ETV Bharat / bharat

ଦାଦା ପୁତୁରାଙ୍କ କଳି ହେଲା କାଳ, LJP ଚିହ୍ନକୁ ଫ୍ରିଜ କଲେ ନିର୍ବାଚନ କମିଶନ

author img

By

Published : Oct 2, 2021, 5:33 PM IST

ଆଗକୁ ବିହାରର 2 ବିଧାନସଭା ଆସନରେ ଉପନିର୍ବାଚନ । LJP ଚିହ୍ନକୁ ଫ୍ରିଜ କଲେ ଭାରତୀୟ ନିର୍ବାଚନ କମିଶନ। ଲାଗିରହିଥିବା ଦଳୀୟ କନ୍ଦଳ ମଧ୍ୟରେ ଆୟୋଗଙ୍କ ନିଷ୍ପତ୍ତି । ଅଧିକ ପଢନ୍ତୁ...

ଦାଦା ପୁତୁରାଙ୍କ ବିବାଦ ପଡିଲା ମହଙ୍ଗା, LJP ଚିହ୍ନକୁ ଫ୍ରିଜ କଲେ ଭାରତୀୟ ନିର୍ବାଚନ କମିଶନ

ଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଜନ ଲୋକଶକ୍ତି ପାର୍ଟି (LJP) ମୁଖ୍ୟ ରାମବିଳାସ ପାଶଓ୍ବାନଙ୍କ ଦେହାନ୍ତ ପରେ ଦଳରେ ଦେଖାଯାଇଥିବା ଅନ୍ତଃକନ୍ଦଳରେ ବଡ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ନିର୍ବାଚନ କମିଶନ। ଆଗକୁ ବିହାରରେ 2ଟି ଆସନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ LJPର ଦଳୀୟ ଚିହ୍ନକୁ ଫ୍ରିଜ କରିଛନ୍ତି ନିର୍ବାଚନ ଆୟୋଗ। ଅର୍ଥାତ ଏହି ଦଳୀୟ ଚିହ୍ନକୁ କେହି ନିର୍ବାଚନରେ ବ୍ୟବହାର କରିପାରିବେ ନାହିଁ । ସ୍ବର୍ଗତଃ ରାମବିଳାସ ପାଶଓ୍ବାନଙ୍କ ପୁଅ ଚିରାଗ ପାଶୱାନ ଏବଂ ରାମ ବିଳାସଙ୍କ ସାନଭାଇ ପଶୁପତି କୁମାର ପାରସଙ୍କ ମଧ୍ୟରେ କଳହ ଲାଗି ରହିଥିବାବେଳେ ନିର୍ବାଚନ ଆୟୋଗ ଏପରି ନିଷ୍ପତ୍ତି ନେଇଛନ୍ତି ।

LJPର 6 ଲୋକସଭା ସାଂସଦଙ୍କ ମଧ୍ୟରୁ 5 ଜଣ ଦଳ ମୁଖ୍ୟ ଚିରାଗ ପାଶୱାନଙ୍କ ବିରୋଧରେ ବିଦ୍ରୋହ ପରେ ବାଚସ୍ପତି ଓ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ ଚିରାଗ । ତେବେ ଲାଗିରହିଥିବା ବିବାଦକୁ ଦେଖି ନିର୍ବାଚନ କମିଶନ ବର୍ତ୍ତମାନ ଦଳୀୟ ଚିହ୍ନକୁ କେହି ବ୍ୟବହାର କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି ।

4 ଜଣ LJP ସାଂସଦ ଚନ୍ଦନ ସିଂ, ଭୀନା ଦେବୀ, ମେହବୁବ ଅଲି କେସିଆର ଏବଂ ପ୍ରିନ୍ସ ରାଜ ପାର୍ଟିର ସଂସଦୀୟ ଦଳର ନେତା ଭାବରେ ପଶୁପତି ପାରାସଙ୍କୁ ସମର୍ଥନ କରି ଦଳର ରାଷ୍ଟ୍ରୀୟ ସଭାପତି ଚିରାଗ ପାଶୱାନଙ୍କୁ ଗାଦିଚ୍ୟୁତ କରିଥିଲେ। ପରେ ପଶୁପତି ପାରସ ସର୍ବସମ୍ମତି କ୍ରମେ ଲୋକସଭାରେ ଏଲଜେପି ସଂସଦୀୟ ଦଳ ନେତା ଭାବରେ ନିର୍ବାଚିତ ହୋଇଥିବା ମଧ୍ୟ ଦାବି କରିଥିଲେ । କିନ୍ତୁ ଚିରାଗ ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ ଅସାମ୍ବିଧାନିକ ବୋଲି କହିବା ସହ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ଅଭିଯୋଗ ମଧ୍ୟ କରିଥିଲେ। ତେବେ ତମାମ ବିବାଦ ପରେ ମଧ୍ୟ ପଶୁପତି ପାରସ କେନ୍ଦ୍ରର ସମ୍ପ୍ରସାରିତ ମନ୍ତ୍ରୀ ମଣ୍ଡଳରେ ମଧ୍ୟ ସ୍ଥାନ ମିଳିବା ଘଟଣାର ମୋଡକୁ ବଦାଳାଇଥିଲା।

ଏହି ପ୍ରସଙ୍ଗ ନିର୍ବାଚନ କମିଶନଙ୍କ ପାଖରେ ପହଞ୍ଚିବା ପରେ ଅକ୍ଟୋବର 4 ସୁଦ୍ଧା ନିଷ୍ପତ୍ତି ନିଆଯିବ ବୋଲି ଏହା ପୂର୍ବରୁ ECI କହିଥିଲା । ତେବେ ବିହାରରେ 2ଟି ଆସନରେ ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏପରି ନଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.