ETV Bharat / bharat

ଛେଳି ଚରାଳୀରୁ ସରକାରୀ ବାବୁ, ଛଅ ଥର ପ୍ରୟାସ ପରେ ପାଇଲେ IAS

author img

By

Published : Apr 8, 2022, 2:27 PM IST

Updated : Apr 8, 2022, 3:03 PM IST

ଉତ୍ତରପ୍ରଦେଶ ମିର୍ଜାପୁର ଅଧିବାସୀ ରାମଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ଯିଏକି ଛେଳି ଚରାଇବା ସହ କଠିନ ଅଧ୍ୟୟନ କରି ହୋଇପାରିଛନ୍ତି IAS ଅଫିସର । ଜାଣନ୍ତୁ ତାଙ୍କ କଠିନ ପରିଶ୍ରମର କାହାଣୀ । ଅଧିକ ପଢନ୍ତୁ

ପରିଶ୍ରମୀ ଯୁବକ ମିର୍ଜାପୁରର ରାମ, ଛେଳି ଚରାଇ ହେଲେ IAS ଅଫିସର

ଲକ୍ଷ୍ନୌ: ପ୍ରତ୍ୟେକ ସଫଳ ବ୍ୟକ୍ତି ନିଜର କଠିନ ପରିଶ୍ରମ ପାଇଁ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଥାଏ । ଯାହାକି ସମୟ ସହିତ ନିଜ ମଧ୍ୟରେ ଅନେକ ପରିବର୍ତ୍ତନ ଆଣିବା ସହ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଥାଏ । ତେବେ ଆମେ ଏଠାରେ ଏମିତି ଜଣେ ସଫଳ ଯୁବକଙ୍କ ବିଷୟରେ କହୁଛୁ ଯିଏକି ଛେଳି ଚରାଇ ବନିଛନ୍ତି ଆଇଏଏସ ଅଫିସର । ସେ ନିଜ ସଫଳତା ଶିଖରରେ ପହଞ୍ଚାଇବା ପରେ ପୁରୁଣା ଦିନକୁ ମନେ ପକାଇଛନ୍ତି । ଆଉ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଏକ ଇମୋସନାଲ ନୋଟ । ଏହି ଟ୍ବିଟ ପରେ ତାଙ୍କୁ ନେଇ ବେଶ ଚର୍ଚ୍ଚା ହେଉଥିବା ବେଳେ ୟୁଜର୍ସ ତାଙ୍କର ଭୂୟସୀ ପ୍ରଶଂସା କରିଛନ୍ତି ।

ପରିଶ୍ରମୀ ଯୁବକ ମିର୍ଜାପୁରର ରାମ
ପରିଶ୍ରମୀ ଯୁବକ ମିର୍ଜାପୁରର ରାମ

IAS ରାମ ପ୍ରକାଶ କହିଛନ୍ତି ଯେ ୨୦୧୮ ମସିହାରେ ୬ ଥର ଉଦ୍ୟମ କରିବା ପରେ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଥିଲେ । ରାମଙ୍କ ପ୍ରାଥମିକ ଶିକ୍ଷା ଗ୍ରହଣ ବାରଣାସୀରେ ଆରମ୍ଭ ହୋଇଥିଲା । ସେ ନିଜର ପିଲାଦିନକୁ ମନେ ପକାଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଲେଖିଛନ୍ତି ଯେ ୨୦୦୩ ଜୁନରେ ଆମେ ୫ରୁ ୬ ଜଣ ଛେଳି ଚରାଇବା ପାଇଁ ଯାଉଥିଲୁ । ସେଠାରେ ଆମ୍ବ ଗଛର ଡାଳରେ ଝୁଲୁଥିଲେ । ହଠାତ୍‌ ଡାଳଟି ଭାଙ୍ଗିଯାଇଥିଲା । ତେବେ କାହାକୁ ଆଘାତ ତ ଲାଗିନଥିଲା, ହେଲେ ମାଡ଼ ଖାଇବା ଭୟରେ ସେମାନେ ଡାଳକୁ ଉଠାଇ ନେଇଥିଲେ ।

ଏହାଦ୍ବାରା ଜଣାପଡିନଥିଲା ଯେ ଡାଳଟି ଗଛରୁ ଭାଙ୍ଗିଯାଇଛି । ମିର୍ଜାପୁରର ମୂଳ ବାସିନ୍ଦା ଆଇଏଏସ ରାମ ପ୍ରକାଶ ଆହୁରି କହିଛନ୍ତି ଯେ ପାଠ ପଢିବା ପରେ ଛେଳି ଚରାଇବା ମଧ୍ୟ ତାଙ୍କ ରୁଟିନରେ ସାମିଲ ରହିଥିଲା । ଗାଁରେ ସେ ସ୍କୁଲରୁ ଆସିବା ପରେ ଛେଳି ଚରାଇବା ପାଇଁ ଯାଉଥିଲେ । ଏହା କୌଣସି ଗୋଟିଏ ଦିନର ଘଟଣା ନଥିଲା, ପ୍ରତିଦିନ ସେ ଏପରି କରୁଥିଲେ । ସୂଚନା ଥାଉ କି ରାମ ପ୍ରକାଶ ରାଜସ୍ଥାନ କ୍ୟାଡର ୨୦୧୮ ବ୍ୟାଚର ଆଇଏଏସ ଅଧିକାରୀ । ସେ ସ୍କୁଲ ପାଠ୍ୟକ୍ରମ ରୋହନିଆ ସ୍ଥିତ ଶ୍ରଦ୍ଧାନନ୍ଦ ସରସ୍ବତୀ ଇଣ୍ଟରମିଡିଏଟ କଲେଜରେ ହୋଇଥିଲା ।

ଏହାପରେ ୨୦୦୭ ରେ ସେ ଦ୍ବାଦଶ ପାସ କରିଥିଲେ । ଏବେ ସେ ରାଜସ୍ଥାନର ପିଲା ଜନପଦରେ CEO ଜିଲ୍ଲା ପରିଷଦ ପଦବୀରେ ନିଯୁକ୍ତି ପାଇଛନ୍ତି । ସବୁଠୁ ଖାସ କଥା ହେଉଛି ସେ ଲଗାତାର କଠିନ ପରିଶ୍ରମ କରି ୬ଷ୍ଠ ଥର ପ୍ରୟାସ ପରେ ଏହି ପ୍ରତିଯୋଗୀମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ୧୬୨ ରାଙ୍କ ରହିଥିବା ବେଳେ ମୋଟ ୨୦୨୫ ମାର୍କରୁ ୧୦୪୧ ରହିଥିଲା । ସେହିପରି ଇଣ୍ଟରଭ୍ୟୁରେ ସେ ୨୭୫ରୁ ୧୫୧ ନଂ ରଖିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 8, 2022, 3:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.