ETV Bharat / bharat

ମୋଦିଙ୍କ ଭ୍ୟାକ୍ସିନ ଫଟୋକୁ ନେଇ ବିବାଦ, 72 ଘଣ୍ଟାରେ ହୋଡିଙ୍ଗ ହଟାଇବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ - ମୋଦି ଭ୍ୟାକ୍ସିନ ଫଟୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭ୍ୟାକ୍ସିନ ନେଉଥିବା ଫଟୋ ବିରୋଧରେ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ 72 ଘଣ୍ଟା ମଧ୍ୟରେ ଏହି ଫଟୋ ଥିବା ହୋଡିଙ୍ଗ୍‌ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ । ଅଧିକ ପଢନ୍ତୁ...

ମୋଦିଙ୍କ ଭ୍ୟାକ୍ସିନ ଫଟୋକୁ ନେଇ ବିବାଦ, 24 ଘଣ୍ଟାରେ ହୋଡିଙ୍ଗ ହଟାଇବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ

author img

By

Published : Mar 3, 2021, 10:53 PM IST

କୋଲକାତା: ଦେଶରେ 4 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଅଚାନକ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ସୃଷ୍ଟି ହୋଇଛି ବିବାଦ । ବିଧାନସଭା ନିର୍ବାଚନ ପ୍ରଚାର ମାଧ୍ୟମରେ ବିଭିନ୍ନ ପେଟ୍ରୋଲ ପମ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭ୍ୟାକ୍ସିନ ନେଉଥିବା ଫଟୋ ବିରୋଧରେ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ତ ହୋଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ 72 ଘଣ୍ଟା ମଧ୍ୟରେ ଏହି ଫଟୋ ଥିବା ହୋଡିଙ୍ଗ୍‌ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ ।

ପଶ୍ଚିମବଙ୍ଗର ଅନେକ ପେଟ୍ରୋଲ ପମ୍ପ ସମେତ ସାର୍ବଜନିକ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ଭ୍ୟାକ୍ସିନ ନେଉଥିବା ଫଟୋ ଲାଗିଥିବା ହୋଡିଙ୍ଗ ଦେଖିବାକୁ ମିଳିଛି । ଏହି ହୋଡିଙ୍ଗ ବିରୋଧରେ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରିଥିଲା ଟିଏମସି । ବର୍ତ୍ତମାନ ଆୟୋଗ ଏଭଳି ହୋଡିଙ୍ଗ୍‌କୁ 72 ଘଣ୍ଟା ମଧ୍ୟରେ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଓ ବିଜେପି ମଧ୍ୟରେ କଡା ଟକ୍କର ଜାରି ରହିଛି । ଭ୍ୟାକ୍ସିନ ଡୋଜ ନେବା ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସାର୍ଟିଫିକେଟରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ଅଭିଯୋଗ କରିଥିଲା ତୃଣମୂଳ କଂଗ୍ରେସ ।

ଟିଏମସି ସାଂସଦ ଡେରେକ ଓ ବ୍ରାୟନ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ । ଏହି ଭ୍ୟାକ୍ସିନ ସାର୍ଟିଫିକେଟରେ ପିଏମ ମୋଦିଙ୍କ ଫଟୋ ସମେତ ଉଭୟ ଇଂରାଜୀ ଓ ହିନ୍ଦୀରେ କିଛି ବାର୍ତ୍ତା ଲେଖାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.