ଡେରାଡୁନ: ଉତ୍ତରାଖଣ୍ଡର କୁନ୍ଦେଶ୍ବରୀ ଥାନା ଅନ୍ତର୍ଗତ ଦୁଇ ନମ୍ବର ଗାଁରେ ଭାରତୀୟ ସେନା ହେଲିକପ୍ଟରର ଜରୁରୀ ଅବତରଣ । ଯାନ୍ତ୍ରିକ ତ୍ରୁଟି କାରଣରୁ ହେଲିକପ୍ଟର ଚାଷଜମି ମଝିରେ ଅବତରଣ କରାଯାଇଥିଲା । ତେବେ ଏଥିରେ ଥିବା ସେନାର ସମସ୍ତ ଅଧିକାରୀ ସୁରକ୍ଷିତ ଥିବା ଜଣାପଡିଛି ।
ସେହିପରି କିଛି ସମୟ ରହିବା ପରେ ପୁଣି ହେଲିକପ୍ଟରଟି ଉଡାଣ ଭରିଥିଲା । ଆଜି ଦିନ ୧୨.୩୦ ବେଳେ ଏହି ହେଲିକପ୍ଟରଟି ଜରୁରୀକାଳୀନ ଅବତରଣ କରିଥିବା ଜମିରେ କାମ କରୁଥିବା ଗାଁ ଲୋକେ କହିଛନ୍ତି । ଅନ୍ୟପଟେ ସେନାର ଏହି ହେଲିକପ୍ଟର ୧୫ ମିନିଟ୍ ପରେ ଅର୍ଥାତ୍ ଦିନ ୧୨.୪୫ରେ ଉଡାଣ ଆରମ୍ଭ କରିଥିଲା । ଏପଟେ ହେଲିକପ୍ଟପରକୁ ଦେଖିବା ଲାଗି ଗାଁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ