ETV Bharat / bharat

୨୦୨୪ ସୁଦ୍ଧା ଆମେରିକା ରାସ୍ତା ପରି ହେବ ଭାରତର ସଡକ, ପେଟ୍ରୋଲ ଯାନ ଦାମରେ ମିଳିବ ବୈଦ୍ୟୁତିକ ଯାନ

author img

By

Published : Mar 22, 2022, 8:47 PM IST

ଲୋକସଭାରେ ନିତିନ ଗଡକରୀଙ୍କ ସୂଚନା । ୨୦୨୪ ସୁଦ୍ଧା ବଦଳିବ ଭାରତର ଯୋଗାଯୋଗ ଓ ରାଜମାର୍ଗର କାୟାକଳ୍ପ । ଆମେରିକା ପରି ସଡକ ଭିତ୍ତିଭୂମି ସହ ପେଟ୍ରୋଲ ମୋଟର ଯାନ ଦାମରେ ବଜାରରେ ଉପଲବ୍ଧ ହେବ ବୈଦୁତିକ ମୋଟର ଯାନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତରେ ବଦଳିବ ଯୋଗାଯୋଗ ଓ ରାଜମାର୍ଗର କାୟାକଳ୍ପ । ୨୦୨୪ ସୁଦ୍ଧା ଦେଶରେ ଆମେରିକା ପରି ସଡକ ଭିତ୍ତିଭୂମି ଉପଲବ୍ଧ ହେବ । କେବଳ ସେତିକି ନୁହେଁ ବର୍ତ୍ତମାନ ପେଟ୍ରୋଲ ଯାନ ମୂଲ୍ୟରେ ମିଳିବ ବୈଦୁତିକ ଯାନ । ସବୁଜ ଇନ୍ଧନ ଉତ୍ପାଦନରେ ଟେକ୍ନୋଲୋଜି ବୃଦ୍ଧି ହେତୁ ଆଗମୀ ଦୁଇ ବର୍ଷ ମଧ୍ୟରେ ଏହା ସମ୍ଭବ ହୋଇପାରିବା ନେଇ ଆଜି (ମଙ୍ଗଳବାର) କେନ୍ଦ୍ର ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ ଲୋକସଭାରେ ସୂଚନା ଦେଇଛନ୍ତି ।

ଗଡକରୀ ଦାବି କରିଛନ୍ତି ଯେ, ବର୍ତ୍ତମାନ ଜାରି ରହିଥିବା ଅଭିଯାନ ଫଳରେ ୨୦୨୪ ସୁଦ୍ଧା ଦେଶରେ ସଡକ ଭିତ୍ତିଭୂମିରେ ବଡ ପରିବର୍ତ୍ତନ ଆସିବ । ପ୍ରଧାନମନ୍ତ୍ରୀ ମୋଦି ଭାରତକୁ ଏକ ଆତ୍ମନିର୍ଭରଶୀଳ, ସମୃଦ୍ଧ ତଥା ଶକ୍ତିଶାଳୀ ଭାରତ କରିବା ପାଇଁ ଦେଇଥିବା ସଂକଳ୍ପ ଆଧାରରେ ଯୋଗାଯୋଗ ଓ ପରିବହନ କ୍ଷେତ୍ରରେ କାର୍ଯ୍ୟ ଜାରି ରହିଛି । ଏବଂ 2024 ଶେଷ ପୂର୍ବରୁ ଭାରତର ସଡକ ଭିତ୍ତିଭୂମି ଯୁକ୍ତରାଷ୍ଟ୍ର ସହିତ ସମାନ ହେବ । ଫଳରେ ପର୍ଯ୍ୟଟନ ବୃଦ୍ଧି ହେବା ସହିତ ଦେଶର ଅଭିବୃଦ୍ଧି ମଧ୍ୟ ବୃଦ୍ଧି ପାଇବ ବୋଲି କହିଛନ୍ତି ଗଡକାରୀ ।

ଆମେରିକାର ସଡକ ବ୍ୟବସ୍ଥାର ଉଦାହରଣ ଦେଇ ଗଡକରୀ ପୂର୍ବତନ ଆମେରିକା ରାଷ୍ଟ୍ରପତି କେନେଡିଙ୍କର ଏକ ମନ୍ତବ୍ୟକୁ ମଧ୍ୟ ଲୋକସଭାରେ ଉପସ୍ଥାପନ କରିଥିଲେ । ଧନୀ ଥିବାରୁ ଆମେରିକା ଭଲ ନୁହେଁ, କିନ୍ତୁ ଭଲ ରାସ୍ତା ଥିବାରୁ ଆମେରିକା ଧନୀ ଅଟେ ବୋଲି ତତ୍କାଳୀନ ରାଷ୍ଟ୍ରପତି ଜେଏଫ କେନେଡୀ କହିଥିବା ଦର୍ଶାଇଥିଲେ ଗଡକରୀ ।

ସେହିପରି ଆଗାମୀ ସମୟରେ ଯୋଗାଯୋଗ ଓ ପରିବେଶ ସୁରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଥିବା ବୈଦୁତିକ ଯାନ ଉପରେ ମଧ୍ୟ ବଡ ସୂଚନା ଦେଇଛନ୍ତି ଗଡକକରୀ । ସବୁଜ ଇନ୍ଧନ ଉତ୍ପାଦନରେ ଟେକ୍ନୋଲୋଜିର ବ୍ୟବହାର ବୃଦ୍ଧି ବୈଦ୍ୟୁତିକ ଯାନର ମୂଲ୍ୟ ହ୍ରାସ ହେବାରେ ସହାୟକ ହେବ । ଏହିପରି ଆସନ୍ତା ଦୁଇ ବର୍ଷ ମଧ୍ୟରେ ପେଟ୍ରୋଲ ଚାଳିତ ମୋଟର ଯାନ ସହ ବୈଦୁତିକ ଯାନର ବଜାର ମୂଲ୍ୟ ସମାନ ହେବା ନେଇ ମଧ୍ୟ ଗଡକରୀ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.