ETV Bharat / bharat

ବଢୁଛି ଅନିଲ ଦେଶମୁଖଙ୍କ ଅଡୁଆ: 2 ସହଯୋଗୀ ଗିରଫ, ଇଡିରେ ହାଜର ପାଇଁ ସମନ

author img

By

Published : Jun 26, 2021, 10:36 AM IST

ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବ୍ୟକ୍ତିଗତ 2 ସହାୟକ ସଚିବଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ଅଡୁଆରେ ଅନିଲ ଦେଶମୁଖ, ଇଡିରେ ହାଜର ପାଇଁ ସମନ
ଅଡୁଆରେ ଅନିଲ ଦେଶମୁଖ, ଇଡିରେ ହାଜର ପାଇଁ ସମନ

ମୁମ୍ବାଇ: ଇଡି ପଞ୍ଝାରେ ଅନିଲ ଦେଶମୁଖ । ଆଜି ଇଡିରେ ହାଜର ହେବା ପାଇଁ ଅନିଲ ଦେଶମୁଖଙ୍କୁ ସମନ ଜାରି କରାଯାଇଛି । ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତକାଲି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ନାଗପୁର ସ୍ଥିତ ଘରେ ଚଢାଉକରି ବ୍ୟକ୍ତିଗତ ସହାୟକ କୁନ୍ଦନ ସିନ୍ଦେ ଏବଂ ବ୍ୟକ୍ତିଗତ ସଚିବ ସଞ୍ଜୀବ ପାଲାଣ୍ଡେଙ୍କୁ ପଚରାଉଚରା କରିଥିଲା । ଆଜି ଉଭୟଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀଙ୍କ 5ଟି ସ୍ଥାନରେ ମନି ଲଣ୍ଡରିଂକୁ ନେଇ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ଆଇନ PMLA ଆଧାରରେ ଦେଶମୁଖଙ୍କ ଘରେ ଛାନଭିନ କରିବା ପରେ 2ଜଣଙ୍କୁ ଗିରଫ କରିଛି ଇଡି । ।

ମେ 11ରେ ଇଡି ଦେଶମୁଖଙ୍କ ବିରୋଧରେ ଟଙ୍କା ହେରଫେର ମାମଲା ରୁଜୁ କରିଥିଲା । ଏହାପୂର୍ବରୁ ଏପ୍ରିଲରେ ସିବିଆଇ ଏହି ମାମଲାରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣ କରିବା ପରେ ଦେଶମୁଖଙ୍କର ଚାରିଟି ସ୍ଥାନରେ ଚଢାଉ କରିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.