ଓ୍ବାଶିଂଟନ: ସମ୍ପୂର୍ଣ୍ଣ ଡାଟା ପ୍ରଦାନ ନକଲେ ଟ୍ବିଟର କ୍ରୟରୁ ଚୁକ୍ତିରୁ ଓହରିବେ ଆମେରିକୀୟ ବିଲିନିୟର ଏଲନ ମସ୍କ । ଆଜି (ସୋମବାର) ମସ୍କ ଏପରି ଚେତାବନୀ ଦେଇଛନ୍ତି । ଟ୍ବିଟର ସମ୍ପର୍କିତ ସମସ୍ତ ଡାଟା, ସ୍ପାମ ଓ ଫେକ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ଚାହିଁଛନ୍ତି ମସ୍କ । 44 ବିଲିୟନ ଆମେରିକୀୟ ଡଲାରରେ ବିଶ୍ବର ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ଆପ ଟ୍ବିଟରକୁ କ୍ରୟ କରିବାକୁ ଚୁକ୍ତି ସ୍ବାକ୍ଷରିତ କରିଛନ୍ତି ବିଶିଷ୍ଠ ଶିଳ୍ପପତି ଏଲନ ମସ୍କ ।
ମସ୍କ କହିଛନ୍ତି ସମ୍ପୂର୍ଣ୍ଣ ଡାଟା ମିଳିବା ପ୍ରକ୍ରିୟା ବାଧାପ୍ରାପ୍ତ ହେଲେ ପୂର୍ବ ନିର୍ଦ୍ଧାରିତ କ୍ରୟ ଚୁକ୍ତିକୁ ମଧ୍ୟ ସେ ସାମୟିକ ଭାବେ ହୋଲ୍ଡ କରିପାରନ୍ତି । ଅନ୍ୟ ପକ୍ଷରେ ଯଦି ସୋସିଆଲ ମିଡିଆରୁ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିବା ସମ୍ଭବ ନହେଲେ ସେ ଏହି କ୍ରୟ ଡିଲରୁ ସମ୍ପୂର୍ଣ୍ଣ ମଧ୍ୟ ଓହରି ପାରନ୍ତି ବୋଲି ମସ୍କ ଚେତାବନୀ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ