ETV Bharat / bharat

ଦିଲ୍ଲୀରେ ପୁଣି ଭୂକମ୍ପର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା 5.9 - ଭୂକମ୍ପରେ ଥରିଲା ଦିଲ୍ଲୀ

ଭୂକମ୍ପ ଝଟକାରେ ଥରିଲା ରାଜଧାନୀ ଦିଲ୍ଲୀ । ରିକ୍ଟର ସ୍କେଲରେ ତୀବ୍ରତା 5.9 ମ୍ୟାଗ୍ନିଚ୍ୟୁଡ । ନାହିଁ କ୍ଷୟକ୍ଷତିର ସୂଚନା । ସପ୍ତାହରେ ଦ୍ବିତୀୟ ଭୂକମ୍ପ । ଅଧିକ ପଢନ୍ତୁ

ଦିଲ୍ଲୀରେ ପୁଣି ଭୂକମ୍ପର ଝଟକା
ଦିଲ୍ଲୀରେ ପୁଣି ଭୂକମ୍ପର ଝଟକା
author img

By

Published : Jan 5, 2023, 8:42 PM IST

ହାଇଦ୍ରାବାଦ: ରାଜଧାନୀ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ପୁଣି ଭୂକମ୍ପର ଝଟକା ଲାଗିଛି । ଆଜି (ଗୁରୁବାର) ରାତି ପ୍ରାୟ 8ରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.9 ମ୍ୟାଗ୍ନିଚ୍ୟୁଡର ରେକର୍ଡ କରାଯାଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳୀ ଆଫଗାନିସ୍ତାନର ଫୈଜାବାଦ ବୋଲି ଚିହ୍ନଟ କରିଛି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ।ସେହିପରି ଏହି ଶକ୍ତିଶାଳୀ ଭୂକମ୍ପ ଭୂପୃଷ୍ଠରୁ ପ୍ରାୟ 200 କିଲୋମିଟର ଗଭୀରରେ ସୃଷ୍ଟି ହୋଇଥିବା ମଧ୍ୟ ସୂଚନା ମିଲିଛି । ତେବେ ଗତ ସପ୍ତାହ ମଧ୍ୟରେ ରାଜଧାନୀରେ ଅନୁଭୂତ ହୋଇଥିବା ଏହା ହେଉଛି ଦ୍ବିତୀୟ ଭୂକମ୍ପ ।

ଏହା ପୂର୍ବରୁ ରବିବାର (ନୂଆବର୍ଷ ରାତି)ରେ ମଧ୍ୟ ଦିଲ୍ଲୀରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରିକ୍ଚର ସ୍କେଲରେ 3.8 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିଲା । ହରିୟାଣାର ଉତ୍ତର-ପଶ୍ଚିମରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଚିହ୍ନଟ ହୋଇଥିଲା । ଏହାପୂର୍ବରୁ ନଭେମ୍ବର 12ରେ ମଧ୍ୟ ଦିଲ୍ଲୀ ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.4 ରେକର୍ଡ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.