ ସିଲ୍ କରି ତଲାସି ଅଭିଯାନ ଚଳାଇଥିଲେ । ଅପରେସନ ସମୟରେ ଆତଙ୍କବାଦୀ ସହ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ । ପ୍ରଥମେ ଆତଙ୍କୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଏହି ଗୁଳି ବିନିମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ଏନକାଉଣ୍ଟର ସ୍ଥଳରୁ ଆଖପାଖର ଲୋକଙ୍କୁ ଖାଲି କରାଯାଇଛି । ପୁରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡା କରାଯାଇ ତଲାସି କରାଯାଉଛି । ସେହିପରି ରଜୌରୀ ସେକ୍ଟରରେ ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ଆତଙ୍କୀ ସଫା ହୋଇ ଓ ଆଉ ଜଣେ ଆହତ ହୋଇଥିବା ଖବରମିଳିଛି ।

ଏହାମଧ୍ୟ ପଢନ୍ତୁ: Encounter breaks out In Rajouri: ରଜୌରୀରେ ଏନକାଉଣ୍ଟରରେ ୫ ଯବାନ ଶହୀଦ

ଉଲ୍ଲେଖଯୋଗ୍ୟ, ଗତକାଲି ରଜୌରରେ ଆତଙ୍କବାଦୀ ନିରୋଧ ଅପେରସନ ସମୟରେ ୫ ଜଣ ଯବାନ ଶହୀଦ ହୋଇଥିଲେ । କାଣ୍ଡି ଜଙ୍ଗଲରେ ଆତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇ ସୁରକ୍ଷକର୍ମୀମାନେ ସର୍ଚ୍ଚ ଅପରେସନ ଚଳାଇଥିଲେ । ଏହି ସମୟରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଆତଙ୍କୀ ବିସ୍ଫୋରଣ ଘଟାଇବା ଫଳରେ ୫ ଜଣ ଯବାନ ଶହୀଦ ହୋଇଥିଲେ । ୨ ଜଣ ଯବାନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଯବାନ ହସ୍ପିଟାଲରେ ଆଖି ବୁଜିଥିଲେ । ଏବେ ବି ସ୍ଥାନୀୟ ଅଞ୍ଚଳରେ ଅପରେସନ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ: SCO Summit: ଜୟଶଙ୍କର କୌଣସି ଅନୁଭବ ହେବାକୁ ଦେଇନଥିଲେ: ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 6, 2023, 10:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.