ETV Bharat / bharat

ଚିନ୍ତା ବଢାଉଛନ୍ତି ବ୍ରିଟେନ ଫେରନ୍ତା: କେରଳରେ 8 ଓ କର୍ଣ୍ଣାଟକରେ 14 କୋରୋନା ପଜିଟିଭ ଚିହ୍ନଟ

author img

By

Published : Dec 26, 2020, 7:55 PM IST

ଦିନକୁ ଦିନ ଚିନ୍ତା ବଢାଉଛନ୍ତି ବ୍ରିଟେନ ଫେରନ୍ତା । କେରଳରେ 8 ଜଣ ବ୍ୟକ୍ତି କୋରୋନା ପଜିଟିଭ ଚିହ୍ନଟ ହେବା ପରେ କେରଳରେ ହାଇ ଆଲର୍ଟ ଜାରି ରହିଛି । ସେହିପରି କର୍ଣ୍ଣାଟକରେ ମଧ୍ୟ 14 ବ୍ରିଟେନ ଫେରନ୍ତା କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏହା ନୂତନ ଷ୍ଟ୍ରେନ୍‌ କି ନାହିଁ ଜାଣିବା ପାଇଁ ଜିନ ସିକ୍ବେନ୍ସିଂ ପାଇଁ ସ୍ବାବ ନମୁନା ପରୀକ୍ଷା ପାଇଁ ପଠାଯାଇଛି ।

ଚିନ୍ତା ବଢାଉଛନ୍ତି ବ୍ରିଟେନ ଫେରନ୍ତା: କେରଳରେ 8 ଓ କର୍ଣ୍ଣାଟକରେ 14 କୋରୋନା ପଜିଟିଭ ଚିହ୍ନଟ
ଚିନ୍ତା ବଢାଉଛନ୍ତି ବ୍ରିଟେନ ଫେରନ୍ତା: କେରଳରେ 8 ଓ କର୍ଣ୍ଣାଟକରେ 14 କୋରୋନା ପଜିଟିଭ ଚିହ୍ନଟ

ଥିରୁଅନନ୍ତପୂରମ୍‌: ଦିନକୁ ଦିନ ଚିନ୍ତା ବଢାଉଛନ୍ତି ବ୍ରିଟେନ ଫେରନ୍ତା । କେରଳରେ 8 ଜଣ ବ୍ୟକ୍ତି କୋରୋନା ପଜିଟିଭ ଚିହ୍ନଟ ହେବା ପରେ କେରଳରେ ହାଇ ଆଲର୍ଟ ଜାରି ରହିଛି । ତେବେ ଏହା ନୂଆ ଷ୍ଟ୍ରେନ କି ନୁହେଁ ଏହା ଜାଣିବା ପାଇଁ ପୁଣେର ଭାଇରୋଲୋଜି ନ୍ୟାସନାଲ ଇନଷ୍ଟିଚ୍ୟୁଟକୁ ନମୁନା ପଠାଯାଇଛି । ଏନେଇ କେରଳ ସ୍ବାସ୍ଥ୍ୟମନ୍ତ୍ରୀ କେକେ ସୈଲେଜା ସୂଚନା ଦେଇଛନ୍ତି ।

ଏହାସହ କେରଳ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ନୂଆ ଷ୍ଟ୍ରେନକୁ ନେଇ କୋଜିକୋଡେରେ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଏକ ଗବେଷଣା କରାଯାଇଥିଲା । ତେବେ ଏହି ଭାଇରସରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଏହା ନିଶ୍ଚିତ କରିବାକୁ କେରଳର ସମସ୍ତ ଜିଲ୍ଲାରେ ଗବେଷଣା କରାଯାଉଛି । କିନ୍ତୁ ବ୍ରିଟେନରେ ମିଳିଥିବା ଷ୍ଟ୍ରେନ ଭଳି ଏହା ନୁହେଁ ବୋଲି କହିଛନ୍ତି କେରଳ ସ୍ବାସ୍ଥ୍ୟମନ୍ତ୍ରୀ ।

ସେହିପରି କର୍ଣ୍ଣାଟକ ସରକାର ମଧ୍ୟ ବ୍ରିଟେନ ଫେରନ୍ତାଙ୍କୁ ନେଇ ତପ୍ତରତା ଦେଖାଇଛନ୍ତି । ବ୍ରିଟେନରୁ ଫେରିଥିବା 2500 ଜଣଙ୍କ ମଧ୍ୟରୁ 1638 ଜଣଙ୍କର ପରୀକ୍ଷା କରାଯାଇଛି । ଯେଉଁମାନଙ୍କ ମଧ୍ୟରୁ 14 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏହା ନୂତନ ଷ୍ଟ୍ରେନ୍‌ କି ନାହିଁ ଜାଣିବା ପାଇଁ ଜିନ ସିକ୍ବେନ୍ସିଂ ପାଇଁ ସ୍ବାବ ନମୁନା ପଠାଯାଇଥିବା ସୂଚନା ଦେଇଛନ୍ତି କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ଡଃ କେ ସୁଧାକର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.