ETV Bharat / bharat

Kerala: ଟଙ୍କା ବିବାଦରୁ ଜଘନ୍ୟକଣ୍ଡ, କର୍ମଚାରୀଙ୍କ ହାତ କାଟିଦେଲା ମାଲିକ - ଷ୍ଟାଫର ହାତ କାଟିଦେଲା କର୍ମଚାରୀ

ଟଙ୍କା ବିବାଦରୁ ଜଘନ୍ୟକଣ୍ଡ । କେରଳରେ ଜଣେ କର୍ମଚାରୀଙ୍କ ହାତ କାଟିଦେଲା କାଠ ଫାର୍ମ ମାଲିକ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

Kerala: ଆର୍ଥିକ ବିବାଦରୁ ଜଘନ୍ୟକଣ୍ଡ,ଷ୍ଟାଫଙ୍କ ହାତ କାଟିଦେଲା କର୍ମଚାରୀ

author img

By

Published : Jul 24, 2023, 10:00 PM IST

ଥିରୁଅନନ୍ତପୁରମ: ଟଙ୍କା ବିବାଦକୁ ନେଇ ବର୍ବରକାଣ୍ଡ । କେରଳର ଇଡୁକି ଜିଲ୍ଲାର ଆଡିମାଲିରେ ଜଣେ କାଠ ଫାର୍ମର ମାଲିକ ନିଜ କମ୍ପାନୀର ଜଣେ କର୍ମଚାରୀଙ୍କ ହାତ କାଟି ଦେଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ କର୍ମଚାରୀଙ୍କ ଡାହାଣ ହାତଟି କଟିଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି । କର୍ମଚାରୀଜଣଙ୍କ ଏକ କଠା ଫାର୍ମରେ କାର୍ଯ୍ୟରତ ଥିଲେ । କାଠ ବିକ୍ରୟ ସହ ଜଡିତ ଆର୍ଥିକ କାରବାରକୁ ନେଇ 43 ବର୍ଷୀୟ ଏଲାମପ୍ଲକଲ ବିଜୟରାଜ ନାମକ ଜଣେ କର୍ମଚାରୀ ଓ ତାଙ୍କ ମାଲିକ ବିନୁଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ଏଥିରେ ଉତକ୍ଷିପ୍ତ ହୋଇ ବିନୁ ବିଜୟରାଜଙ୍କ ଏକ ହାତକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି କାଟି ଦେଇଥିଲା । ଆକ୍ରମଣ କରିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସ୍ଥାନୀୟ ପ୍ରତ୍ୟେକ୍ଷଦର୍ଶୀ ବିନୁଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେ ଏବେ ଚିକିତ୍ସାଧୀନ ରହିଛନ୍ତି । ମେଡିକାଲ ସୂଚନା ଅନୁସାରେ, ଏହି ଆକ୍ରମଣରେ ବିଜୟରାଜଙ୍କ ହାତର ପ୍ରାୟ 80 ପ୍ରତିଶତ କଟି ଯାଇଛି । ତାଙ୍କର ଅପରେସନ ମଧ୍ୟ ଶେଷ ହୋଇଛି । ସେ ଏବେ ବିପଦମୁକ୍ତ ହୋଇସାରିଥିଲେ ସୁଦ୍ଧା ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ତାଙ୍କୁ ଗୋଟିଏ ହାତ ସମ୍ପୂର୍ଣ୍ଣ ହରାଇବାକୁ ପଡିଛି ।

ଏହା ମଧ୍ୟ ପଢନ୍ତୁ :- School gym roof collapse: ଚୀନରେ ଭୁଶୁଡିଲା ସ୍କୁଲ ଜିମ ଛାତ, 10 ମୃତ

ଘଟଣାସ୍ଥଳରେ ଉପସ୍ଥିତ ସ୍ଥାନୀୟ ଲୋକ କହିବାନୁସାରେ, ବିଜୟରାଜ ତାଙ୍କ ଭଉଣୀଙ୍କ ପୁଅ ସହିତ ଏକ କାରରେ ଯାତ୍ରା କରୁଥିଲେ । ତାଙ୍କ କାର ପଲିନାଜାପାଲମ ଟ୍ରାଫିକ ଜଙ୍କସନରେ ଅଟକିଥିଲା । ସେ କାରରୁ ଓହ୍ଲାଇବା ପରେ ପୂର୍ବରୁ ଯୋଜନାବଦ୍ଧ ଭାବେ ଲୁଚି ରହିଥିବା ବିନୁ ତାଙ୍କୁ ଧାରୁଆ ଅସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲା । ଗୋଟିଏ ହାତକୁ ଆକ୍ରମଣ କରିବା ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଜୟରାଜଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲ ପଠାଇବାରୁ ତାଙ୍କୁ ମୃତ୍ୟୁମୁଖରୁ ରକ୍ଷା କରାଯାଇ ପାରିଛି । ପରେ ସୂଚନା ପାଇ ପୋଲିସ ପହଞ୍ଚି ଅଭିଯୁକ୍ତ ବିନୁକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଆକ୍ରମଣ ବ୍ୟବସାୟିକ ଟଙ୍କା କାରବାରକୁ କେନ୍ଦ୍ର କରି ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତ ଆଧାରରେ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.