ETV Bharat / bharat

ମାଓ କ୍ୟାମ୍ପରୁ ମୁକୁଳିଲେ 8 ଗାଁଲୋକ

ପ୍ରଥମେ ଅପହରଣ ଓ ପରେ ଧମକ ଦେଇ ୮ ଜଣ ଗ୍ରାମବାସୀଙ୍କୁ ଛାଡି ଦେଲେ ମାଓବାଦୀ । ଏପରି ଘଟଣା ଦେଖିବାକୁ ମିଳିଛି ଛତିଶଗଡର ସୁକମା ଜିଲ୍ଲାରେ । ଏନେଇ ପୋଲିସ ଏକ ବିଜ୍ଞପ୍ତି ଜାରି କରିଛି । ଅଧିକ ପଢନ୍ତୁ...

Eight People Allegedly Kidnapped By Maoists In Chhattisgarh Released: Police
୮ ଜଣଙ୍କୁ ଉଠାଇ ନେଲେ ମାଓବାଦୀ
author img

By

Published : Jul 22, 2021, 9:02 AM IST

ରାୟପୁର: ପ୍ରଥମେ ଅପହରଣ ଓ ପରେ ଧମକ ଦେଇ ୮ ଜଣ ଗ୍ରାମବାସୀଙ୍କୁ ଛାଡି ଦେଲେ ମାଓବାଦୀ । ସ୍ଥାନୀୟ ଅଞ୍ଚଳରେ କୌଣସି ବିକାଶ ମୂଳକ କାର୍ଯ୍ୟ ହେବନି । ପୋଲିସକୁ ସହଯୋଗ କଲେ କି ଖବର ଦେଲେ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ମାଓବାଦୀ । ଏପରି ଘଟଣା ଦେଖିବାକୁ ମିଳିଛି ଛତିଶଗଡର ସୁକମା ଜିଲ୍ଲାରେ । ଏନେଇ ପୋଲିସ ଏକ ବିଜ୍ଞପ୍ତି ଜାରି କରିଛି ।

ବସ୍ତର ରେଞ୍ଚର ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଛତିଶଗଡର ଜାଗରଗୁଣ୍ତା ଥାନା ଅଞ୍ଚଳର ୭ ଜଣ ଗ୍ରାମବାସୀଙ୍କ ସହ ସ୍ଥାନୀୟ ଅଞ୍ଚଳର ଅନ୍ୟ ଜଣଙ୍କୁ ଜୋର ଜବରଦସ୍ତ ୧୮ ତାରିଖ ଦିନ ଉଠାଇ ନେଇଥିଲେ ମାଓବାଦୀ । ଅପହରଣ କରାଯାଇଥିବା ୮ ଜଣଙ୍କୁ ମାଓବାଦୀ ଦିହମାର ଗଡକୁ ନିଆଯାଇଥିଲା । ସେଠାରେ ସେମାନଙ୍କୁ ବନ୍ଦୀ କରି ରଖାଯାଇଥିଲା । ଏ ଖବର ଜଣାପଡିବା ପରେ ସ୍ଥାନୀୟ ଲୋକେ ଅପହରଣ କରାଯାଇଥିବା ଲୋକଙ୍କୁ ଖୋଜାଖୋଜି କରିବାକୁ ଜଙ୍ଗଲ ମଧ୍ୟକୁ ଯାଇଥିଲେ । ଏହାସହ ପୋଲିସ ପକ୍ଷରୁ ମଧ୍ୟ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ ।

କିନ୍ତୁ ସେମାନଙ୍କର କୌଣସି ଖବର ମିଳି ନଥିଲା ଏହି ଅପରେସନରେ । ପରେ ମାଓବାଦୀମାନେ ଅପହରଣ କରିଥିବା ମାଓବାଦୀଙ୍କୁ ଧମକ ଦେଇ ଛାଡି ଦେଇଥିବା କହିଛନ୍ତି ଅପହୃତ ହୋଇଥିବା ମାଓବାଦୀ । ଏନେଇ ପୋଲିସ ଅପହରଣ ହୋଇଥିବା ସ୍ଥାନୀୟ ବାସିନ୍ଦାଙ୍କର ବୟାନ ରେକର୍ଡ କରିବ ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.