ETV Bharat / bharat

ସିନ୍ଦେ ଓ ଠାକ୍‌ରେ ଗୋଷ୍ଠୀକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ, ବଦଳିବ ଶିବସେନାର ଚିହ୍ନ ! - ଠାକ୍‌ରେ ଗୋଷ୍ଠୀଙ୍କୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ

ମହାରାଷ୍ଟ୍ରର ଦୁଇ ଶିବସେନା ଗୋଷ୍ଠୀକୁ ଦଳୀୟ ଚିହ୍ନ ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ(Election commission direction for Shivsena) । ଅକ୍ଟୋବର ୧୦ ତାରିଖ ସୁଦ୍ଧା ଚିହ୍ନ ଚୂଡ଼ାନ୍ତ କରି ଆବେଦନ କରିବାକୁ ନିର୍ଦ୍ଦେଶ ରହିଛି । ଅଧିକ ପଢ଼ନ୍ତୁ

election commission reportedly directed to choose new party  symbol to Shinde and Thackeray faction
ସିନ୍ଦେ ଓ ଠାକ୍‌ରେ ଗୋଷ୍ଠୀକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ, ବଦଳିବ ଶିବସେନାର ଚିହ୍ନ !
author img

By

Published : Oct 9, 2022, 4:27 PM IST

ମୁମ୍ବାଇ: ଅକ୍ଟୋବର ୧୦ ତାରିଖ ସୁଦ୍ଧା ଉଦ୍ଧବ ଠାକ୍‌ରେ କିମ୍ବା ସିନ୍ଦେ ଶିବସେନା ଗୋଷ୍ଠୀକୁ ଦଳୀୟ ଚିହ୍ନ ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ(Election commission direction for Shivsena) । ତେବେ ଏହାକୁ ନେଇ ନିର୍ବାଚନ ଆୟୋଗ କମ୍ବା ଉଦ୍ଧବଠାକ୍‌ରେଙ୍କ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ସୂତ୍ର ମୁତାବକ ଉଦୟ ହେଉଥିବା ସୂର୍ଯ୍ୟ, ମଶାଲ କମ୍ବା ତ୍ରିଶୁଳ ଚିହ୍ନ ପାଇଁ ଆବେଦନ କରିପାରନ୍ତି ଉଦ୍ଧବ ଠାକ୍‌ରେ ।

ଠାକ୍‌ରେ ଗୋଷ୍ଠୀର ବିଚାରଧାରା ସହ ମେଳ ଖାଉଥିବା ନିର୍ବାଚନକୁ ନେଇ ଚିହ୍ନ ଦ୍ବନ୍ଦ୍ବ ଉପୁଜିଛି । ସେପେଟ ନିର୍ବାଚନ ଆୟୋଗଙ୍କ ପାଖରେ ଖାଲି ଥିବା ନିର୍ବାଚନ ଚିହ୍ନ ମଧ୍ୟରୁ ହିଁ ସିନ୍ଦେ କିମ୍ବା ଠାକ୍‌ରେ ଗୋଷ୍ଠୀଙ୍କୁ କୌଣସି ଗୋଟିଏ ଚୟନ କରିବାକୁ ହେବ ବୋଲି ଜଣା ପଡ଼ିଛି । ତେବେ ଠାକ୍‌ରେ ଗୋଷ୍ଠୀ କେତେକ ଚିହ୍ନ ତାଲିକା ପ୍ରସ୍ତୁତ କରିଥିବା ସୂତ୍ରରୁ ସୂଚନା ମିଳିଛି । ଏହି ତାଲିକା ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଇବାକୁ ଉଦ୍ଧବ ଠାକ୍‌ରେ ପ୍ରସ୍ତୁତ ହେଉଛନ୍ତି ।

ଦଳୀୟ ଚିହ୍ନକୁ ନେଇ ସିନ୍ଦେ ଗୋଷ୍ଠୀ ଓ ଠାକ୍‌ରେ ଗୋଷ୍ଠୀ କୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ । ମହାରାଷ୍ଟ୍ର ଅନ୍ଧେରୀ ଇଷ୍ଟ୍‌ରେ ଉପନିର୍ବାଚନ ନେଇ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ତେବ ଏହି ନିର୍ବାଚନରେ ସିନ୍ଦେ ଗୋଷ୍ଠୀ କିମ୍ବା ଠାକ୍‌ରେ ଗୋଷ୍ଠୀ ତୀରକମାନ ଚିହ୍ନ ବ୍ୟବହାର କରି ପାରିବେ ନାହିଁ ବୋଲି କହିଛନ୍ତି କୋର୍ଟ(Bombay high court interim direction for Shivsena ) । ଏହାପରେ ନିର୍ବାଚନ ଚିହ୍ନ ଫ୍ରି ଲିଷ୍ଟରୁ କୌଣସି ଗୋଟିଏ ଗୋଟିଏ ଚିହ୍ନ ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ । ଏଥିପାଇଁ ଉଭୟ ଗୋଷ୍ଠୀଙ୍କୁ ଅକ୍ଟୋବର ୧୦ ତାରିଖ ଯାଏଁ ସମୟ ପ୍ରଦାନ କରାଯାଇଛି ।

ଦଳୀୟ ଚିହ୍ନ ଚୂଡ଼ାନ୍ତ କରିବା ପାଇଁ ଉଦ୍ଧବ ଠାକ୍‌ରେ ଅକ୍ଟୋବର ୯ ତାରିଖରେ ଦଳୀୟ ନେତାଙ୍କ ସହ ଏକ ବୈଠକ କରିଥିଲେ । ଉଦ୍ଧବ ଠାକ୍‌ରେ ବମ୍ବେ ହାଇକୋର୍ଟଙ୍କ ଅନ୍ତରୀଣ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିପାରନ୍ତି ବୋଲି ଆଲୋଚନା ହେଉଛି । ତେବେ ଉଦ୍ଧବ ଠାକ୍‌ରେ କିମ୍ବା ତାଙ୍କ ଦଳର ନେତାଙ୍କ ପକ୍ଷରୁ ଏହାକୁ ନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଅନ୍ଧରୀ ଇଷ୍ଟ୍‌ ଆସନରେ ରମେଶ ଲଟକେ ବିଧାୟକ ରହିଥିଲେ । ତେବେ ଗତ ମେ ୧୨ ତାରିଖରେ ହାର୍ଟ ଆଟାକ୍‌ରେ ତାଙ୍କର ପରଲୋକ ହୋଇଥିଲା । ସେହିଦିନରେ ଏହି ଆସନ ଖାଲି ପଡ଼ିଥିବାବେଳେ, ନିକଟରେ ନିର୍ବାଚନ ଆୟୋଗ ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଉପନିର୍ବାଚନ ତାରିଖ ଘୋଷଣା କରିଥିଲେ । ଏଥିରେ ଅନ୍ଧେରୀ ଇଷ୍ଟ୍‌ ମଧ୍ୟ ସାମିଲ ରହିଛି । ନଭେମ୍ବର ୩ ତାରିଖରେ ନିର୍ବାଚନ ହେବାପରେ ନଭେମ୍ବର ୬ ତାରିଖରେ ଫଳାଫଳ ଘୋଷଣା ହେବ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.