ETV Bharat / bharat

୬ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା

୫ ରାଜ୍ୟରେ ରାଜ୍ୟସଭାର ୬ଟି ଆସନ ପାଇଁ ଉପନିର୍ବାଚନର ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ । ଅଧିକ ପଢନ୍ତୁ...

୬ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା
୬ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା
author img

By

Published : Sep 9, 2021, 4:11 PM IST

Updated : Sep 9, 2021, 4:27 PM IST

ନୂଆଦିଲ୍ଲୀ: ରାଜ୍ୟସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା । ୫ ରାଜ୍ୟରେ ରାଜ୍ୟସଭାର ୬ଟି ଆସନ ପାଇଁ ଉପନିର୍ବାଚନର ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ । ଖାଲିଥିବା ଏହି ଆସନ ପାଇଁ ଅକ୍ଟୋବର ୪ରେ ଉପନିର୍ବାଚନ ଅନୁଷ୍ଠିତ ହେବ ।

ପଶ୍ଚିମବଙ୍ଗ, ଆସାମ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଏବଂ ତାମିଲନାଡୁର ୨ଟି ରାଜ୍ୟସଭା ଆସନରେ ହେବ ଉପନିର୍ବାଚନ । ଏହାସହିତ ବିହାର ବିଧାନ ପରିଷଦ ସିଟ୍‌ ପାଇଁ ସେହିଦିନ ହିଁ ଉପନିର୍ବାଚନ ଅନୁଷ୍ଠିତ ହେବ ।

ରାଜ୍ୟସଭାର ୬ ଆସନ ସମେତ ଦେଶର ୧୬ ରାଜ୍ୟରେ ଲୋକସଭା ଓ ବିଧାନସଭା ପାଇଁ ମଧ୍ୟ ଉପନିର୍ବାଚନ ହେବ । ନିର୍ବାଚନ ସମୟ ଓ ପ୍ରକ୍ରିୟା ଉପରେ ଲିଖିତ ଆକାରରେ ମତାମତ ଦେବା ପାଇଁ ରାଜ୍ୟ ସରକାରଙ୍କୁ କହିଥିଲେ ନିର୍ବାଚନ ଆୟୋଗ ।

ସେପଟେ ୪ ସେପ୍ଟେମ୍ବରରେ ଭବାନୀପୁର ସିଟ୍‌ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଥିଲେ ନିର୍ବାଚନ ଆୟୋଗ । ପଶ୍ଚିମବଙ୍ଗର ସମସେରଗଞ୍ଜ ଓ ଜଙ୍ଗୀପୁର ଏବଂ ଓଡିଶାର ପିପିଲିରେ ମଧ୍ୟ ଉପନିର୍ବାଚନ ହେବ ।

Last Updated : Sep 9, 2021, 4:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.