ETV Bharat / bharat

Karnataka Elections: ପ୍ରଚାର ବେଳେ ଶବ୍ଦ ଉଚ୍ଚରଣକୁ ନେଇ ନିର୍ଦ୍ଦେଶନାମା ଜାରି

ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀରେ କହିଛନ୍ତି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ଷ୍ଟାର ପ୍ରଚାରକ ମାନେ ଭାଷାର ମର୍ଯ୍ୟଦା ହରାଉଛନ୍ତି । ତର୍କ ବିତର୍କ ସମାଲୋଚନା ପରିବର୍ତ୍ତେ ଭାଷାର ମର୍ଯ୍ୟଦା ହରାଉଛନ୍ତି । ଯାହା ଗ୍ରହଣୀୟ ନୁହେଁ । ପ୍ରଚାର ବେଳେ ନେତା ମାନେ ବିଦ୍ବେଷ ମଞ୍ଜି ବୁଣୁଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 2, 2023, 9:51 PM IST

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ବେଳେ ନେତା ମାନେ ସଂଯମତା ବଜାୟ ରଖନ୍ତୁ । ଭାଷାର ବ୍ୟବହାର ଉପରେ ଧ୍ୟାନ ଦିଅନ୍ତୁ । ପ୍ରଚାର ବେଳେ ଆରୋପ ପ୍ରତ୍ୟାରୋପ ଅଭିଯୋଗ ପ୍ରତି ଅଭିଯୋଗରେ ଭାଷାକୁ ସଠିକ ରଖାଯାଉ । କୌଣସି ପରିସ୍ଥିତିରେ ବି ଅନପାର୍ଲିଆମେଣ୍ଟ୍ରି ଭାଷା ପ୍ରୟୋଗକୁ ଅନୁମତି ଦିଆଯାଇ ନାହିଁ । ଏହା ସତ୍ବେ କୌଣସି ଦଳର କୌଣସି ନେତା ଯଦି ଏହା ଉଲ୍ଲଙ୍ଘନ କରନ୍ତି କଡା କାର୍ଯ୍ୟାନୁଷ୍ଠାନ ହେବ । ଆଜି ଭାରତୀୟ ନିର୍ବାଚନ ଆୟୋଗ କର୍ଣ୍ଣାଟକ ନିର୍ବାଚନ ପରିପ୍ରେକ୍ଷିରେ ଏହି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।

ପ୍ରଚାର ବେଳେ ଶବ୍ଦ ଉଚ୍ଚରଣକୁ ନେଇ ନିର୍ଦ୍ଦେଶନାମା ଜାରି

ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀରେ କହିଛନ୍ତି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ଷ୍ଟାର ପ୍ରଚାରକ ମାନେ ଭାଷାର ମର୍ଯ୍ୟଦା ହରାଉଛନ୍ତି । ତର୍କ ବିତର୍କ ସମାଲୋଚନା ପରିବର୍ତ୍ତେ ଭାଷାର ମର୍ଯ୍ୟଦା ହରାଉଛନ୍ତି । ଯାହା ଗ୍ରହଣୀୟ ନୁହେଁ । ପ୍ରଚାର ବେଳେ ନେତା ମାନେ ବିଦ୍ବେଷ ମଞ୍ଜି ବୁଣୁଛନ୍ତି ।

ନିର୍ଦ୍ଦେଶାବଳୀ ଜାରି କରି ଆୟୋଗ କହିଛନ୍ତି ରାଜନେତା ପ୍ରଚାର ବେଳେ ଦାୟିତ୍ବ ଭୁଲିଯାଇ କ୍ଷମତା ଲାଳସାରେ ନିମ୍ନସ୍ତରକୁ ଖସିଯାଉଛନ୍ତି । ଯାହା ସିଧା ଭୋଟରଙ୍କ ଉପରେ ପ୍ରଭାବ ପଡୁଛି । ଖାଲି ଏତିକି ନୁହେଁ ଏହା ଆଇନ ଶୃଙ୍ଖଳା ଭଙ୍ଗ କରୁଛି । ଯାହା ଗ୍ରହଣୀୟ ନୁହେଁ । ସମସ୍ତ ରାଜନୈତିକ ଦଳ ନିଶ୍ଚିତ କରନ୍ତୁ ପ୍ରଚାର ବେଳେ ଭାଷାକୁ ନେଇ କୌଣସି ନେତା ଯେମିତି ଆଇନ ଉଲ୍ଲଙ୍ଘନ ନକରନ୍ତି ବୋଲି ଆୟୋଗ କହିଛନ୍ତି । ନଚେତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେପଟେ ଆଜି ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧୀ ମଣ୍ଡଳୀ ନୂଆଦିଲ୍ଲୀରେ ନିର୍ବାଚନ ଆୟୋଗଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତକରି ବିଜେପି ପ୍ରତିନିଧୀ କଂଗ୍ରେସ ଅଧ୍ୟକ୍ଷ ଓ ତାଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଏନେଇ କେନ୍ଦ୍ରୀୟ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି କଂଗ୍ରେସ ନିର୍ବାଚନରେ ହତାଶ ହୋଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତି ଜନକ ଶବ୍ଦ ବ୍ୟବହାର କରୁଛି । ଯାହା ନିନ୍ଦନୀୟ ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.