ଶ୍ରୀନଗର: ପୁଣି ସୀମାରେ ଫୁଟିଲା ଗୁଳି । ଜାମ୍ମୁକାଶ୍ମୀର ଶ୍ରୀନଗରର ମେଥାନ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଛି । ଆତଙ୍କୀଙ୍କୁ ସଫା କରିବା ପାଇଁ ସୁରକ୍ଷାବାହିନୀ ଓ ପୋଲିସ ପକ୍ଷରୁ ଏ ଅପରେସନ ଜାରି ରହିଛି । ଏନେଇ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁସାରେ, ଶ୍ରୀନଗରର ମେଥାନ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଖବର ମିଳିଥିଲା । ପରେ ସୁରକ୍ଷା ବାହିନୀ ଓ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ । ପ୍ରଥମେ ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ନେଇ କୁମ୍ବିଂ ଆରମ୍ଭ କରିଥିଲେ ସୁରକ୍ଷାବାହିନୀ । ଆତଙ୍କୀମାନେ ସୁରକ୍ଷା ବାହିନୀକୁ ଗୁଳିବର୍ଷଣ କରୁଥିବା ବେଳେ ସେନା ମଧ୍ୟ ଏହାର ପ୍ରତି ଜବାବ ଦେଉଛି । ଏବେବି ଆତଙ୍କୀଙ୍କୁ ସଫା କରିବା ପାଇଁ ଏନକାଉଣ୍ଟର ଜାରି ରହିଛି । ପ୍ରକାଶ ଥାଉକି, ଶୁକ୍ରବାର ଜମ୍ମୁ କାଶ୍ମୀର ପୋଲିସ ଲସ୍କର-ଏ-ତୋଇବା ସଂଗଠନର ଜଣେ ଆତଙ୍କବାଦୀକୁ ଏନକାଉଣ୍ଟର କରିଥିଲା । ଯେଉଁଥିରେ ସେ ଟଳି ପଡିଥିଲା ।
@ANI