ବେଙ୍ଗାଲୁରୁ: କର୍ଣ୍ଣାଟକର ମହିଶୂର ସହରରେ DFRL (Defence food research laboratory) ଫ୍ରେଣ୍ଡଲି ପ୍ଲାଷ୍ଟିକ ବ୍ୟାଗ ପ୍ରସ୍ତୁତ କରିଛି । ଏହି ବ୍ୟାଗ ଗୁଡିକ ପରିବେଶ ପାଇଁ ଲାଭଦାୟକ ହେବାସହ ଅତି ସହଜରେ ମାଟିରେ ମିଶିଯାଇ ପାରିବ । ପ୍ରାୟ 5 କେଜି ଓଜନ ଧରିବା ପାଇଁ ବ୍ୟାଗଟି ସକ୍ଷମ ।
ବ୍ୟାଗଟି ପ୍ରାକୃତିକ ଭାବେ ପଲି ଲାକ୍ଟିକ ଏସିଡ ପଲିପେଟରୁ ତିଆରି ହୋଇଛି । ଏହି ମାଧ୍ୟମରେ ଖାଇବା ପ୍ଲେଟ, ଚାମଚ ଏବଂ ଖାଦ୍ୟ ପ୍ୟାକେଟ ମଧ୍ୟ ପ୍ରସ୍ତୁତ କରାଯାଇଛି । ବାୟୋ ଡିଗ୍ରେଡେବଲ ବ୍ୟାଗ ଏକ ପ୍ଲାଷ୍ଟିକ ବ୍ୟାଗ ପରି ଦେଖାଯାଏ । କିନ୍ତୁ ମାତ୍ର 180 ଦିନରେ ଏହା ସମ୍ପୂର୍ଣ୍ଣ ମାଟିରେ ମିଶିଯାଏ । ପ୍ରାୟ 15 ଜଣ ବୈଜ୍ଞାନିକ ପରିବେଶ ଅନୁକୂଳ ପ୍ଲାଷ୍ଟିକ ବ୍ୟାଗ ଉପରେ 5 ବର୍ଷ ଧରି ରିସର୍ଚ୍ଚ କରିଆସୁଛନ୍ତି । ଏକ 5 କିଲୋ କ୍ଷମତା ବ୍ୟାଗର ମୂଲ୍ୟ 10ରୁ 15 ଟଙ୍କା ହେବ । ଏହି ବ୍ୟାଗକୁ ବାଣ୍ଟି ଜନସଚେତନତା ସୃଷ୍ଟି କରବା DFRLର ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଇଛି । ଇକୋ ଫ୍ରେଣ୍ଡଲି ବ୍ୟାଗକୁ ବ୍ୟବହାର କରିବା ଦ୍ବାରା ପରିବେଶକୁ ସୁରକ୍ଷା କରାଯାଇ ପାରିବ।