ETV Bharat / bharat

Russia-Ukraine War: ଭାରତୀୟ ନାଗରିକଙ୍କ ପାଇଁ ହେଲ୍ପଲାଇନ୍‌ ନମ୍ବର ଜାରି, ସମସ୍ତ ବିମାନ ବାତିଲ କଲା ୟୁକ୍ରେନ

ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଭାରତ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି । ୟୁକ୍ରେନରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ୟୁକ୍ରେନରେ ଅବସ୍ଥାପିତ ଭାରତୀୟ ଦୂତବାସ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି । ଅଧିକ ପଢନ୍ତୁ

Russia-Ukraine War: ଭାରତୀୟ ନାଗରିକଙ୍କ ପାଇଁ ହେଲ୍ପଲାଇନ୍‌ ନମ୍ବର ଜାରି, ସମସ୍ତ ବିମାନ ବାତିଲ କଲା ୟୁକ୍ରେନ
Russia-Ukraine War: ଭାରତୀୟ ନାଗରିକଙ୍କ ପାଇଁ ହେଲ୍ପଲାଇନ୍‌ ନମ୍ବର ଜାରି, ସମସ୍ତ ବିମାନ ବାତିଲ କଲା ୟୁକ୍ରେନ
author img

By

Published : Feb 24, 2022, 4:28 PM IST

Updated : Feb 24, 2022, 5:49 PM IST

ନୂଆଦୀଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଭାରତ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି । ୟୁକ୍ରେନରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ୟୁକ୍ରେନରେ ଅବସ୍ଥାପିତ ଭାରତୀୟ ଦୂତବାସ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ତେବେ ଯିଏ ଯେଉଁଠି ଅଛ ହେଲ୍ପ ଲାଇନ ନମ୍ବରରେ ଯୋଗଯୋଗ କରି ୟୁକ୍ରେନରେ ଥିବା ଭାରତୀୟ ଦୂତବାସରେ ପହଞ୍ଚିବାକୁ ନିବେଦନ କରାଯାଇଛି ।

ଏହା ଦ୍ବାରା ଉଦ୍ଧାର କାର୍ଯ୍ୟ ଆହୁରି ଜୋରଦାର ହୋଇ ପାରିବ ବୋଲି କହିଛି ଭାରତୀୟ ଦୂତବାସ । ତେବେ ଭାରତୀୟ ଦୂତବାସ ପକ୍ଷରୁ ଜାରି ହୋଇଥିବା ହେଲ୍ପ ଲାଇନ ନମ୍ବର ହେଉଛି, +38 0997300483, +38 0997300428, +38 0933980327, +38 0635917881 ଏବଂ +38 0935046170 | ତେବେ ଏହି ନମ୍ବରରେ ଭାରତୀୟଙ୍କୁ ଯୋଗଯୋଗ କରିବାକୁ ଅନୁରୋଧ କରାଯାଇଛି ।

ଏପଟେ ୟୁକ୍ରେନରୁ ଭାରତକୁ ଆସିବାକୁ ଥିବା ସମସ୍ତ ବିମାନ ବାତିଲ । ୟୁକ୍ରେନ ଛାଡିବାକୁ ଥିବା ସମସ୍ତ ଭାରତୀୟଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି । ବିକଳ୍ପ ବ୍ୟବସ୍ଥା ହୋଇଗଲେ ଭାରତୀୟଙ୍କୁ ଜଣାଇଦିଆଯିବ ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି ।

@IANS

Last Updated : Feb 24, 2022, 5:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.