ETV Bharat / bharat

ସଚିନ ୱାଜେ ମାମଲାରେ ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ !

author img

By

Published : Apr 12, 2021, 3:57 PM IST

ଆଣ୍ଟିିଲିଆ ମାମଲାରେ ଗିରଫ ହୋଇଥିବା ନିଲମ୍ବିତ ପୋଲିସ ଅଧିକାରୀ ସଚିନ ୱାଜେଙ୍କୁ ଇଡି ଯାଞ୍ଚ କରିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି । ଅଧିକ ପଢନ୍ତୁ...

ED also investigate Sachin Waje case source
ସଚିନ ୱାଜେ ମାମଲାରେ ଯାଞ୍ଚ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ମୁମ୍ବାଇ: ସଚିନ ୱାଜେ ମାମଲାରେ ଯାଞ୍ଚ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଣ୍ଟିିଲିଆ ମାମଲାରେ ଗିରଫ ହୋଇଥିବା ନିଲମ୍ବିତ ପୋଲିସ ଅଧିକାରୀ ସଚିନ ୱାଜେଙ୍କୁ ଇଡି ଯାଞ୍ଚ କରିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି ।

ସଚିନ ୱାଜେଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଦେଢ କୋଟି ଟଙ୍କା ମିଳିଛି । ଏହା ସହ ଅନ୍ୟ ସ୍ଥାନରେ ମଧ୍ୟ ଯାଞ୍ଚ ସମୟରେ ତାଙ୍କ ନିକଟରୁ ଟଙ୍କା ମିଳିଥିବା ଜଣାପଡିଛି । ଟିଆରପି ସ୍କାମର ଯାଞ୍ଚ ସମୟରେ 30 ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ମାମଲା ମଧ୍ୟ ସାମନାକୁ ଆସିଛି । ଫଳରେ ମାମଲାର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିବା ନେଇ ବିଶେଷ ସୁତ୍ରରୁ ଜଣାପଡିଛି । ଟିଆରପି ସ୍କାମରେ ୱାଜେ ଟଙ୍କା ନେବା ଏକ ସଂଶୟରେ ପରିଣତ ହୋଇଛି । ଏହାକୁ ନେଇ ଇଡି ଖୋଳତାଡ କରାଯିବା ସମ୍ଭାବନା ରହିଛି ।

ସୂଚନାଥାଉକି ଗତ ଫେବୃୟାରୀ 25 ତାରିଖରେ ବିିଶିଷ୍ଟ ଉଦ୍ୟୋଗପତି ଅନିଲ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡି ଜବତ କରାଯାଇଥିଲା । ଏହି ବିସ୍ଫୋରକ ଭର୍ତ୍ତି ଗାଡି ସଚିନ ୱାଜେ ରଖିଥିବା ଜଣାପଡିଥିଲା । ଏହା ଘଟଣାର ତଦନ୍ତ ପରେ ମୁମ୍ବାଇ ପୋଲିସ କମିସନର ପରମବୀର ସିଂଙ୍କ ସହ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ସଂପୃକ୍ତି ଆସିଥିଲା । ଏହା ପରେ ଏହି ଘଟଣାର ତଦନ୍ତ ପରେ ଜଣାପଡିଛି ଯେ 100 କୋଟି ଟଙ୍କାର ବଟି ଆଦାୟ ପାଇଁ ଯୋଜନା କରାଯାଇଥିଲା । ଏହା ପରେ ପରସ୍ପରକୁ ଦୋଷାରୋପ କରିଛନ୍ତ ଉଭୟ ପୋଲିସ କମିସନର ଓ ଗୃହମନ୍ତ୍ରୀ ଅନିଲ ଦେଶମୁଖ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.