ETV Bharat / bharat

ଆନ୍ଧ୍ରପ୍ରଦେଶର ୧୧ ବିଧାନ ପରିଷଦରେ ନିର୍ବାଚନ ପାଇଁ ଜାରି ହେଲା ସୂଚୀ

author img

By

Published : Nov 9, 2021, 7:21 PM IST

ଆନ୍ଧ୍ରପ୍ରଦେଶର ୧୧ ବିଧାନ ପରିଷଦରେ ଅନୁଷ୍ଠିତ ହେବ ନିର୍ବାଚନ । ସୂଚୀ ଜାରି କଲେ ଭାରତୀୟ ନିର୍ବାଚନ ଆୟୋଗ । ଅଧିକ ପଢନ୍ତୁ..

ଆନ୍ଧ୍ରପ୍ରଦେଶର ୧୧ ବିଧାନ ପରିଷଦରେ ନିର୍ବାଚନ ପାଇଁ ଜାରି ହେଲା ସୂଚୀ
ଆନ୍ଧ୍ରପ୍ରଦେଶର ୧୧ ବିଧାନ ପରିଷଦରେ ନିର୍ବାଚନ ପାଇଁ ଜାରି ହେଲା ସୂଚୀ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର 8ଟି ଲୋକାଲ ଅଥରିଟିରେ 11ଟି ବିଧାନ ପରିଷଦ ଆସନ ପାଇଁ ଦ୍ବିବର୍ଷୀୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଆଜି (ମଙ୍ଗଳବାର)ଏନେଇ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ ।

ନିର୍ବାଚନ କମିଶନଙ୍କ ଦ୍ବାରା ଜାରି ସୂଚୀ
ନିର୍ବାଚନ କମିଶନଙ୍କ ଦ୍ବାରା ଜାରି ସୂଚୀ

ଆଜି କମିଶନଙ୍କ ଦ୍ବାରା ଜାରି କରାଯାଇଥିବା ତାଲିକାରେ ଅନନ୍ତପୁର ଲୋକାଲ ଅଥରିଟି, ପୂର୍ବ ଗୋଦାବରୀ, ବିଜୟନଗରମ, ଚିତ୍ତୋର ଏବଂ ପ୍ରକାଶମ ଲୋକାଲ ଅଥରିଟିରେ ଗୋଟିଏ ଲେଖାଏଁ ଆସନ ପାଇଁ ସୂଚୀ ଘୋଷଣା କରାଯାଇଥିବା ବେଳେ ଡିସେମ୍ବର 10ରେ କ୍ରୀଷ୍ଣା ଏବଂ ବିଶାଖାପାଟନମ ଲୋକାଲ ଅଥରିଟିର ୨ଟି ଆସନରେ ମତଦାନ ହେବ ।

କମିଶନଙ୍କ ଅନୁଯାୟୀ, ଏହି ସବୁ ଆସନରେ ମତଦାନ ପାଇଁ ନଭେମ୍ବର 16 ରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ନଭେମ୍ବର 23 ରହିବ ବୋଲି ସୂଚନା ମିଳିଛି । ପ୍ରାର୍ଥୀପତ୍ର ଦାଖଲ ପରେ 24 ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ଯାଞ୍ଚର ଦୁଇ ଦିନ ପରେ ଅର୍ଥାତ 26 ନମ୍ଭେମ୍ବରରେ ପ୍ରାର୍ଥୀପତ୍ର ପ୍ରତ୍ୟାହରର ଶେଷ ଦିନ ରହିବ । ସେହିପରି ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ମାସ ଅର୍ଥାତ ଡିସେମ୍ବର 10 ରେ ମତଦାନ ଓ ୧୪ ତାରିଖରେ ମତଗଣନା ହେବା ନେଇ ସୂଚନା ରହିଛି ।

ନିର୍ବାଚନ ଆୟୋଗ ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ଜଣେ ବରିଷ୍ଠ ଅଧିକାରୀଙ୍କୁ ଏହି ନିର୍ବାଚନ ପରିଚାଳନା ପାଇଁ ଦୟିତ୍ବ ଦିଆଯିବାକୁ ଥିବାବେଳେ ନିର୍ବାଚନୀ ପ୍ରକ୍ରିୟା ଓ ମତଦାନ ସମୟରେ ସମସ୍ତ କୋଭିଡ ପ୍ରୋଟୋକଲ କଡାକଡି ଅନୁପାଳନ କରାଯିବା ନେଇ ସ୍ବତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.