ETV Bharat / bharat

Elon to Twitter Employees: ଦିନକୁ ୧୨ଘଣ୍ଟା ଓ ସପ୍ତାହ ସାରା କାମ, ପାଟି ଖୋଲିଲେ ଚାକିରିରୁ ବିଦା - ଏଲନ ମସ୍କ

ଟ୍ବିଟରକୁ ନିଜ ଅଧୀନକୁ ନେବା ପରେ ଏଲନ କର୍ମଚାରୀଙ୍କୁ ୧୨ ଘଣ୍ଟା ଓ ସପ୍ତାହର ୭ ଦିନ ବିନା ଛୁଟିରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢନ୍ତୁ

Elon to Twitter Employees: ଦିନକୁ ୧୨ଘଣ୍ଟା ଓ ସପ୍ତାହ ସାରା କାମ, ପାଟି ଖୋଲିଲେ ଚାକିରିରୁ ବହିଷ୍କାର

author img

By

Published : Nov 4, 2022, 6:59 AM IST

ସାନ ଫ୍ରାନ୍ସିକୋ: ଲୋକପ୍ରିୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ବିଟରକୁ ବିଶ୍ବର ଧନୀ ବ୍ୟକ୍ତି ଏଲନ ମସ୍କ ନିଜ ଅଧୀନକୁ ନେବା ପରେ ଗୋଟିଏ ପରେ ଗୋଟିଏ ରୋଚକ ଘଟଣା ସାମନାକୁ ଆସୁଛି । ଟ୍ବିଟରରୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏବେ ପୁଣି ଏକ ଖବର ଆସିଛି (Elon to Twitter Employees) । ଏଲନ ଟ୍ବିଟରର କର୍ମଚାରୀଙ୍କୁ ଦିନକୁ ୧୨ ଘଣ୍ଟା ଓ ସପ୍ତାହ ସାରା କାମ (Work 12 hours a day and 7 days a week) କରିବାକୁ କହିଛନ୍ତି । ଅର୍ଥାତ ଛୁଟି ବିନା ନିରନ୍ତର ପ୍ରତିଦିନ କାମ କରିବାକୁ ସେ ନିଜ କର୍ମଚାରୀଙ୍କୁ କହିଛନ୍ତି ।

ଏହି ନୂଆ ନିୟମ ବିରୋଧରେ ଆସିଲେ ଉକ୍ତ କର୍ମଚାରୀଙ୍କୁ ସେ ଚାକିରିରୁ ବାହାର କରିବା ନେଇ ମଧ୍ୟ କହିଛନ୍ତି । ସେ ଟ୍ବିଟରକୁ ନିଜ ଅଧୀନକୁ ନେବା ପରେ କମ୍ପାନୀରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ କରିଆସୁଛନ୍ତି । ମାତ୍ର ଏହି ପରିବର୍ତ୍ତନକୁ ନେଇ ବିଶ୍ବରେ ଚର୍ଚ୍ଚା ହେଉଛି । ପ୍ରତ୍ୟେକ କର୍ମଚାରୀ ସପ୍ତାହରେ ଗୋଟିଏ ଦିନ ଛୁଟି ଆବଶ୍ୟକ କରନ୍ତି । ମାତ୍ର ଏଲନ ନିଜ କର୍ମଚାରୀଙ୍କୁ ଗୋଟିଏ ବି ଦିନ ଛୁଟି ନ ଦେବା ଖବର ପ୍ରତିଟି କର୍ମଚାରୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହା ବି ପଢନ୍ତୁ- Elon Musk Will lay off Twitter: ଟ୍ବିଟରରୁ ବିଦା ହେବେ 50 ପ୍ରତିଶତ କର୍ମଚାରୀ !

ଏକ ମିଡିଆ ରିପୋର୍ଟ ଅନୁସାରେ ଟ୍ବିଟରର ମ୍ୟାନେଜର ଜଣେ ଜଣେ କର୍ମଚାରୀଙ୍କୁ ୧୨ ଘଣ୍ଟା ଓ ସପ୍ତାହର ୭ ଦିନ ଯାକ କାମ କରିବା ପାଇଁ କହିଛନ୍ତି । ଯେଉଁ କର୍ମଚାରୀ ନିର୍ଦ୍ଧାରିତ ସମୟରୁ ଅଧିକ କାମ କରୁନାହାନ୍ତି ସେମାନଙ୍କ ଚାକିରି ପ୍ରତି ବିପଦ ରହିଛି । ଏହାସହିତ ଟାର୍ଗେଟ ସମୟ ପୂର୍ବରୁ ସମସ୍ତ କାମ ଶେଷ କରିବାକୁ ମଧ୍ୟ କର୍ମଚାରୀମାନଙ୍କୁ କୁହାଯାଇଛି । ମସ୍କ ଟ୍ବିଟରର ଆହୁରି ଲୋକପ୍ରିୟତା ବଢାଇବା ଦିଗରେ ଅଧିକ ଫୋକସ କରୁଥିବାରୁ କର୍ମଚାରୀଙ୍କୁ କଠିନ ପରିଶ୍ରମ କରିବାକୁ କହିଛନ୍ତି ।

ମସ୍କ ଟ୍ବିଟରକୁ ନିଜ ଅଧୀନକୁ ନେବା ପରେ ସିଇଓ ପରାଗ ଅଗ୍ରୱାଲଙ୍କୁ ହଟାଇଥିଲେ । ଏହାପରେ ଟ୍ବିଟର ସିଇଓ ଭାବରେ ପରାଗ ଅଗ୍ରୱାଲ ୧୧ ମାସର ଦାୟିତ୍ବରୁ ମୁକ୍ତ ହୋଇଥିଲେ । ଟ୍ବିଟର୍‌ ଡିଲ୍‌ କରିବାବେଳେ ୭୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ ବୋଲି ମସ୍କ କହିଥିଲେ । ପରାଗ ଅଗ୍ରୱାଲଙ୍କ ସହ ଫାଇନାନ୍ସ ଚିଫ୍‌ ନେଡ୍‌ ସେଗାଲ, ଲିଗାଲ ପଲିସି ମୁଖ୍ୟ ବିଜୟ ଗଡ୍ଡେଙ୍କୁ ମଧ୍ୟ କମ୍ପାନୀରୁ ବାହାର କରିଛନ୍ତି ମସ୍କ । ପରାଗଙ୍କୁ ମସ୍କ ଚାକିରିରୁ ହଟାଇବା ପରେ ପ୍ରାଇଭେଟ ଚାକିରି ଅପେକ୍ଷା ସରକାରୀ ଚାକିରିରେ କୌଣସି ବିପଦ ନଥିବା ନେଇ ଚର୍ଚ୍ଚା ହୋଇଥିଲା । ଏଣୁ ସମସ୍ତେ ସରକାରୀ ଚାକିରି କରିବା ଉଚିତ ବୋଲି ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.