ETV Bharat / bharat

ଭାରତ ଫେରିବେ ପଳାତକ; ଆଣିବାକୁ ବ୍ରିଟେନ ଯିବ ED-CBI-NIA ଟିମ୍

author img

By ETV Bharat Odisha Team

Published : Jan 16, 2024, 9:36 AM IST

Updated : Jan 16, 2024, 10:04 AM IST

ED CBI NIA team going to UK: ଭାରତ ଫେରିବେ ପଳାତକ ନୀରବ ମୋଦି, ସଞ୍ଜୟ ଭଣ୍ଡାରୀ ଓ ବିଜୟ ମାଲ୍ୟା । ବ୍ରିଟେନ ଗସ୍ତ କରିବ ଇଡି, ସିବିଆଇ ଓ ଏନଆଇର ଏକ ଉଚ୍ଚସ୍ତରୀୟ ଟିମ । ଅଧିକ ପଢନ୍ତୁ

ଭାରତ ଫେରିବେ ପଳାତକ
ED CBI NIA team going to UK

ନୂଆଦିଲ୍ଲୀ: ଭାରତରେ ଠକେଇ କରି ବିଦେଶରେ ରହୁଥିବା ପଳାତକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଖୁବଶୀଘ୍ର ପଳାତକ ନୀରବ ମୋଦି, ସଞ୍ଜୟ ଭଣ୍ଡାରୀ ଓ ବିଜୟ ମାଲ୍ୟାଙ୍କୁ ଭାରତ ଫେରାଇ ଆଣିବାକୁ ତଦନ୍ତକାରୀ ସଂସ୍ଥା ପ୍ରସ୍ତୁତ ହୋଇଛି । ଏହି ତିନି ପଳାତକଙ୍କୁ ଆଣିବାକୁ ବ୍ରିଟେନ ଯିବେ ଇଡି, ସିବିଆଇ ଓ ଏନଆଇର ଏକ ଉଚ୍ଚସ୍ତରୀୟ ଟିମ । ବୈଦେଶିକ ବିଭାଗର ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ଏହି ତିନି ତଦନ୍ତକାରୀ ସଂସ୍ଥାର ମିଳିତ ଟିମ ବ୍ରିଟେନ ଯିବେ । ଅସ୍ତ୍ର ବ୍ୟବସାୟୀ ସଞ୍ଜୟ ଭଣ୍ଡାରୀ, ହୀରା ବ୍ୟବସାୟୀ ନୀରବ ମୋଦି ଏବଂ ମଦ ବ୍ୟବସାୟୀ ବିଜୟ ମାଲ୍ୟା କୋଟି କୋଟି ଟଙ୍କା ଠକେଇ କରିବା ପରେ ଭାରତ ଛାଡି ବ୍ରିଟେନରେ ରହୁଛନ୍ତି । ବ୍ରିଟେନ ସମେତ ଅନ୍ୟ ଦେଶରେ ମଧ୍ୟ ଏମାନଙ୍କ ସମ୍ପତ୍ତି ରହିଛି । ଏହାକୁ ଠାବ କରିବାକୁ ପ୍ରୟାସ ଆରମ୍ଭ କରିଛି ତଦନ୍ତକାରୀ ସଂସ୍ଥା ।

ତିନି ତଦନ୍ତକାରୀ ସଂସ୍ଥା ଦ୍ବାରା ଗଠିତ ଟିମର ନେତୃତ୍ବ ନେଇଛନ୍ତି ବୈଦେଶିକ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ । ତୁରନ୍ତ ଏକ ଉଚ୍ଚସ୍ତରୀୟ ଟିମ୍‌ ଲଣ୍ଡନ ସ୍ଥିତ ହାଇକମିଶନଙ୍କୁ ଭେଟିବେ । ହାଇକମିଶନ ଦ୍ବାରା ବ୍ରିଟେନ ଅଧିକାରୀଙ୍କ ସହ ଲଣ୍ଡନରେ ପଳାତକମାନଙ୍କ ଦ୍ୱାରା ପ୍ରାପ୍ତ ସମ୍ପତ୍ତି ସମ୍ପର୍କରେ ସୂଚନା ପାଇବା ସହିତ ବ୍ୟାଙ୍କିଙ୍ଗ କାରବାର ଉପରେ ଭାରତୀୟ ହାଇ କମିଶନଙ୍କ ଦ୍ୱାରା ଏକ ବୈଠକ ବସିବା ନେଇ ସ୍ଥିର ହୋଇଛି ।

ଏହା ମଧ୍ୟ ପଢନ୍ତୁ-ନୀରବ ମୋଦିଙ୍କୁ ଲଣ୍ଡନ କୋର୍ଟରୁ ଝଟକା, ଆଉ ପାଦେ ଆଗେଇଲା ପ୍ରତ୍ୟର୍ପଣ ପ୍ରକ୍ରିୟା

ଉପା ଶାସନ ସମୟରେ ବିମାନ କିଣାବିକାରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ଆୟକର ଏବଂ ଇଡି ତଦନ୍ତ ଆରମ୍ଭ କରିଥିଲା । ଏହାପରେ 2016ରେ ସଞ୍ଜୟ ଭଣ୍ଡାରୀ ଭାରତରୁ ପଳାୟନ କରିଥିଲା । ସଞ୍ଜୟ ଭଣ୍ଡାରୀଙ୍କୁ 2020 ମସିହାରେ ସ୍ୱତନ୍ତ୍ର ଇଡି କୋର୍ଟ ଦ୍ୱାରା ପଳାତକ ଘୋଷିତ କରାଯାଇଥିଲା । ସଞ୍ଜୟ ଭଣ୍ଡାରୀ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ନିକଟତର ବୋଲି କୁହାଯାଏ । ଇଡିର କହିବା ଅନୁଯାୟୀ, ସଞ୍ଜୟ ଭଣ୍ଡାରୀ ଲଣ୍ଡନ ଏବଂ ଦୁବାଇରେ ସମ୍ପତ୍ତି ଅର୍ଜନ କରି ଭଦ୍ରାଙ୍କ ସହଯୋଗୀ ସି ସି ଥାମ୍ପି ଦ୍ୱାରା ନିୟନ୍ତ୍ରିତ କମ୍ପାନୀକୁ ହସ୍ତାନ୍ତର କରିଥିଲା ।

ବ୍ରିଟେନରେ ସଞ୍ଜୟ ଭଣ୍ଡାରୀ, ନୀରବ ମୋଦି ଏବଂ ମାଲ୍ୟାଙ୍କ ଭାରତ ପ୍ରତ୍ୟାର୍ପଣ ବିଚାରାଧୀନ ରହିଛି । କାରଣ ସମସ୍ତେ ଭାରତ ଫେରିବାରୁ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ । ଇଡି ଭାରତରେ ସେମାନଙ୍କର ସମ୍ପତ୍ତି ଜବତ କରିସାରିଛି , ମାଲ୍ୟା ଏବଂ ମୋଦୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ବିକ୍ରୟ କରି ବ୍ୟାଙ୍କଗୁଡିକୁ ଫେରସ୍ତ କରିଛି । ପ୍ରାୟ 11 ହଜାର କୋଟି ଟଙ୍କାର ବ୍ୟାଙ୍କ ଠକେଇ ପରେ ଦେଶ ଛାଡି ବ୍ରିଟେନ ପଳାୟନ କରିଥିଲେ ହୀରା ବ୍ୟବସାୟୀ ନୀରବ ମୋଦି ।

Last Updated : Jan 16, 2024, 10:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.