ETV Bharat / bharat

ଆଜି ସଂସଦରେ ଆଗତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ

author img

By

Published : Jan 29, 2021, 6:55 AM IST

ଆଜି ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ ହେବ । ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଆଗତ କରାଯିବ । ଅଧିକ ପଢନ୍ତୁ...

ଅର୍ଥନୈତିକ ସର୍ଭେ ରିପୋର୍ଟ
ଅର୍ଥନୈତିକ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଆଜି ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଆଗତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ । ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଆଗତ କରାଯିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଆଗତ କରିବେ । ଦେଶର ମୁଖ୍ୟ ଆର୍ଥିକ ପରାମର୍ଶଦାତାଙ୍କ ନେତୃତ୍ବରେ ପ୍ରସ୍ତୁତ ଏହି ରପୋର୍ଟରୁ ବଜେଟ ରୂପରେଖ ସ୍ପଷ୍ଟ ହେବ ।

କୋରୋନା ସଙ୍କଟ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ସର୍ଭେ ରିପୋର୍ଟ ଜରିଆରେ ଦେଶ ଅର୍ଥନୀତିର ସଫଳତା ଓ ଚ୍ୟାଲେଞ୍ଜର ପୃଷ୍ଠା ଖୋଲିବେ । ସାଧାରଣତଃ ଏହି ରିପୋର୍ଟରେ ଗତ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି କିଭଳି ରହିଥିଲା, ଆଗକୁ ସରକାରଙ୍କ ଯୋଜନା କଣ ରହିଛି ସେନେଇ ଦର୍ଶାଯାଇଥାଏ ।

ସୂଚନାଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବଧୀନ ସରକାରଙ୍କ ଦ୍ବିତୀୟ କାର୍ଯ୍ୟାଳୟର ତୃତୀୟ ବଜେଟ (ଦ୍ବିତୀୟ ପୂର୍ଣ୍ଣାଙ୍ଗ ବଜେଟ) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ପହିଲାରେ ଆଗତ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.