ETV Bharat / bharat

ମମତାଙ୍କୁ ନିର୍ବାଚନ ଆୟୋଗର ଦ୍ବିତୀୟ ନୋଟିସ, କେନ୍ଦ୍ରୀୟ ବାହିନୀଙ୍କୁ କରିଥିଲେ ଅପମାନ

ଭାରତରେ ନିର୍ବାଚନ ଆୟୋଗ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନୋଟିସ ଜାରି କରିଛି । ରାଜ୍ୟରେ କେନ୍ଦ୍ରୀୟ ବାହିନୀ ନିୟୋଜନ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ଉପରେ ନୋଟିସ ଜାରି କରିଛି ନିର୍ବାଚନ ଆୟୋଗ । ଅଧିକ ପଢନ୍ତୁ...

ନିର୍ବାଚନ ଆୟୋଗ ଦ୍ବାରା ମମତାଙ୍କୁ ଦ୍ବିତୀୟ ନୋଟିସ

author img

By

Published : Apr 9, 2021, 11:34 AM IST

ନୂଆଦିଲ୍ଲୀ: ଭାରତରେ ନିର୍ବାଚନ ଆୟୋଗ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନୋଟିସ ଜାରି କରିଛି । ରାଜ୍ୟରେ କେନ୍ଦ୍ରୀୟ ବାହିନୀ ନିୟୋଜନ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ଉପରେ ନୋଟିସ ଜାରି କରିଛି ନିର୍ବାଚନ ଆୟୋଗ । ମାର୍ଚ୍ଚ 28 ଏବଂ ଏପ୍ରିଲ 7 ରେ କେନ୍ଦ୍ରୀୟ ସୈନ୍ୟବାହିନୀ ବିରୁଦ୍ଧରେ ଦେଇଥିବା ମନ୍ତବ୍ୟ ସମ୍ପର୍କରେ ଜବାବ ଦେବା ପାଇଁ ଏପ୍ରିଲ 10 ସକାଳ 11ଟା ପର୍ଯ୍ୟନ୍ତ ସମୟ ଦେଇଛି ଇସି ।

ମାର୍ଚ୍ଚ 28 ଏବଂ ଏପ୍ରିଲ 7 ରେ ମମତାଙ୍କ ଭାଷଣରେ ସେ କହିଥିଲେ, କେନ୍ଦ୍ରୀୟ ବାହିନୀ ଭୋଟରଙ୍କୁ ଭୟଭୀତ କରୁଛନ୍ତି । ଅନ୍ୟପଟେ ସର୍ଭେ ସଂସ୍ଥା କହିଛି ଯେ ମମତାଙ୍କ ମନ୍ତବ୍ୟ ଅତ୍ୟନ୍ତ ଆପତ୍ତିଜନକ ଏବଂ ମଡେଲ କୋଡର ଅନେକ ଧାରାକୁ ଉଲ୍ଲଂଘନ କରୁଛି।

ମାର୍ଚ୍ଚରେ ଏକ ରାଲିରେ ଯୋଗ ଦେଇ ସେ କହିଥିଲେ, ‘କିଏ ସେମାନଙ୍କୁ ଏତେ ସାହାସ ଦେଇଛି ଯେ କେନ୍ଦ୍ରୀୟ ପୋଲିସ ଫୋର୍ସ ମହିଳା ଭୋଟରଙ୍କୁ ଧମକ ଦେଉଛନ୍ତି ? ମୁଁ 2019 ରେ ସମାନ କଥା ଦେଖିଥିଲି, 2016 ରେ ମଧ୍ୟ ସମାନ କଥା ଦେଖିଥିଲି’ । ତେବେ ମମତାଙ୍କୁ ଏନେଇ ନିର୍ବାଚନ ଆୟୋଗ ଦ୍ବାରା ଦ୍ବିତୀୟ ନୋଟିସ ଜାରି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.